ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଆଜି ଗୁଆହାଟୀଠାରେ ଜାତୀୟ ଦୁଗ୍ଧ ଦିବସ କାର୍ଯ୍ୟକ୍ରମରେ ମୌଳିକ ପଶୁପାଳନ ପରିସଂଖ୍ୟାନ ୨୦୨୩ ଉନ୍ମୋଚନ କରିଛନ୍ତି


୨୦୨୨-୨୩ ରେ ଦେଶରେ ଦୁଗ୍ଧ ଉତ୍ପାଦନ ୨୩୦.୫୮ ନିୟୁତ ଟନ୍ ବୋଲି ଆକଳନ କରାଯାଇଛି, ଗତ ୫ବର୍ଷରେ ୨୨. ୮୧ ପ୍ରତିଶତ ବୃଦ୍ଧି ପାଇଛି ବୋଲି ରେକର୍ଡ : ଶ୍ରୀ ପୁରୁଷୋତ୍ତମ ରୂପାଲା

କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୨୨-୨୩ ରେ ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ଉତ୍ତର ପ୍ରଦେଶ ଥିଲା, ଏବଂ ମୋଟ ଦୁଗ୍ଧ ଉତ୍ପାଦନର ୧୫.୭୨% ଅଂଶ ରହିଛି

ଦେଶରେ ଅଣ୍ଡା ଉତ୍ପାଦନ ୧୩୮.୩୮ ବିଲିୟନ ଆକଳନ କରାଯାଇଛି , ୨୦୨୨-୨୩ ରେ ଗତ ୫ ବର୍ଷ ମଧ୍ୟରେ ୩୩.୩୧% ଅଭିବୃଦ୍ଧି ରେକର୍ଡ କରାଯାଇଛି: ଶ୍ରୀ ରୂପାଲା

କେନ୍ଦ୍ରମନ୍ତ୍ରୀ ଶ୍ରୀ ରୂପାଲା ସୂଚନା ଦେଇଛନ୍ତି ଯେ ମୋଟ ଅଣ୍ଡା ଉତ୍ପାଦନରେ ପ୍ରମୁଖ ଯୋଗଦାନ ଆନ୍ଧ୍ରପ୍ରଦେଶରୁ ଆସିଥାଏ, ଯାହାଦ୍ୱାରା ଦେଶରେ ଏବଂ ମୋଟ ଅଣ୍ଡା ଉତ୍ପାଦନର ୨୦.୧୩ ପ୍ରତିଶତ ରହିଛି

୨୦୨୨-୨୩ ରେ ଦେଶରେ ମାଂସ ଉତ୍ପାଦନ ୯.୭୭ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି: ଶ୍ରୀ ପୁରୁଷୋତ୍ତମ ରୂପାଲା

Posted On: 26 NOV 2023 4:00PM by PIB Bhubaneshwar

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୁପାଲା ଆଜି ଗୌହାଟୀଠାରେ ଜାତୀୟ ଦୁଗ୍ଧ ଦିବସ କାର୍ଯ୍ୟକ୍ରମରେ ପଶୁ ସମନ୍ୱିତ ନମୁନା ସର୍ବେକ୍ଷଣ (ମାର୍ଚ୍ଚ ୨୦୨୨-ଫେବୃଆରୀ ୨୦୨୩) ଆଧାରରେ ମୌଳିକ ପଶୁପାଳନ ପରିସଂଖ୍ୟାନ ୨୦୨୩ (କ୍ଷୀର, ଅଣ୍ଡା, ମାଂସ ଏବଂ ଉଲ ଉତ୍ପାଦନ ୨୦୨୨-୨୩) ଉନ୍ମୋଚନ କରିଛନ୍ତି। ମୌଳିକ ପଶୁପାଳନ ପରିସଂଖ୍ୟାନର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା: କ୍ଷୀର, ଅଣ୍ଡା, ମାଂସ ଓ ଉଲ୍ ଉତ୍ପାଦନ ୨୦୨୨-୨୩ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି ଯେ ଦେଶରେ ଦୁଗ୍ଧ, ଅଣ୍ଡା, ମାଂସ ଏବଂ ଉଲ ଉତ୍ପାଦନର ଆନୁମାନିକ ବାର୍ଷିକ ଏକୀକୃତ ନମୂନା ସର୍ଭେକ୍ଷଣ( ଆଇଏସଏମ୍‌)ର ଫଳାଫଳ ଆଧାରରେ ଲଗାଯାଇଥାଏ, ଯାହାକି ସମଗ୍ର ଦେଶରେ  ତିନିଟି ଋତୁ ଯଥା ଗ୍ରୀଷ୍ମ (ମାର୍ଚ୍ଚ-ଜୁନ୍), ବର୍ଷା (ଜୁଲାଇ-ଅକ୍ଟୋବର) ଏବଂ ଶୀତ (ନଭେମ୍ବର-ଫେବୃଆରୀ)ରେ ଆୟୋଜିତ  କରାଯାଇଥାଏ ।   ୨୦୨୨-୨୩ ବର୍ଷ ପାଇଁ କ୍ଷୀର, ଅଣ୍ଡା, ମାଂସ ଏବଂ ଉଲର ଉତ୍ପାଦନ ଆକଳନ କରାଯାଇଛି ଏବଂ ଏହି ସର୍ବେକ୍ଷଣର ଫଳାଫଳକୁ ସଂକ୍ଷେପରେ ପ୍ରସ୍ତୁତ   କରାଯାଇଛି:

ଦୁଗ୍ଧ ଉତ୍ପାଦନ:

କେନ୍ଦ୍ରମନ୍ତ୍ରୀ ଶ୍ରୀ ରୂପାଲା ସୂଚନା ଦେଇଛନ୍ତି ଯେ ୨୦୨୨-୨୩ ମଧ୍ୟରେ ଦେଶରେ ମୋଟ ଦୁଗ୍ଧ ଉତ୍ପାଦନ ୨୩୦.୫୮ ନିୟୁତ ଟନ ହୋଇଥିବା ବେଳେ ଗତ ୫ ବର୍ଷ ମଧ୍ୟରେ ଏହା ୨୨.୮୧% ବୃଦ୍ଧି ପାଇଛି ଯାହା ୨୦୧୮-୧୯ ରେ ୧୮୭.୭୫ ନିୟୁତ ଟନ ଥିଲାନ୍ଥିଲା । ଏହାବ୍ୟତୀତ ୨୦୨୧-୨୨ ର ଆକଳନ ତୁଳନାରେ ୨୦୨୨-୨୩ ମଧ୍ୟରେ ଉତ୍ପାଦନ ୩.୮୩% ବୃଦ୍ଧି ପାଇଛି। ଅତୀତରେ, ୨୦୧୮-୧୯ରେ ବାର୍ଷିକ ଅଭିବୃଦ୍ଧି ହାର ୬.୪୭% ଥିଲା। ୨୦୧୯-୨୦ରେ ୫.୬୯%; ୨୦୨୦-୨୧ରେ ୫.୮୧% ଓ ୨୦୨୧-୨୨ରେ ୫.୭୭% ଥିଲା ।

କେନ୍ଦ୍ରମନ୍ତ୍ରୀ ମହୋଦୟ କହିଥିଲେ ଯେ ୨୦୨୨-୨୩ ରେ ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ଉତ୍ତରପ୍ରଦେଶ ଥିଲା । ମୋଟ ଦୁଗ୍ଧ ଉତ୍ପାଦନରେ ୧୫.୭୨% ଥିଲା । ଏହାପରେ ରାଜସ୍ଥାନ (୧୪.୪୪%), ମଧ୍ୟପ୍ରଦେଶ (୮.୭୩%), ଗୁଜୁରାଟ (୭.୪୯%) ଏବଂ ଆନ୍ଧ୍ରପ୍ରଦେଶ (୬.୭୦%)ସ୍ଥାନରେ ଥିଲା। ବାର୍ଷିକ ଅଭିବୃଦ୍ଧି ହାର (ଏଜିଆର) ଦୃଷ୍ଟିରୁ କର୍ଣ୍ଣାଟକ (୮.୭୬%), ପଶ୍ଚିମବଙ୍ଗ (୮.୬୫%) ଏବଂ ଉତ୍ତରପ୍ରଦେଶ (୬.୯୯%) ପୂର୍ବ ବର୍ଷ ତୁଳନାରେ ସର୍ବାଧିକ ଏଜିଆର୍ ରେକର୍ଡ କରିଛନ୍ତି।

ଅଣ୍ଡା ଉତ୍ପାଦନ:

କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା କହିଛନ୍ତି ଯେ ଦେଶରେ ମୋଟ ଅଣ୍ଡା ଉତ୍ପାଦନ୧୩୮.୩୮ ବିଲିୟନ ହେବାରେ ଆକଳନ କରାଯାଇଛି ।୨୦୧୮-୧୯ ରେ ୧୦୩.୮୦ ବିଲିୟନ ସଂଖ୍ୟାର ଆକଳନ ତୁଳନାରେ ୨୦୨୨-୨୩ ରେ ଗତ ୫ ବର୍ଷ ମଧ୍ୟରେ ୩୩.୩୧% ଅଭିବୃଦ୍ଧି ରେକର୍ଡ କରାଯାଇଛି । ଏହାବ୍ୟତୀତ ୨୦୨୧-୨୨ ତୁଳନାରେ ୨୦୨୨-୨୩ ରେ ଉତ୍ପାଦନ ବାର୍ଷିକ ୬.୭୭% ବୃଦ୍ଧି ପାଇଛି। ଅତୀତରେ ୨୦୧୮-୧୯ରେ ବାର୍ଷିକ ଅଭିବୃଦ୍ଧି ହାର ୯.୦୨% ଥିଲା। ୨୦୧୯-୨୦ରେ ୧୦.୧୯%; ୨୦୨୦-୨୧ରେ ୬.୭୦% ଓ ୨୦୨୧-୨୨ରେ ୬.୧୯% ଥିଲା ।

ମୋଟ ଅଣ୍ଡା ଉତ୍ପାଦନରେ ଆନ୍ଧ୍ରପ୍ରଦେଶରୁ୨୦.୧୩%, ତାମିଲନାଡ଼ୁ (୧୫.୫୮%), ତେଲେଙ୍ଗାନା (୧୨.୭୭%), ପଶ୍ଚିମବଙ୍ଗ (୯.୯୪%) ଏବଂ କର୍ଣ୍ଣାଟକ (୬.୫୧%) ପ୍ରମୁଖ ଯୋଗଦାନ ରହିଛି ବୋଲି ଶ୍ରୀ ରୂପାଲା ସୂଚନା ଦେଇଛନ୍ତି। ଏଜିଆର କ୍ଷେତ୍ରରେ ପଶ୍ଚିମବଙ୍ଗ (୨୦.୧୦%) ସର୍ବାଧିକ ଅଭିବୃଦ୍ଧି ହାର ରେକର୍ଡ କରିଥିବା ବେଳେ ସିକ୍କିମ୍ (୧୮.୯୩%) ଏବଂ ଉତ୍ତରପ୍ରଦେଶ (୧୨.୮୦%) ତୃତୀୟ ସ୍ଥାନରେ ରହିଛନ୍ତି।

ମାଂସ ଉତ୍ପାଦନ:

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୨୨-୨୩ ରେ ଦେଶରେ ମୋଟ ମାଂସ ଉତ୍ପାଦନ ୯.୭୭ ନିୟୁତ ଟନ ହୋଇଥିବା ଆକଳନ କରାଯାଇଛି ଯାହା୨୦୧୮-୧୯ରେ ୮.୧୧ ନିୟୁତ ଟନ୍ ତୁଳନାରେ ଗତ ୫ ବର୍ଷ ମଧ୍ୟରେ ୨୦.୩୯% ବୃଦ୍ଧି ପାଇଛି | ଏହାବ୍ୟତୀତ, ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ଉତ୍ପାଦନ ୫.୧୩% ବୃଦ୍ଧି ପାଇଛି । ଏହା ପୂର୍ବରୁ ୨୦୧୮-୧୯ରେ ଅଭିବୃଦ୍ଧି ହାର ୫.୯୯% ଥିଲା; ୨୦୧୯-୨୦ରେ ୫.୯୮%; ୨୦୨୦-୨୧ରେ ୨.୩୦% ଓ ୨୦୨୧-୨୨ରେ ୫.୬୨% ଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସମୁଦାୟ ମାଂସ ଉତ୍ପାଦନରେ ପ୍ରମୁଖ ଯୋଗଦାନ ଉତ୍ତର ପ୍ରଦେଶରୁ ୧୨.୨୦% ରହିଛି। ଏହା ପରେ ଏବଂ ପଶ୍ଚିମବଙ୍ଗ (୧୧.୯୩%), ମହାରାଷ୍ଟ୍ର (୧୧.୫୦%), ଆନ୍ଧ୍ରପ୍ରଦେଶ (୧୧.୨୦%) ଏବଂ ତେଲେଙ୍ଗାନା (୧୧.୦୬%) ସ୍ଥାନରେ ରହିଛି। ବାର୍ଷିକ ଅଭିବୃଦ୍ଧି ହାର ଦୃଷ୍ଟିରୁ ସିକ୍କିମ (୬୩.୦୮%), ମେଘାଳୟ (୩୮.୩୪%) ଏବଂ ଗୋଆ (୨୨.୯୮%) ରେ ସର୍ବାଧିକ ବାର୍ଷିକ ଅଭିବୃଦ୍ଧି ହାର (ଏଜିଆର) ରେକର୍ଡ କରାଯାଇଛି।

ଉଲ୍ ଉତ୍ପାଦନ:

ଶ୍ରୀ ରୂପାଲା କହିଛନ୍ତି ଯେ୨୦୨୨-୨୩ ରେ ଦେଶରେ ମୋଟ ଉଲ୍ ଉତ୍ପାଦନ ୩୩.୬୧ ନିୟୁତ କିଲୋଗ୍ରାମ ହୋଇଥିବା ବେଳେ ଗତ ୫ ବର୍ଷ ମଧ୍ୟରେ ଏହା ୧୬.୮୪% ନକାରାତ୍ମକ ଅଭିବୃଦ୍ଧି ହାସଲ କରିଛି, ଯାହା କି ୨୦୧୮-୧୯ ରେ ୪୦.୪୨ ନିୟୁତ କିଲୋଗ୍ରାମ ଆକଳନ କରାଯାଇଛି । ତେବେ ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ଉତ୍ପାଦନ ୨.୧୨% ବୃଦ୍ଧି ପାଇଛି। ଅତୀତରେ ୨୦୧୮-୧୯ରେ ଅଭିବୃଦ୍ଧି ହାର -୨.୫୧% ଥିଲା । ୨୦୧୯-୨୦ରେ ୯.୦୫%, ୨୦୨୦-୨୧ରେ ୦.୪୬% ଏବଂ ୨୦୨୧-୨୨ରେ-୧୦.୮୭% ଥିଲା ।

ମୋଟ ଉଲ୍ ଉତ୍ପାଦନରେ ରାଜସ୍ଥାନରୁ ୪୭.୯୮% ଅଂଶ ସହ ପ୍ରମୁଖ ଅବଦାନ ରହିଥିବା ବେଳେ ଜମ୍ମୁ-କଶ୍ମୀର (୨୨.୫୫%), ଗୁଜରାଟ (୬.୦୧%), ମହାରାଷ୍ଟ୍ର (୪.୭୩%) ଏବଂ ହିମାଚଳ ପ୍ରଦେଶ (୪.୨୭%) ରହିଛି ବୋଲି ସେ ସୂଚନା ଦେଇଛନ୍ତି। ବାର୍ଷିକ ଅଭିବୃଦ୍ଧି ହାର ଦୃଷ୍ଟିରୁ ଅରୁଣାଚଳ ପ୍ରଦେଶ (୩୫.୭୫%), ରାଜସ୍ଥାନ (୬.୦୬%) ଏବଂ ଝାଡ଼ଖଣ୍ଡ (୨.୩୬%) ସର୍ବାଧିକ ଏଜିଆର୍ ରେକର୍ଡ କରିଛି।

 

*****

NS/SLP

 



(Release ID: 1980319) Visitor Counter : 58