ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୬ରେ ଜି-୨୦ ବିଶ୍ବବିଦ୍ୟାଳୟ ସମାପନ କାର୍ଯ୍ୟକ୍ରମକୁ କରିବେ ସମ୍ବୋଧନ

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2023 6:40PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୬ ତାରିଖ ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅପରାହ୍ନ ୪ଟା ବେଳେ ଜି-୨୦ ବିଶ୍ବବିଦ୍ୟାଳୟର ସମାପନ ସମାରୋହକୁ ସମ୍ବୋଧିତ କରିବେ।

ଜି-୨୦ ଜନଭାଗିଦାରୀ ଆନ୍ଦୋଳନରେ ରେକର୍ଡ ସଂଖ୍ୟକ ପାଞ୍ଚ କୋଟିରୁ ଅଧିକ ଯୁବକ-ଯୁବତୀ ବିଭିନ୍ନ ବିଦ୍ୟାଳୟ, ଉଚ୍ଚଶିକ୍ଷା ଅନୁଷ୍ଠାନ ଓ କୌଶଳ ବିକାଶ ପ୍ରତିଷ୍ଠାନରେ ଅଧ୍ୟାୟରତ ଅଛନ୍ତି। ଜି-୨୦ ବିଶ୍ବବିଦ୍ୟାଳୟ ଭାରତରେ ଜି-୨୦ ଅଧ୍ୟକ୍ଷତା ନେଇ ଯୁବାଗୋଷ୍ଠୀଙ୍କୁ ସଚେତନ କରାଇବା ସହ ଏହାର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଉଦେଶ୍ୟରେ ପଦକ୍ଷେପ ନେଇଥିଲା। ଭାରତ ବ୍ୟାପୀ ଏକ ଲକ୍ଷ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶ ସ୍ବାଧୀନର ୭୫ ବର୍ଷ ସ୍ମାରକୀ ପାଇଁ ପ୍ରଥମେ ୭୫ଟି ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମେ ଯୋଜନା ହୋଇଥିଲେ ମଧ୍ୟ ପରେ ଏହା ୧୦୧କୁ ବୃଦ୍ଧି ପାଇଥିଲା।

ଜି-୨୦ ବିଶ୍ବବିଦ୍ୟାଳୟ ସଂଯୋଗୀକରଣ ପଦକ୍ଷେପ ସ୍ବରୂପ ଅନେକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। ଉଚ୍ଚଶିକ୍ଷା ଅନୁଷ୍ଠାନରୁ ବ୍ୟାପକ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା। ପ୍ରଥମେ ଯାହା କେବଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇଥିଲା, ପରେ ତାହା ବିଦ୍ୟାଳୟ, ମହାବିଦ୍ୟାଳୟକୁ ସମ୍ପ୍ରସାରିତ ହୋଇଥିଲା।

ଜି-୨୦ ବିଶ୍ବବିଦ୍ୟାଳୟ ସଂଯୋଗୀକରଣ ସମାପନ କାର୍ଯ୍ୟକ୍ରମ ସ୍ଥଳୀରେ ପ୍ରାୟ ତିନି ହଜାର ଛାତ୍ରଛାତ୍ରୀ, ଶିକ୍ଷାଦାନକାରୀ ସଦସ୍ୟ ଓ ଅଂଶଗ୍ରହଣକାରୀ ବିଶ୍ବବିଦ୍ୟାଳୟ ଗୁଡ଼ିକର କୁଳପତିଗଣ ଯୋଗ ଦେବେ। ଏହାଛଡ଼ା ଦେଶବ୍ୟାପୀ ବିଦ୍ୟାର୍ଥୀଗଣ କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ଯୋଗଦେବେ।

************

SM/MB


(ରିଲିଜ ଆଡି: 1960692) ପରିଦର୍ଶକ କାଉଣ୍ଟର : 151