ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମ ଦେଶରେ ନିବେଶ କରିବାକୁ ବିଶ୍ୱକୁ ସ୍ୱାଗତ କରୁଛୁ । ଭାରତ ନିରାଶ କରିବ ନାହିଁ: ପ୍ରଧାନମନ୍ତ୍ରୀ

Posted On: 26 NOV 2023 8:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିବେଶସ୍ଥଳୀ ଭାବେ ଭାରତକୁ ନେଇ ଉଦ୍ୟୋଗୀ ବେଶ୍ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।

 

ଲେଖକ ତଥା ଉଦ୍ୟୋଗୀ ବାଲାଜୀ ଏସ୍ ଏକ୍ସ ପୋଷ୍ଟରେ ଭାରତକୁ ଏକ ପ୍ରାଚୀନ ସଭ୍ୟତା ବୋଲି କହିବା ସହ ଏକ ଷ୍ଟାର୍ଟଅପ୍ ଦେଶ ଭାବେ ଅଭିହିତ କରିଛନ୍ତି ଏବଂ ଭାରତର ସାମର୍ଥ୍ୟ ବାବଦରେ କହିଛନ୍ତି ।

 

ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆପଣଙ୍କ ଆଶାବାଦିତାକୁ ମୁଁ ଭଲ ପାଏ ଏବଂ ଏହା ମଧ୍ୟ କହିବି ଯେ, ଯେବେ ନବସୃଜନର କଥା ଆସେ ଭାରତର ଲୋକ ଟ୍ରେଣ୍ଡ୍‌ସେଟର ସହ ଅଗ୍ରଣୀ ଥା’ନ୍ତି ।  ଆମ ଦେଶରେ ନିବେଶ ପାଇଁ ଦୁନିଆକୁ ଆମେ ସ୍ୱାଗତ କରୁଛୁ । ଭାରତ କେବେ ନିରାଶ କରିବ ନାହିଁ ।’

 

  SR



(Release ID: 1980072) Visitor Counter : 69