ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାର୍ ଏମ୍ ବିଶ୍ୱେସରାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଇଞ୍ଜିନିୟର୍ସ ଦିବସରେ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି

Posted On: 15 SEP 2023 9:56AM by PIB Bhubaneshwar

ଇଞ୍ଜିନିୟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାର୍ ଏମ୍ ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି

 

ଏହ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ପରିଶ୍ରମୀ ଇଞ୍ଜିନିୟରମାନଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି

 

ପ୍ରଧାନମନ୍ତ୍ରୀ କହିଛନ୍ତି, ସାର୍ ଏମ୍‌. ବିଶ୍ୱେସରାୟ ପିଢ଼ି ପରେ ପିଢ଼ିକୁ ନୂଆ ଉଦ୍ଭାବନ ଏବଂ ଦେଶ ସେବା ପାଇଁ ପ୍ରେରଣା ଯୋଗାଉଛନ୍ତି ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ପ୍ରାରମ୍ଭରେ ଚିକ୍କାବଲ୍ଲାପୁରରେ ସାର୍ ଏମ୍‌. ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବାର ଝଲକ ସେୟାର କରିଛନ୍ତି

 

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

ଇଞ୍ଜିନିୟର୍ସ ଡେରେ ଆମେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଇଞ୍ଜିନିୟର ତଥା ଦେଶପ୍ରେମୀ ସାର୍ ଏମ୍‌. ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ସେ ପିଢ଼ି ପରେ ପିଢ଼ିକୁ ନୂଆ ଉଦ୍ଭାବନ ଏବଂ ରାଷ୍ଟ୍ର ସେବା ପାଇଁ ପ୍ରେରଣା ଯୋଗାଇ ଆସୁଛନ୍ତି ଚିକ୍କାବଲ୍ଲାପୁର ଗସ୍ତବେଳେ ମୁଁ ଚଳିତ ବର୍ଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି

 

ଇଞ୍ଜିନିୟର୍ସ ଡେରେ ସମସ୍ତ ପରିଶ୍ରମୀ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ସେମାନଙ୍କ ସୃଜନାତ୍ମକ ମସ୍ତିଷ୍କ ଏବଂ ଅକ୍ଳାନ୍ତ ଉଦ୍ୟମ ଆମ ଦେଶ ପ୍ରଗତିର ମେରୁଦଣ୍ଡ ଭିତ୍ତିଭୂମିଠାରୁ ଆରମ୍ଭ କରି ବୈଷୟିକ ସଫଳତା ପର୍ଯ୍ୟନ୍ତ ସେମାନଙ୍କ ଅବଦାନ ଆମ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରେ ’  

 

SR



(Release ID: 1957694) Visitor Counter : 75