ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଉତକେଲା ବିମାନବନ୍ଦର ଏବଂ ଉତକେଲା ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବାର ଉଦଘାଟନ କରିଛନ୍ତି ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ



ଉଡାନ ଯୋଜନାରେ ଏହାକୁ ଆଞ୍ଚଳିକ ବିମାନବନ୍ଦର ଭାବରେ ବିକଶିତ କରାଯାଇଛି

Posted On: 31 AUG 2023 1:37PM by PIB Bhubaneshwar

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂହ (ଅବସରପ୍ରାପ୍ତ) ଆଜି ଉତକେଲା ବିମାନବନ୍ଦର ଏବଂ ଉତକେଲା ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳକୁ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉତକେଲା ବିମାନବନ୍ଦର ଓଡ଼ିଶା ସରକାରଙ୍କ ମାଲିକାନାରେ ରହିଛି। ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଡାନ ଯୋଜନାରେ ୩୧.୦୭ କୋଟି ଟଙ୍କା ବ୍ୟୟରେ ଏହାକୁ ଏକ ଆଞ୍ଚଳିକ ବିମାନବନ୍ଦର ଭାବରେ ବିକଶିତ କରାଯାଇଛି | ଉତକେଲା ବିମାନବନ୍ଦରର ରନଓ୍ବେର ଦୈର୍ଘ୍ୟ ୯୧୭ ମିଟର (୨୯୯୫ ଫୁଟ) ସହିତ ପ୍ରସ୍ଥ ୩୦ ମିଟର ରହିଛି । ଉତକେଲା ବିମାନବନ୍ଦରକୁ ମିଶାଇ ଓଡ଼ିଶାରେ ଏବେ ୫ଟି ବିମାନବନ୍ଦର ହେବ।

ନବନିର୍ମିତ ଉତକେଲା-ଭୁବନେଶ୍ୱର-ଉତକେଲା ବିମାନ ମାର୍ଗ ଆଞ୍ଚଳିକ ବିମାନ ଯୋଗାଯୋଗ ବୃଦ୍ଧି କରିବା ସହ ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଇଣ୍ଡିଆ ୱାନ୍ ଅଗଷ୍ଟ ୩୧ ତାରିଖରୁ ଏହି ରୁଟ୍ ରେ ବିମାନ ଚଳାଚଳ ଆରମ୍ଭ କରିଛି ଉଡାନ ଯୋଜନାରେ ମଞ୍ଜୁର ହୋଇଥିବା ୯ ସିଟ୍ ବିଶିଷ୍ଟ ସେସନା ସି-୨୦୮ ବିମାନକୁ ଅପରେଟର ବ୍ୟବହାର କରିବେ। ଏହି ବିମାନ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳାଚଳ କରିବ:

ଉଦଘାଟନୀ ଭାଷଣରେ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ କହିଥିଲେ ଯେ ଉତକେଲା ଭୁବନେଶ୍ୱର ବିମାନ ଯୋଗାଯୋଗ ସଡ଼କ ପଥରେ ଯାତ୍ରା କରିବାକୁ ଲାଗୁଥିବା ସମୟକୁ ପ୍ରାୟ ୮ ଘଣ୍ଟା ହ୍ରାସ କରିବ। ଏବେ ଉତକେଲା-ଭୁବନେଶ୍ୱର ବିମାନରେ ଏହି ଦୂରତା ୧ ଘଣ୍ଟା ୨୦ ମିନିଟରେ ଅତିକ୍ରମ କରାଯାଇପାରିବ । ଅର୍ଥନୈତିକ କାର୍ଯ୍ୟକଳାପ ଆସିବା ସହ ବିଭିନ୍ନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବାରୁ କଳାହାଣ୍ଡି ଅଞ୍ଚଳ ପାଇଁ ଏହା ଏକ ନୂଆ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ସିନ୍ଧିଆ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ସହଯୋଗରେ କାର୍ଯ୍ୟ କରୁଛନ୍ତି।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡକ୍ଟର ଭିକେ ସିଂହ (ଅବସରପ୍ରାପ୍ତ) କହିଛନ୍ତି ଯେ କେନ୍ଦ୍ର ସରକାର ଉତକେଲା ବିମାନବନ୍ଦରର ପୁନଃନିର୍ମାଣ ରେ ପ୍ରାୟ ୩୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ କଳାହାଣ୍ଡିକୁ ଭୁବନେଶ୍ୱର ଓ ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୋଗ କରାଯିବ ଯାହା ଏହି ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ଓଡ଼ିଶା ସରକାରଙ୍କ ଜଳସମ୍ପଦ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂଶଲ, ଓଡ଼ିଶା ସରକାରଙ୍କ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ଇଣ୍ଡିଆ ୱାନର ସିଇଓ ଅରୁଣ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

 

HS



(Release ID: 1953733) Visitor Counter : 147


Read this release in: English , Urdu , Hindi , Tamil , Telugu