ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଉତ୍ତରାଖଣ୍ଡ ଗସ୍ତରେ କେନ୍ଦ୍ରମନ୍ତ୍ରୀ


ଭାରତ ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ - ଧର୍ମେନ୍ଦ୍ର ପ୍ରଧାନ

ବିଦ୍ୟା ସମୀକ୍ଷା କେନ୍ଦ୍ର ଲୋକାର୍ପଣ କରିବା ସହ 141ଟି ପିଏମ ଶ୍ରୀ ବିଦ୍ୟାଳୟ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ଆବାସିକ ବିଦ୍ୟାଳୟର କଲେ ଶିଳାନ୍ୟାସ

ପ୍ରଯୁକ୍ତି ବିଦ୍ୟା ଆଧାରିତ ଆଧୁନିକ ଡାଟା ଡ୍ରିଭେନ୍ ମଡେଲ ଓ ବିଦ୍ୟା ସମୀକ୍ଷା କେନ୍ଦ୍ର; ଉତ୍ତରାଖଣ୍ଡର ଥିବା 23 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ଦିଗରେ ଏକ ପ୍ରଭାବଶାଳୀ ପଦକ୍ଷେପ ହେବ

ଜାତୀୟ ଶିକ୍ଷାଶନୀତି ଆଧାରରେ ପିଏମ ଶ୍ରୀ ବିଦ୍ୟାଳୟର ଶିଳାନ୍ୟାସ ଓ ମେଧାବୀ ଛାତ୍ର ବୃତ୍ତି ଏବଂ ରାଜ୍ୟରେ ଗବେଷଣାକୁ ପ୍ରୋତ୍ସାହିତ କରିବ

ୟୁପିଏସ ବିଶ୍ବବିଦ୍ୟାଳୟରେ ବିକଶିତ ଭାରତ 2047 ଶୀର୍ଷକ ଅମୃତ କାଳ ବିମର୍ଷ ଆଲୋଚନା ଚକ୍ରରେ ଯୋଗଦାନ

ବିଶ୍ୱରେ ଶାନ୍ତି, ଅହିଂସା, ସ୍ୱାଧୀନତା, ଗଣତନ୍ତ୍ର ଭଳି ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦିଆଯାଉଛି, ଏହାର ଜନନାୟକ ହେଉଛନ୍ତି ମହାତ୍ମା ଗାନ୍ଧୀ

Posted On: 12 SEP 2023 3:32PM by PIB Bhubaneshwar

ସେପ୍ଟେମ୍ବର 12, ଭାରତ ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମ୍ ରେ ବିଶ୍ୱାସ କରେ ବୋଲି ଉତ୍ତରାଖଣ୍ଡର ଦେହେରାଦୁନରେ ୟୁପି. ଇ. ଏସ. ବିଶ୍ୱବିଦ୍ୟାଳୟର "ବିକଶିତ ଭାରତ 2047" ଶୀର୍ଷକ ଅମୃତ କାଳ ବିମର୍ଷ ଆଲୋଚନାରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I

 

 ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ଧାମୀ ଓ  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେହେରାଦୁନ ଠାରେ ବିଦ୍ୟା ସମୀକ୍ଷା କେନ୍ଦ୍ର ଲୋକାର୍ପଣ କରିବା ସହ ପିଏମ ଶ୍ରୀ ବିଦ୍ୟାଳୟ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି I ଏହାସହ ମେଧାବୀ ଛାତ୍ର ବୃତ୍ତି ମଧ୍ୟ ଶୁଭାରମ୍ଭ କରିଛନ୍ତି I

ଏହି ଅବସରରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟା ଆଧାରିତ ଆଧୁନିକ ଡାଟା ଡ୍ରିଭେନ୍ ମଡେଲ ଓ ବିଦ୍ୟା ସମୀକ୍ଷା କେନ୍ଦ୍ର; ଉତ୍ତରାଖଣ୍ଡର ଥିବା 23 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ଦିଗରେ ଏକ ପ୍ରଭାବଶାଳୀ ପଦକ୍ଷେପ ହେବ I

 

ଏହି କେନ୍ଦ୍ର ମାଧ୍ୟମରେ ରାଜ୍ୟରେ ଥିବା 22 ହଜାରରୁ ଉର୍ଦ୍ଧ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା 23.5 ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ 1 ଲକ୍ଷ 22 ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୋଟିଏ ପ୍ଲାଟଫର୍ମରେ ଯୋଡି ହେବା ସହ ସମସ୍ତଙ୍କ ତଥ୍ୟ ମଧ୍ୟ ଉପଲବ୍ଧ ରହିବ I ରାଜ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଜଣାପଡିବ I ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ I

ଏକ ବିଂଶ ଶତାବ୍ଦୀରେ ଜ୍ଞାନ ଆଧାରିତ ଅର୍ଥନୀତି ପ୍ରସ୍ତୁତ କରିବା ଦିଗରେ ଜାତୀୟ ଶିକ୍ଷାନୀତି ଏକ ଦାର୍ଶନିକ ତତ୍ୱ I ଜାତୀୟ ଶିକ୍ଷାନୀତି ଆଧାରରେ 141ଟି ପିଏମ ଶ୍ରୀ ବିଦ୍ୟାଳୟର ଶିଳାନ୍ୟାସ ଓ ମେଧାବୀ ଛାତ୍ର ବୃତ୍ତି ଏବଂ ରାଜ୍ୟରେ ଗବେଷଣାକୁ ପ୍ରାତ୍ସାହିତ କରିବା ଦିଗରେ ରାଜ୍ୟ ଗବେଷଣା ବୃତ୍ତି ପାଇଁ ଆର୍ଥିକ ପ୍ରବନ୍ଧନ କରାଯିବା ଉତ୍ତରାଖଣ୍ଡ ସରକାରର ଶିକ୍ଷାର ବିକାଶ ପ୍ରତି ପ୍ରାଥମିକତାକୁ ଦର୍ଶାଉଛି I ଜାତୀୟ ଶିକ୍ଷାନୀତିକୁ କ୍ରିୟାନ୍ୱୟନ କରିବା ଦିଗରେ ଉତ୍ତରାଖଣ୍ଡ ଦେଶର ଅନେକ ଅଗ୍ରଣୀ ରାଜ୍ୟ ମଧ୍ୟରେ ରହିଛି I ଦେବଭୂମି ଉତ୍ତରାଖଣ୍ଡର ବିକାଶ ତଥା ଏଠାର ଲୋକଙ୍କ ଉନ୍ନତି ପାଇଁ ମୋଦି ସରକାର ଉତ୍ତରାଖଣ୍ଡର ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ I

 

ଦେହେରାଦୁନ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନର ପିଢ଼ିର ଆଶା, ଆକାଂକ୍ଷାକୁ ବୁଝିବାକୁ ହେବ I ଭାରତକୁ ସ୍ୱାଧୀନତାର 76 ବର୍ଷ ପୂରଣ ହୋଇଛି ଏବଂ ବିଶ୍ୱରେ ଶାନ୍ତି, ଅହିଂସା, ସ୍ୱାଧୀନତା, ଗଣତନ୍ତ୍ର ଭଳି ମୂଲ୍ୟବୋଧ ଉପରେ ଗୁରୁତ୍ୱ  ଦିଆଯାଉଛି, ଏହାର ଜନନାୟକ ହେଉଛନ୍ତି ମହାତ୍ମା ଗାନ୍ଧୀ I ନିକଟରେ ଅନୁଷ୍ଠିତ ହୋଇଥିବା ଜି 20 ବୈଠକରେ ଯୋଗ ଦେଇଥିବା ବିଶ୍ୱର ନେତୃବୃନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସ୍ଥଳରେ ଏକତ୍ରିତ ହୋଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱ ଯୋଗୁଁ ହିଁ ସମ୍ଭବ ହୋଇଛି I ପ୍ରଥମଥର ପାଇଁ ଜି 20 ବୈଠକରେ ଆଫ୍ରିକୀୟ ଦେଶ ସମୂହକୁ ସ୍ଥାୟୀ ସଦସ୍ୟରୂପେ ଗ୍ରହଣ କରାଯାଇଥିଲା I ପାଶ୍ଚାତ ଦେଶରେ ପ୍ରତ୍ୟେକ ବିଷୟ ବ୍ୟକ୍ତି କେନ୍ଦ୍ରିତ ଥିଲାବେଳେ ଭାରତରେ ପ୍ରତ୍ୟେକ କାର୍ଯ୍ୟ ସର୍ବସ୍ପର୍ଶୀ ହୋଇଥାଏ ଓ ଭାରତ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି I

*****

RoM



(Release ID: 1956706) Visitor Counter : 115