ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରିକ୍ସ ବିଜନେସ ଫୋରମ ଲିଡର୍ସ ଡାଏଲଗରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

Posted On: 22 AUG 2023 10:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ବ୍ରିକ୍ସ ବିଜନେସ ଫୋରମ ଲିଡର୍ସ ଡାଇଲଗ (ବ୍ରିକ୍ସ ବ୍ୟବସାୟ ମଂଚ ନେତୃ ମଣ୍ଡଳୀଙ୍କ ଆଲୋଚନା) ରେ ଅଂଶଗ୍ରହଣ କରିଛନ୍ତି ।

ବ୍ରିକ୍ସ ବିଜନେସ ଫୋରମର ଆଲୋଚନା ସମ୍ପର୍କରେ ନେତା ମାନଙ୍କୁ ଅବଗତ କରାଯାଇଥିଲା ।

ସାମାଜିକ ଓ ଅର୍ଥନୈତିକ ଆହ୍ୱାନ ଗୁଡିକର ମୁକାବିଲା କରିବା ପାଇଁ ପ୍ରଯୁକ୍ତି ଭିତ୍ତିକ ସମାଧାନ ଗୁଡିକ ସମେତ ବ୍ୟବସାୟକୁ ସୁଗମ କରିବା ନିମନ୍ତେ ଭାରତ ଗ୍ରହଣ କରୁଥିବା ବିଭିନ୍ନ ସଂସ୍କାର ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଭାରତର ବିକାଶମୂଳକ ଯାତ୍ରାରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ବ୍ରିକ୍ସ ବ୍ୟବସାୟୀ ନେତା ମାନଙ୍କୁ ଆମନ୍ତ୍ରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କୋଭିଡ୍ ସହାୟତା ଭିତ୍ତିକ ଏବଂ ଅନ୍ତର୍ଭୁକ୍ତି ଯୋଗାଣ ଶୃଙ୍ଖଳାର ଗୁରୁତ୍ୱ ଉପରେ ଆଲୋକପାତ କରି ଦେଇଛି ଏବଂ ଏହି କାରଣରୁ ପାରସ୍ପରିକ ବିଶ୍ୱାସ ଏବଂ ସ୍ୱଚ୍ଛତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯିବା ଦରକାର ।

ବ୍ରିକ୍ସ ମିଳିତ ଭାବେ ବିଶ୍ୱ କଲ୍ୟାଣ, ବିଶେଷ କରି ଦକ୍ଷିଣ ବିଶ୍ୱର କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ପାରିବ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।

***

SSP



(Release ID: 1951302) Visitor Counter : 85