କ୍ୟାବିନେଟ
ତେଲଙ୍ଗାନାରେ ସାମ୍ମକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧିନିୟମ, ୨୦୦୯ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ
ପୋଷ୍ଟ କରାଯିବା ଦିନାଙ୍କ:
04 OCT 2023 4:04PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ୨୦୧୪ (୨୦୧୪ର ନଂ ୬)ର ତ୍ରୟୋଦଶ ଅନୁସୂଚୀରେ ବ୍ୟବସ୍ଥା ଅନୁଯାୟୀ ତେଲଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ସାମ୍ମାକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ, ୨୦୦୯ରେ ସଂଶୋଧନ କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସଂଶୋଧନ), ବିଲ୍, ୨୦୨୩ ନାମକ ଏକ ବିଲ୍ ସଂସଦରେ ଆଗତ କରିବାକୁ ଅନୁମୋଦନ ମିଳିଛି।
ଏଥିପାଇଁ ୮୮୯.୦୭ କୋଟି ଟଙ୍କାର ପାଣ୍ଠି ର ବ୍ୟବସ୍ଥା କରାଯିବ। ଏହି ନୂତନ ବିଶ୍ୱବିଦ୍ୟାଳୟ କେବଳ ରାଜ୍ୟରେ ଉଚ୍ଚଶିକ୍ଷାର ଉପଲବ୍ଧତା ଏବଂ ଗୁଣବତ୍ତା ବୃଦ୍ଧି କରିବ ନାହିଁ ବରଂ ରାଜ୍ୟର ଆଦିବାସୀ ଜନସାଧାରଣଙ୍କ ସୁବିଧା ପାଇଁ ଆଦିବାସୀ କଳା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନ ବ୍ୟବସ୍ଥାରେ ଶିକ୍ଷାଗତ ଏବଂ ଗବେଷଣା ସୁବିଧା ପ୍ରଦାନ କରି ଉଚ୍ଚଶିକ୍ଷା ଏବଂ ଜ୍ଞାନର ଉନ୍ନତ ମାର୍ଗକୁ ପ୍ରୋତ୍ସାହିତ କରିବ । ଏହି ନୂତନ ବିଶ୍ୱବିଦ୍ୟାଳୟ ଅତିରିକ୍ତ କ୍ଷମତା ସୃଷ୍ଟି କରିବ ଏବଂ ଆଞ୍ଚଳିକ ଅସନ୍ତୁଳନ ଦୂର କରିବାକୁ ଚେଷ୍ଟା କରିବ ।
HS
(ରିଲିଜ ଆଡି: 1964245)
ପରିଦର୍ଶକ କାଉଣ୍ଟର : 192
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam