ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ତୁରନ୍ତ ମସୁରର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଁ ପରାମର୍ଶ ଜାରି କଲେ କେନ୍ଦ୍ର ସରକାର


ପ୍ରତି ଶୁକ୍ରବାର ପୋର୍ଟାଲରେ ବାଧ୍ୟତାମୂଳକ ଭାବେ ମସୁର ଷ୍ଟକ୍ ସମ୍ପର୍କରେ ପ୍ରକାଶ ପାଇବ

ମସୁରର ଅଘୋଷିତ ଷ୍ଟକ୍‌କୁ ଜମାଖୋରୀ ଭାବେ ବିବେଚନା କରାଯିବ: ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ

Posted On: 06 SEP 2023 4:40PM by PIB Bhubaneshwar

ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ତୁରନ୍ତ ମସୁର (ମସୁର)ର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ପ୍ରକାଶ କରିବା ପାଇଁ ପରାମର୍ଶ ଜାରି କରିଛି । ସମସ୍ତ ହିତାଧିକାରୀ ପ୍ରତି ଶୁକ୍ରବାର ଦିନ ବିଭାଗ ଦ୍ୱାରା ପରିଚାଳିତ ଷ୍ଟକ୍ ଡିସକ୍ଲୋଜର ପୋର୍ଟାଲ (https://fcainfoweb.nic.in/psp) ରେ ସେମାନଙ୍କ ମସୁର ଷ୍ଟକ୍‌କୁ ବାଧ୍ୟତାମୂଳକ ଭାବରେ ପ୍ରକାଶ କରିବା ଉଚିତ୍ । ଯଦି କୌଣସି ଅଘୋଷିତ ଷ୍ଟକ୍ ମିଳେ, ତେବେ ତାହାକୁ ହୋର୍ଡିଂ ଅର୍ଥାତ୍ ଜମାଖୋରୀ ଭାବେ ବିବେଚନା କରାଯିବ ଏବଂ ଏହା ଉପରେ ଇସି ଆକ୍ଟ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସାପ୍ତାହିକ ମୂଲ୍ୟ ସମୀକ୍ଷା ବୈଠକରେ ଖାଉଟି ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂହ ମସୁର ବଫର କ୍ରୟକୁ ବ୍ୟାପକ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଏମଏସପି ପାଖାପାଖି ଦରରେ ଉପଲବ୍ଧ ଷ୍ଟକ୍ କିଣିବା । ଏହା ଏପରି ସମୟରେ ହୋଇଛି, ଯେତେବେଳେ ନାଫେଡ୍ ଏବଂ ଏନସିସିଏଫକୁ ଆମଦାନୀ ହୋଇଥିବା ଡାଲି କିଣିବା ପାଇଁ ସେମାନଙ୍କର ଟେଣ୍ଡର ସ୍ଥଗିତ ରଖିବାକୁ ପଡିଥିଲା , କାରଣ କିଛି ଯୋଗାଣକାରୀଙ୍କ ଠାରୁ ଅତ୍ୟଧିକ ନିଲାମ ମିଳିଥିଲା ।

ଉପଭୋକ୍ତା ବ୍ୟାପାର ସଚିବ କହିଛନ୍ତି ଯେ କାନାଡାରୁ ଡାଲି ଆମଦାନୀ ପ୍ରବାହ ଏବଂ ଆଫ୍ରିକୀୟ ଦେଶ ଗୁଡିକରୁ ହରଡ ଡାଲି ଆମଦାନୀ ବୃଦ୍ଧି ପାଉଥିବା ବେଳେ କିଛି କମ୍ପାନୀ ଉପଭୋକ୍ତା ଏବଂ ରାଷ୍ଟ୍ରର ସ୍ୱାର୍ଥ ବିରୁଦ୍ଧରେ ବଜାରକୁ ନିଜ ନିୟନ୍ତ୍ରଣରେ କରିବାକୁ ଚେଷ୍ଟା କରୁଛନ୍ତି । ସରକାର ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ବଜାରକୁ ଷ୍ଟକ୍ ଛାଡ଼ିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବେ । ଯାହା ଦ୍ୱାରା ପର୍ବପର୍ବାଣୀ ଋତୁରେ ଉପଯୁକ୍ତ ମୂଲ୍ୟରେ ସମସ୍ତ ଡାଲିର ଉପଲବ୍ଧତା ସୁନିଶ୍ଚିତ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉପଭୋକ୍ତା ମାନଙ୍କ ସହିତ କୃଷକ ମାନଙ୍କର ସ୍ୱାର୍ଥକୁ ସଠିକ ଭାବରେ ସନ୍ତୁଳନ କରିବା ସର୍ବୋଚ୍ଚ ପ୍ରାଥମିକତା ଏବଂ ଯେଉଁମାନେ ଅସାଧୁ ଉପାୟରେ ଭାରତୀୟ ଉପଭୋକ୍ତା ଏବଂ କୃଷକ ମାନଙ୍କର ସ୍ୱାର୍ଥକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ପଛଘୁଞ୍ଚା ଦେବ ନାହିଁ ।

***

S

SP

 



(Release ID: 1955292) Visitor Counter : 115