ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ୍ମଦିନ ଶୁଭେଚ୍ଛା ନିମନ୍ତେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ବିଶ୍ୱର ଅନ୍ୟ ନେତାମାନଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2023 8:19PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜନ୍ମଦିନ ଶୁଭେଚ୍ଛା ନିମନ୍ତେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ବିଶ୍ୱର ଅନ୍ୟ ନେତାମାନଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

ରାଷ୍ଟ୍ରପତିଙ୍କୁ ଏକ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ମାନନୀୟ ରାଷ୍ଟ୍ରପତିଜୀ, ଆପଣଙ୍କ ଆତ୍ମୀୟ ଶୁଭକାମନା ନିମନ୍ତେ ହୃଦୟରୁ କୃତଜ୍ଞତା ପ୍ରକଟ କରୁଛି । ସମୃଦ୍ଧ ତଥା ବିକଶିତ ଭାରତର ନିର୍ମାଣ ନିମନ୍ତେ ଆପଣଙ୍କ ପ୍ରେରଣା ଏବଂ ମାର୍ଗଦର୍ଶନ ବହୁତ ମହତ୍ୱପୂର୍ଣ୍ଣ ।’’

 

ଉପ ରାଷ୍ଟ୍ରପତିଙ୍କୁ ଏକ ପ୍ରତିକି୍ରୟାରେ, ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ହୃଦୟଭରା ଶୁଭେଚ୍ଛା ଲାଗି ଧନ୍ୟବାଦ ଭାରତର ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜୀ ।’’

 

ପୂର୍ବତନ ରାଷ୍ଟ୍ରପତିଙ୍କୁ ଏକ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ମାନନୀୟ ରାମନାଥ କୋବିନ୍ଦ ଜୀ, ହୃଦୟରୁ କୃତଜ୍ଞତା ଜଣାଉଛି । ଆପଣଙ୍କ ପ୍ରେମ, ସ୍ନେହଭରା ଶବ୍ଦ ପ୍ରେରଣା ପ୍ରଦାନକାରୀ ।’’

 

ପୂର୍ବତନ ଉପ ରାଷ୍ଟ୍ରପତିଙ୍କୁ ଏକ ପ୍ରତିକି୍ରୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆପଣଙ୍କ ସ୍ୱତନ୍ତ୍ର ଶୁଭକାମନା ଲାଗି ଆପଣଙ୍କୁ ଧନ୍ୟବାଦ ଏମ ଭେଙ୍କେୟା ନାଇଡୁ ଗାରୁ ।’’

 

ମରିସସ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରତିକି୍ରୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ମୁଁ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ କୁମାର ଜଗନ୍ନାଥଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି ।’’

 

ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରତିକି୍ରୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆପଣଙ୍କ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ।’’

 

SR


(ରିଲିଜ ଆଡି: 1960559) ପରିଦର୍ଶକ କାଉଣ୍ଟର : 163