ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଶିକ୍ଷା ମନ୍ତ୍ରଣାଳୟର ସ୍ଵଚ୍ଛତା ଶପଥ ପାଠ


'ସ୍ୱଚ୍ଛତା ହିଁ ସେବା' ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ ହେଲେ ୧୭୦ ଉଚ୍ଚ ଶିକ୍ଷାନୁଷ୍ଠାନ, ୟୁଜିସି ଓ ଏଆଇସିଟିଇର ପ୍ରତିନିଧି

प्रविष्टि तिथि: 19 SEP 2023 3:37PM by PIB Bhubaneshwar

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ସଚିବ କେ ସଞ୍ଜୟ ମୂର୍ତ୍ତି 'ସ୍ୱଚ୍ଛତା ହିଁ ସେବା' ଅଭିଯାନ ଅଧୀନରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଛନ୍ତି ।

ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଏବଂ 'ସ୍ୱଚ୍ଛତା ହିଁ ସେବା' ବାର୍ତ୍ତାକୁ ପ୍ରସାରିତ କରିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

ଶ୍ରୀ କେ ସଞ୍ଜୟ ମୂର୍ତ୍ତି କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର କୁଳପତି/ନିର୍ଦ୍ଦେଶକ ମାନଙ୍କ ସହ ଏକ ବୈଠକ କରି ସେମାନଙ୍କୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ୩.୦, ‘ସ୍ଵଚ୍ଛତା ହି ସେବା’ ଅଭିଯାନ ଏବଂ 'ମିଶନ ଲାଇଫ' କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ବିଷୟରେ ସଚେତନ କରାଇଥିଲେ।

ଶୂନ୍ୟ ବର୍ଜ୍ୟବସ୍ତୁ ଅଭିଯାନ, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ, ନିକଟସ୍ଥ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାରଖାନା ପରିଦର୍ଶନ, ନିକଟସ୍ଥ ଅଞ୍ଚଳକୁ ସ୍ବଚ୍ଛ ରଖିବା ପାଇଁ ଶ୍ରମଦାନ ଭଳି ବାର୍ତ୍ତା ପ୍ରଚାର କରିବା ଏବଂ ଜୀବନର ସମସ୍ତ ଦିଗରେ ‘କମ୍ ଏବଂ ପୁନଃବ୍ୟବହାର’ ନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ଏକତ୍ରିତ ହୋଇ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ କହିଥିଲେ । ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାରେ ଦର୍ଶାଯାଇଥିବା 'ମିଶନ ଲାଇଫ'ର ନୀତିକୁ ନିଜ ଅନୁଷ୍ଠାନରେ ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ।

ପାଖାପାଖି ୧୭୦ଟି ଏଚଇଆଇ, ୟୁଜିସି ଓ ଏଆଇସିଟିଇର ପ୍ରତିନିଧି ଭର୍ଚୁଆଲ୍ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।

 

SSP/PIB


(रिलीज़ आईडी: 1958811) आगंतुक पटल : 155
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Telugu , Kannada