ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 OCT 2023 8:18PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ଭେଟିଛନ୍ତି । ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା (ପ୍ରାଣ ପ୍ରତିଷ୍ଠା) ପାଇଁ ସେମାନେ ଶ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ "ମୁଁ ବହୁତ ଧନ୍ୟ ଅନୁଭବ କରୁଛି । ଏହା ମୋର ସୌଭାଗ୍ୟ ଯେ ମୁଁ ମୋ ଜୀବନକାଳରେ ଏହି ଐତିହାସିକ ଘଟଣାର ସାକ୍ଷୀ ହେବି।

ପ୍ରଧାନମନ୍ତ୍ରୀ  ଟ୍ବିଟର ରେ ପୋଷ୍ଟ କରିଛନ୍ତି -

ଜୟ ସିୟାରାମ !

ଆଜିର ଦିନ ବହୁତ ଭାବନାରେ ପରିପୂର୍ଣ୍ଣ। ଏବେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପଦାଧିକାରୀ ମୋତେ ମୋର ନିବାସ ସ୍ଥାନରେ ସାକ୍ଷାତ କରିବାକୁ ଆସିଥିଲେ। ସେ ମୋତେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟା ଆସିବା ପାଇଁ ନିମନ୍ତ୍ରିତ କରିଛନ୍ତି।

ମୁଁ ନିଜକୁ ଅତ୍ୟନ୍ତ ଧନ୍ୟ ମନେ କରୁଛି। ଏହା ମୋର ସୌଭାଗ୍ୟ ଯେ ନିଜର ଜୀବନକାଳରେ ଏହି ଐତିହାସିକ ଅବସରର ସାକ୍ଷୀ ହେଉଛି।

 

BS


(ରିଲିଜ ଆଡି: 1972594) ପରିଦର୍ଶକ କାଉଣ୍ଟର : 132