ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ନଭେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ମାସିକ ଭିତ୍ତିରେ ବିଚାରାଧୀନ ମାମଲା ହ୍ରାସ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ


ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ୩୪୩୮ସ୍ୱଚ୍ଛତା ଅଭିଯାନ ପରିଚାଳିତ ହୋଇଛି ଯେଉଁଥିରେ ସର୍ବସାଧାରଣ ଚଳପ୍ରଚଳ ଥିବା କ୍ଷେତ୍ର/ବାହାର କାର୍ଯ୍ୟାଳୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି


୬୩୨ ସାଂସଦ ରେଫରେନ୍ସ, ୩୭ ସଂସଦୀୟ ପ୍ରତିଶ୍ରୁତି, ୬ କ୍ୟାବିନେଟ୍ ପ୍ରସ୍ତାବ, ୨୧୩ ରାଜ୍ୟ ସରକାରଙ୍କ ରେଫରେନ୍ସ ଏବଂ ୪୭ ପିଏମଓ ରେଫରେନ୍ସର ସମାଧାନ ହୋଇଛି


ନଭେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ମିଳିଥିବା ୩୮,୫୫୦ ଜନଅଭିଯୋଗ ଏବଂ ୪୧୫୯ ପିଜି ଆବେଦନର ସମାଧାନ, ସିଏପିଏଫ୍ କାର୍ଯ୍ୟାଳୟରୁ ୨୫,୫୦୪ ବର୍ଗଫୁଟ ଜାଗା ମୁକ୍ତ କରାଯାଇଛି


ସ୍ୱତନ୍ତ୍ର ଅଭିଯାନ ୩.୦ର ପ୍ରସ୍ତୁତି ପର୍ଯ୍ୟାୟ (୧୫-୩୦ ସେପ୍ଟେମ୍ବର, ୨୦୨୩) ଏବଂ କାର୍ଯ୍ୟକାରିତା ପର୍ଯ୍ୟାୟ (୦୨-୩୧ ଅକ୍ଟୋବର, ୨୦୨୩) ସମୟରେ ସକ୍ରିୟ ଅଂଶଗ୍ରହଣକାରୀ ଭାବରେ କାର୍ଯ୍ୟ କରିବାକୁ ଗୃହ ମନ୍ତ୍ରାଳୟ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ

Posted On: 21 SEP 2023 4:11PM by PIB Bhubaneshwar

ଗୃହ ମନ୍ତ୍ରଣାଳୟ ନଭେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ମାସିକ ଭିତ୍ତିରେ ବିଚାରାଧୀନ ମାମଲାକୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ସମୁଦାୟ ୩୪୩୮ଟି ସ୍ୱଚ୍ଛତା ଅଭିଯାନ ପରିଚାଳିତ ହୋଇଛି, ଯେଉଁଥିରେ ସର୍ବସାଧାରଣ ଚଳପ୍ରଚଳ ଥିବା କ୍ଷେତ୍ର/ବାହାର କାର୍ଯ୍ୟାଳୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଉକ୍ତ ସମୟ ମଧ୍ୟରେ ୬୩୨ଟି ସାଂସଦ ରେଫରେନ୍ସ, ୩୭ଟି ସଂସଦୀୟ ପ୍ରତିଶ୍ରୁତି, ୬ଟି କ୍ୟାବିନେଟ୍ ପ୍ରସ୍ତାବ, ୨୧୩ଟି ରାଜ୍ୟ ସରକାରଙ୍କ ରେଫରେନ୍ସ ଏବଂ ୪୭ଟି ପିଏମଓ ରେଫରେନ୍ସର ସମାଧାନ କରାଯାଇଥିଲା। ସେହିପରି ନଭେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ମିଳିଥିବା ମୋଟ ୩୮,୫୫୦ ଟି ଜନ ଅଭିଯୋଗ ଏବଂ ୪,୧୫୯ ଟି ପିଜି ଆବେଦନକୁ ମନ୍ତ୍ରଣାଳୟ ଦ୍ୱାରା ସମାଧାନ କରାଯାଇଛି । ସିଏପିଏଫ୍ କାର୍ଯ୍ୟାଳୟରେ ସମୁଦାୟ ୨୫,୫୦୪ ବର୍ଗଫୁଟ ଜାଗା ମୁକ୍ତ କରାଯାଇଛି।

ଏହାବ୍ୟତୀତ ମନ୍ତ୍ରଣାଳୟ ଅଧୀନରେ ଥିବା ସମସ୍ତ ବିଭାଗ ସହ ଦକ୍ଷତାର ସହ ସମନ୍ୱୟ ରକ୍ଷା କରିବା ପାଇଁ ଏକ ଆନ୍ତଃ ମନ୍ତ୍ରଣାଳୟ ପୋର୍ଟାଲ ବିକଶିତ କରାଯାଇଛି । ଏହା ହେଉଛି ମନ୍ତ୍ରଣାଳୟର ସର୍ବୋତ୍ତମ ଅଭ୍ୟାସ ଯେଉଁଥିରେ ସମସ୍ତ ବିଭାଗ ସ୍ୱତନ୍ତ୍ର ଅଭିଯାନ ସମ୍ବନ୍ଧୀୟ ତଥ୍ୟ ଅପଲୋଡ୍ କରନ୍ତି । ଏହା ଦ୍ୱାରା କୌଣସି ବିଳମ୍ବକୁ ରୋକିବା ପାଇଁ ଠିକ୍ ସମୟରେ ସଠିକ ତଥ୍ୟ ହାସଲ କରିବାରେ ସହାୟକ ହୋଇଛି ।

ସ୍ୱତନ୍ତ୍ର ଅଭିଯାନର ପୂର୍ବ କାର୍ଯ୍ୟକ୍ରମଗୁଡ଼ିକର ସଫଳତାରେ ଉତ୍ସାହିତ ହୋଇ ଗୃହ ମନ୍ତ୍ରଣାଳୟ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର ଅଭିଯାନ ୩.୦ର ପ୍ରସ୍ତୁତି ପର୍ଯ୍ୟାୟ (୧୫-୩୦ ସେପ୍ଟେମ୍ବର, ୨୦୨୩) ଏବଂ କାର୍ଯ୍ୟାନ୍ୱୟନ ପର୍ଯ୍ୟାୟ (୦୨-୩୧ ଅକ୍ଟୋବର, ୨୦୨୩) ସମୟରେ ସକ୍ରିୟ ଅଂଶୀଦାର ଭାବରେ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଗୃହ ମନ୍ତ୍ରଣାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଅଭିଯାନ ସ୍ଥାୟୀ ଏବଂ ପରିବେଶ ଅନୁକୂଳ କର୍ମକ୍ଷେତ୍ର ଉପରେ ଧ୍ୟାନ ଦେଉଛି ।

୨ଅକ୍ଟୋବର ୨୦୨୩ରୁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ହେବାକୁ ଥିବା ସ୍ବତନ୍ତ୍ର ଅଭିଯାନ ୩.୦ ଉପରେ ସର୍ବୋଚ୍ଚ ସ୍ତରରେ ନଜର ରଖାଯାଉଛି। ସମସ୍ତ ସିଏପିଏଫ୍ ଏବଂ ସିପିଓମାନଙ୍କୁ ସ୍ୱତନ୍ତ୍ର ଅଭିଯାନ ୩.୦ର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି ଏବଂ ଚିହ୍ନଟ କରାଯାଇଥିବା ମାନଦଣ୍ଡ ଅନୁଯାୟୀ ସର୍ବୋତ୍ତମ ଫଳାଫଳ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଇଛି ।

ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ଆଡକୁ ଅଗ୍ରସର ହେଉଥିବା ବେଳେ କର୍ମକ୍ଷେତ୍ରରେ ଉତ୍ତମ ଅଭ୍ୟାସ ପ୍ରତି ଆଚରଣ/ଆଚରଣମନୋଭାବରେ ପରିବର୍ତ୍ତନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।

HS



(Release ID: 1959513) Visitor Counter : 104