ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ମହିଳା ୧୫୦୦ ମିଟର-ଟି-୧୧ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ରକ୍ଷିଥା ରାଜୁଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 25 OCT 2023 9:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ୧୫୦୦ ମିଟର-ଟି୧୧ରେ ସ୍ୱର୍ଣ୍ଣ ପଦକ ଜିତିଥିବା ରକ୍ଷିଥା ରାଜୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଜୁଙ୍କ ଅସାଧାରଣ ପ୍ରଦର୍ଶନ ଭାରତୀୟଙ୍କ ହୃଦୟକୁ ଉତ୍ସାହ ଓ ଗର୍ବରେ ଭରି ଦେଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସୀୟ ପାରା ଗେମ୍ସରେ ମହିଳା ୧୫୦୦ ମିଟର-ଟି-୧୧ରେ ସ୍ୱର୍ଣ୍ଣ ପଦକ ଜିତିଥିବା ରକ୍ଷିଥା ରାଜୁଙ୍କୁ ଅଭିନନ୍ଦନ।

ତାଙ୍କ ଅସାଧାରଣ ପ୍ରଦର୍ଶନ ଏବଂ ଅତୁଟ ସମର୍ପଣ ଭାରତର ହୃଦୟକୁ ଉତ୍ସାହ ଏବଂ ଗର୍ବରେ ଭରି ଦେଇଛି । ସେ ଆହୁରି ଚମତ୍କାର ଉପଲବ୍ଧି ହାସଲ କରିବା ଜାରି ରଖନ୍ତୁ।

 

BS


(ରିଲିଜ ଆଡି: 1971647) ପରିଦର୍ଶକ କାଉଣ୍ଟର : 114