ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି, ସରକାର ସୀମାନ୍ତ ଗ୍ରାମଗୁଡିକ ପାଇଁ ଭାଇବ୍ରାଣ୍ଟ ଭିଲେଜ (ସ୍ଫୁର୍ତ୍ତିଶୀଳ ଗ୍ରାମ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି


ପୂର୍ବରୁ , ସୀମାନ୍ତ ଅଞ୍ଚଳର ଗ୍ରାମ ଗୁଡ଼ିକୁ ଦେଶର ଅନ୍ତିମ ଗ୍ରାମ ଭାବେ ବିବେଚନା କରା ଯାଉଥିଲା, କିନ୍ତୁ ଏବେ ଏହି ଧାରଣା ବଦଳି ଯାଇଛି ଏବଂ ଏବେ ଏହି ଗ୍ରାମ ଗୁଡ଼ିକୁ ଅନ୍ତିମ ଗ୍ରାମ ନୁହେଁ, ବରଂ ସୀମାବର୍ତ୍ତୀ ଅଂଚଳର ପ୍ରଥମ ଗ୍ରାମ ଭାବେ ବିବେଚନା କରାଯାଉଛି

ସ୍ୱାଧୀନତା ଦିବସ ଉତ୍ସବ ଦେଖିବା ପାଇଁ ସୀମାନ୍ତ ଅଂଚଳରେ ଥିବା ଗ୍ରାମ ଗୁଡିକର ପ୍ରାୟ ୬୦୦ ପ୍ରଧାନଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିବା ବେଳେ ଏହି ସ୍ୱତନ୍ତ୍ର ଅତିଥିମାନେ ପ୍ରଥମ ଥର ପାଇଁ ନୂଆ ସଂକଳ୍ପ ଓ ଶକ୍ତି ସହିତ ଏତେ ଦୂରକୁ ଆସିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2023 1:45PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସରକାର ସୀମାନ୍ତ ଅଂଚଳରେ ଥିବା ଗ୍ରାମଗୁଡିକ ପାଇଁ ଭାଇବ୍ରାଣ୍ଟ ଭିଲେଜ (ସ୍ଫୁର୍ତ୍ତିଶୀଳ ଗ୍ରାମ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେ କହିଥିଲେ ଯେ,  ପୂର୍ବରୁ ଏହି ଗ୍ରାମ ଗୁଡ଼ିକୁ ଦେଶର ଅନ୍ତିମ ଗ୍ରାମ ଭାବେ ବିବେଚନା କରା ଯାଉଥିଲା, କିନ୍ତୁ ଏବେ ସେହି ଧାରଣା ବଦଳିଯାଇଛି । ସେ କହିଛନ୍ତି ଯେ,  ଏହି ଗ୍ରାମଗୁଡ଼ିକ ଅନ୍ତିମ ଗ୍ରାମ ନୁହେଁ, ବରଂ ସୀମାନ୍ତ ଅଂଚଳର  ପ୍ରଥମ ଗ୍ରାମ । ସେ କହିଛନ୍ତି ଯେ,  ଯେତେବେଳେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଏ, ସେତେବେଳେ ସୂର୍ଯ୍ୟର ପ୍ରଥମ କିରଣ ସୀମାବର୍ତ୍ତୀ  ଗ୍ରାମ ଗୁଡିକୁ ସ୍ପର୍ଶ କରିଥାଏ ଏବଂ ସୂର୍ଯ୍ୟ ଅସ୍ତ ହେବା ପରେ ଏହି ଅଂଚଳରେ ଥିବା ଗ୍ରାମ ଗୁଡିକୁ ଏହାର ଶେଷ କିରଣର ଫାଇଦା ମିଳିଥାଏ ।

ସ୍ୱାଧୀନତା ଦିବସ ସମାରୋହ ଦେଖିବା ପାଇଁ ସୀମାନ୍ତ ଗ୍ରାମର ପ୍ରାୟ ୬୦୦ ପ୍ରଧାନଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରା ଯାଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସେ କହିଛନ୍ତି ଯେ ଏହି ସ୍ୱତନ୍ତ୍ର ଅତିଥିମାନେ ପ୍ରଥମ ଥର ପାଇଁ ନୂତନ ସଂକଳ୍ପ ଏବଂ ଶକ୍ତି ସହିତ ଏତେ ଦୂରକୁ ଆସିଛନ୍ତି ।

*****

SSP


(ରିଲିଜ ଆଡି: 1950279) ପରିଦର୍ଶକ କାଉଣ୍ଟର : 150