ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମସ୍ତଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 24 OCT 2023 8:56AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜୟା ଦଶମୀ ର ପବିତ୍ର ଅବସରରେ ସମଗ୍ର ଦେଶବାସୀ ଓ ତାଙ୍କର ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ପବିତ୍ର ପର୍ବ ନକାରାତ୍ମକ ଶକ୍ତିର ଅନ୍ତ ଏବଂ ଜୀବନରେ ଭଲକୁ ଗ୍ରହଣ କରିବାର ବାର୍ତ୍ତା ପ୍ରଦାନ କରିଥାଏ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି –

ସାରା ଦେଶରେ ମୋର ପରିବାରକୁ ବିଜୟା ଦଶମୀର ହାର୍ଦ୍ଦିକ ଶୁଭକାମନା। ଏହି ପବିତ୍ର ପର୍ବ ନକାରାତ୍ମକ ଶକ୍ତିର ଅନ୍ତ କରିଥାଏ ଓ ଏହା ସହିତ ଜୀବନରେ ସକାରାତ୍ମକ ବିଷୟ ଗ୍ରହଣ କରିବାର ବାର୍ତ୍ତା ପ୍ରଦାନ କରେ।

ଆପଣ ସମସ୍ତଙ୍କୁ ବିଜୟା ଦଶମୀର ଶୁଭେଚ୍ଛା।

 

    

BS

 


(रिलीज़ आईडी: 1972342) आगंतुक पटल : 115
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam