ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚାଇନାରେ ଏଚ୍‌୯ଏନ୍‌୨ ର ପ୍ରକୋପ ଉପରେ ଏବଂ ଶିଶୁ ମାନଙ୍କ ଠାରେ ଶ୍ୱାସକ୍ରିୟା ଜନିତ ରୋଗର କ୍ଲଷ୍ଟର ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିଛି


ଚାଇନାରୁ ରିପୋର୍ଟ ହୋଇଥିବା ଉଭୟ ଏଭିଆନ୍ ଇନଫ୍ଲୁଏଞ୍ଜା ମାମଲା ଏବଂ ଶ୍ୱାସକ୍ରିୟା ଜନିତ ରୋଗର କ୍ଲଷ୍ଟରରୁ ଭାରତ ପାଇଁ କମ୍ ବିପଦ ରହିଛି

ଭାରତ ସାମ୍ପ୍ରତିକ ପରିସ୍ଥିତିରୁ ବାହାରିବା ପାଇଁ ଯେ କୌଣସି ପ୍ରକାର ଆପାତଃକାଳୀନ ସ୍ଥିତି ପାଇଁ ପ୍ରସ୍ତୁତ ଅଛି

प्रविष्टि तिथि: 24 NOV 2023 2:55PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉତ୍ତର ଚାଇନାରେ ଏଚ୍‌୯ଏନ୍‌୨ ମାମଲା ଏବଂ ପିଲାମାନଙ୍କ ଠାରେ ଶ୍ୱାସକ୍ରିୟା ଜନିତ ରୋଗର କ୍ଲଷ୍ଟର ଗୁଡିକର ପ୍ରକୋପ ଉପରେ ତୀକ୍ଷ୍ଣ ନଜର ରଖିଛି । ଚାଇନାରୁ ଚିହ୍ନଟ ହୋଇଥିବା ଉଭୟ ଏଭିଆନ୍ ଇନଫ୍ଲୁଏଞ୍ଜା ମାମଲା ଏବଂ ଶ୍ୱାସଜନିତ ରୋଗରୁ ଭାରତ ପାଇଁ କମ୍ ବିପଦ ରହିଛି ।

କେତେକ ଗଣମାଧ୍ୟମ ରିପୋର୍ଟରେ ଉତ୍ତର ଚୀନରେ ପିଲା ମାନଙ୍କ ଠାରେ ଶ୍ୱାସକ୍ରିୟା ଜନିତ ରୋଗ ରହୁଥିବା ଦର୍ଶାଯାଇଛି, ଯେଉଁଥି ପାଇଁ ଡବ୍ଲୁଏଚ୍‌ଓ ମଧ୍ୟ ଏକ ବିବୃତି ଜାରି କରିଛି :  

(https://worldhealthorganizationdepartmentofcommunications. cmail20. com/t/d-e-vhduio-tyelrhjty-y/ )

ବର୍ତ୍ତମାନ ଉପଲବ୍ଧ ସୂଚନା ଆଧାରରେ, ଗତ କିଛି ସପ୍ତାହ ମଧ୍ୟରେ ଚାଇନାରେ ଶ୍ୱାସକ୍ରିୟା ଜନିତ ରୋଗର ପ୍ରକୋପ ବୃଦ୍ଧି ପାଇଛି । ଶିଶୁ ମାନଙ୍କର ଶ୍ୱାସକ୍ରିୟା ଜନିତ ରୋଗର ସାଧାରଣ କାରଣ ଗୁଡିକ ସମ୍ପୃକ୍ତ ଅଛି ଏବଂ କୌଣସି ଅସ୍ୱାଭାବିକ ଜୀବାଣୁ କିମ୍ବା କୌଣସି ଅପ୍ରତ୍ୟାଶିତ କ୍ଲିନିକାଲ ପ୍ରକାଶନର ଚିହ୍ନଟ ହୋଇ ନାହିଁ ।

ଅକ୍ଟୋବର ୨୦୨୩ରେ ଚୀନରେ ଏଚ୍‌୯ଏନ୍‌୨ (ଏଭିଆନ୍ ଇନଫ୍ଲୁଏଞ୍ଜା ଭୂତାଣୁ) ର ମାନବ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ଏଭିଆନ୍ ଇନଫ୍ଲୁଏଞ୍ଜାର ମାନବ ମାମଲା ବିରୋଧରେ ପ୍ରସ୍ତୁତି ପଦକ୍ଷେପ ଉପରେ ଆଲୋଚନା କରିବା ପାଇଁ ଡିଜିଏଚ୍‌ଏସ୍‌ଙ୍କ ଅଧ୍ୟକ୍ଷତାରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଡବ୍ଲ୍ୟୁଏଚ୍‌ଓ ଦ୍ୱାରା ସାମଗ୍ରିକ ବିପଦ ଆକଳନ ଏହା ସୂଚିତ କରେ ଯେ ବର୍ତ୍ତମାନ ସୁଦ୍ଧା ଡବ୍ଲୁଏଚଓକୁ ରିପୋର୍ଟ କରାଯାଇଥିବା ଏଚ୍‌୯ଏନ୍‌୨ ର ମାନବ ସଂକ୍ରମଣର ସମ୍ଭାବନା କମ୍ ଏବଂ ମୃତ୍ୟୁ ହାର କମ୍ ରହିଛି । ମାନବ, ପଶୁପାଳନ ଓ ବନ୍ୟ ପ୍ରାଣୀ କ୍ଷେତ୍ର ମଧ୍ୟରେ ତଦାରଖକୁ ସୁଦୃଢ଼ କରିବା ଏବଂ ସମନ୍ୱୟରେ ଉନ୍ନତି ଆଣିବାର ଆବଶ୍ୟକତାକୁ ସ୍ୱୀକାର କରାଯାଇଥିଲା ।  

ଯେକୌଣସି ପ୍ରକାର ସାର୍ବଜନିନ ଆପାତଃକାଳୀନ ସ୍ୱାସ୍ଥ୍ୟ ପାଇଁ ଭାରତ ପ୍ରସ୍ତୁତ ରହିଛି । ଏଭଳି ଜନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ଏକ ସାମଗ୍ରିକ ଏବଂ ସମନ୍ୱିତ ରୋଡମ୍ୟାପ୍ ଗ୍ରହଣ କରିବା ପାଇଁ ଭାରତ ଏକ ସ୍ୱାସ୍ଥ୍ୟ ଆଭିମୁଖ୍ୟ ଆରମ୍ଭ କରୁଛି । ବିଶେଷ କରି କୋଭିଡ୍ ମହାମାରୀ ପର ଠାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଧ୍ୟ ଉଲ୍ଲେଖନୀୟ ଭାବେ ସୁଦୃଢ଼ କରାଯାଇଛି । ପ୍ରଧାନମନ୍ତ୍ରୀ - ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ( ପିଏମ୍ - ଏବିଏଚ୍‌ଆଇଏମ୍‌ ) ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା ଯାହା ବର୍ତ୍ତମାନ ଏବଂ ଭବିଷ୍ୟତର ମହାମାରୀ / ବିପର୍ଯ୍ୟୟର ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ସ୍ତରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଅନୁଷ୍ଠାନ ଗୁଡିକର ଦକ୍ଷତା ବିକାଶ କରୁଛି । ଏହା ବ୍ୟତୀତ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭେଲାନ୍ସ ପ୍ରୋଗ୍ରାମ / ଏକୀକୃତ ରୋଗ ତଦାରଖ କାର୍ଯ୍ୟକ୍ରମ (ଆଇଡିଏସ୍‌ପି) ଅଧୀନରେ ଭାରତର ତଦାରଖ ଏବଂ ଚିହ୍ନଟ ନେଟୱାର୍କରେ କୋଭିଡ - ୧୯ ମହାମାରୀ ସମୟରେ ଆହ୍ୱାନମୂଳକ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା କରିବାର ସମୃଦ୍ଧ ଅଭିଜ୍ଞତା ରହିଛି ।

***

SSP


(रिलीज़ आईडी: 1979612) आगंतुक पटल : 123
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Gujarati , Tamil , Telugu , Kannada