ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
azadi ka amrit mahotsav

ଘରୋଇ ବଜାରରେ ଦର ବୃଦ୍ଧିକୁ ରୋକିଲା ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟ ଉପରେ କେନ୍ଦ୍ରର ହସ୍ତକ୍ଷେପ


ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ବଫର ଷ୍ଟକରୁ ବିକ୍ରି ଏବଂ ଅତିରିକ୍ତ କ୍ରୟ

प्रविष्टि तिथि: 30 OCT 2023 6:33PM by PIB Bhubaneshwar

ରପ୍ତାନିକୁ ନିରୁତ୍ସାହିତ କରିବା ଏବଂ ଘରୋଇ ବଜାରରେ ଉପଲବ୍ଧତା ବଜାୟ ରଖିବା ପାଇଁ ୨୯ ଅକ୍ଟୋବର୨୦୨୩ରୁ ୩୧ ଡିସେମ୍ବର୨୦୨୩ ପର୍ଯ୍ୟନ୍ତ ପିଆଜ ଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍‍ ପ୍ରତି ୮୦୦ ଆମେରିକୀୟ ଡଲାର ଲାଗୁ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ମହାରାଷ୍ଟ୍ର ବଜାରରେ ମୂଲ୍ୟ ସଂଶୋଧନର ତୁରନ୍ତ ପ୍ରଭାବ ଦେଖାଇଛି, ଯେଉଁଠାରେ ମୂଲ୍ୟ ଗତ ସପ୍ତାହରେ ଧାର୍ଯ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ ୫% ରୁ ୯% ହ୍ରାସ ପାଇଛି । ମହାରାଷ୍ଟ୍ରରେ ସମସ୍ତ ବଜାରରେ ପିଆଜର ହାରାହାରି ମୂଲ୍ୟ ୪.୫% ହ୍ରାସ ପାଇଛି ଏବଂ ବିକ୍ରୟ କେନ୍ଦ୍ରରେ ମଧ୍ୟ ସମାନ ହ୍ରାସ ପରିଲକ୍ଷିତ ହୋଇଛି ।

ଖାଉଟି ବ୍ୟାପାର ବିଭାଗ ପିଆଜ ରପ୍ତାନି ଏବଂ ଦର ଉପରେ ପ୍ରତିଦିନ ନଜର ରଖିଛି ଯାହା ଦ୍ୱାରା ଘରୋଇ ମୂଲ୍ୟରେ ସ୍ଥିରତା ଏବଂ ଉପଭୋକ୍ତାଙ୍କୁ ଉପଲବ୍ଧତା ସୁନିଶ୍ଚିତ ହେବ । ନଭେମ୍ବର ମାସରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପିଆଜ ବଫର ଷ୍ଟକକୁ ଉଭୟ ମଣ୍ଡି ବିକ୍ରି ଓ ରିହାତି ବିକ୍ରୟ ମାଧ୍ୟମରେ ଖୁଚୁରା ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟରେ ବଜାରକୁ ଛାଡିବା ଆରମ୍ଭ କରିଛି । ଏଥିରେ ୧୭୦ରୁ ଅଧିକ ସହରକୁ ଅନ୍ତର୍ଭୁକ୍ତ କରି ୬୮୫ଟି ଭ୍ରାମ୍ୟମାଣ ଖୁଚୁରା ବିକ୍ରୟକେନ୍ଦ୍ର ମାଧ୍ୟମରେ ବିକ୍ରି କରାଯାଉଛି । ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥ କୁ ସୁରକ୍ଷିତ ରଖିବା ପାଇଁ ନାଫେଡ୍ ଏବଂ ଏନସିସିଏଫ ମଧ୍ୟ ଖରିଫ ଅମଳର ଅତିରିକ୍ତ ୨ ଲକ୍ଷ ମେଟ୍ରିକ ଟନ୍‍ ପିଆଜ କିଣିବା ଆରମ୍ଭ କରିଛନ୍ତି ।

HS


(रिलीज़ आईडी: 1973205) आगंतुक पटल : 112
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी