ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ନଭେମ୍ବର ୨୭ରେ ପାରାଦୀପରେ ବୋଇତ ବନ୍ଦାଣ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

प्रविष्टि तिथि: 25 NOV 2023 7:41PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୬ ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ।

ନଭେମ୍ବର ୨୭ ତାରିଖରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ପାରାଦୀପ ଠାରେ ଆୟୋଜିତ ବୋଇତ ବନ୍ଦାଣ ସମାରୋହରେ ସେ ଯୋଗ ଦେବେ ଏବଂ  ଏକ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କକୁ ଭର୍ଚୁଆଲ (ଆଭାଷୀ) ଭାବେ ଉଦ୍‌ଘାଟନ କରିବା ସହିତ ପୋର୍ଟ ଟାଉନସିପ୍ ପାଇଁ ନୂତନ ଜଳଭଣ୍ଡାର ଓ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଆଗାମୀ ପିଢ଼ିର ଜାହାଜ ଯାତାୟାତ ପରିଚାଳନା ଓ ସୂଚନା ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ରାଷ୍ଟ୍ରପତି ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଦସ୍ୟ ମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।

***

SSP


(रिलीज़ आईडी: 1979890) आगंतुक पटल : 131
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Punjabi , Tamil