କୋଇଲା ମନ୍ତ୍ରଣାଳୟ

୨୦୨୨ – ୨୩ରେ ଓଡିଶାରେ ଦୁଇଟି ଇକୋ - ପାର୍କ ସ୍ଥାପନ କରିଛି ଏମ୍‌ସିଏଲ୍


ଜଗନ୍ନାଥ ବାଟିକା ଇକୋ - ପାର୍କ ସ୍ଥାପନ କରିବ ଏମ୍‌ସିଏଲ୍‌

କୋଇଲା/ ଲିଗ୍‌ନାଇଟ୍ ପିଏସ୍‌ୟୁ ଗୁଡିକ ଦ୍ୱାରା ପାଞ୍ଚ ବର୍ଷରେ ୧୫ଟି ଇକୋ-ପାର୍କ ନିର୍ମାଣ କରାଯାଇଛି । ବିଭିନ୍ନ ରାଜ୍ୟରେ ଆଉ ୧୯ଟି ପ୍ରତିଷ୍ଠା ହେବ

Posted On: 09 AUG 2023 2:10PM by PIB Bhubaneshwar

କୋଇଲା / ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଗତ ୫ ବର୍ଷ ମଧ୍ୟରେ ୧୫ଟି ଇକୋ- ପାର୍କ ସ୍ଥାପନ କରିଛନ୍ତି । ଇକୋ ପାର୍କ ପାଇଁ ସରକାର କୌଣସି ପାଣ୍ଠି ଆବଣ୍ଟନ କରି ନାହାନ୍ତି । ଇକୋ- ପାର୍କର ପ୍ରତିଷ୍ଠା, ରକ୍ଷଣାବେକ୍ଷଣ ଏବଂ ଯତ୍ନ ବାବଦରେ ସମ୍ପୃକ୍ତ କୋଇଲା / ଲିଗ୍‌ନାଇଟ୍ ପିଏସ୍‌ୟୁ ଗୁଡ଼ିକ ଅର୍ଥ ଯୋଗାଉଛନ୍ତି ।

୨୦୨୨-୨୩ରେ ଓଡ଼ିଶା ଏମସିଏଲ୍ ପକ୍ଷରୁ ଦୁଇଟି ଇକୋ ପାର୍କକୁ ସମ୍ପୂର୍ଣ୍ଣ କରାଯାଇଥିଲା । ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କକୁ  ୩୮୭ ଦିନରେ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ସେଥି ପାଇଁ ୨୭୮ ଲକ୍ଷ ଟଙ୍କା ଆବଂଟିତ ହୋଇଥିଲା ।  ଉତ୍କଳ ଉପବନ ଇକୋ - ପାର୍କ ପାଇଁ  ଏମସିଏଲ ୧୬୮ ଲକ୍ଷ ଟଙ୍କା ଆବଂଟିତ କରିଥିବା ବେଳେ ଏହାକୁ  ୨୭୦ ଦିନରେ ସମ୍ପୂର୍ଣ୍ଣ କରିଥିଲା ।  ଆଗକୁ ୬୦୦ ଲକ୍ଷ ଟଙ୍କାର ଆନୁମାନିକ ପାଣ୍ଠି ସହିତ ଏମ୍‌ସିଏଲ୍ ଜଗନ୍ନାଥ ବାଟିକା ଇକୋ - ପାର୍କ ସ୍ଥାପନ କରିବା ପାଇଁ ସ୍ଥିର କରିଛି ।           

ଇକୋ- ପାର୍କ ଗୁଡ଼ିକର ରାଜ୍ୟଭିତ୍ତିକ ଏବଂ ବର୍ଷ ଅନୁଯାୟୀ ବିବରଣୀ, ସମ୍ପୂର୍ଣ୍ଣ ସମୟର ବିବରଣୀ, କୋଇଲା / ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଦ୍ୱାରା ଆବଣ୍ଟିତ ପାଣ୍ଠିର ପ୍ରାରମ୍ଭିକ ପରିମାଣ ଏବଂ ଆବଶ୍ୟକ ଅତିରିକ୍ତ ପାଣ୍ଠି ସଂଲଗ୍ନ ପତ୍ର -୧ରେ ପ୍ରଦାନ କରାଯାଇଛି ।

 କୋଇଲା/ ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଦ୍ୱାରା ନୂତନ ଇକୋ- ପାର୍କ ପାଇଁ ଆନୁମାନିକ ପାଣ୍ଠିର ବିବରଣୀ ସଂଲଗ୍ନ ପତ୍ର -୨ରେ ପ୍ରଦାନ କରାଯାଇଛି ।

 ନିକଟସ୍ଥ ଅଞ୍ଚଳର ମନୋରଞ୍ଜନ ଉଦ୍ଦେଶ୍ୟରେ କୋଇଲା/ ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଦ୍ୱାରା ଇକୋ-ପାର୍କ ବିକଶିତ କରା ଯାଇଥିଲା ଏବଂ ଏହି ଇକୋ - ପାର୍କରୁ ଆୟ ହୋଇଥିବା କୌଣସି ରାଜସ୍ୱ ଖଣି ଅଞ୍ଚଳର ବିକାଶରେ ଖର୍ଚ୍ଚ କରାଯାଏ ନାହିଁ । ତେବେ ଖଣି ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଛତିଶଗଡ଼ର ଏସଇସିଏଲର କେନାପଡ଼ା ଇକୋ ପାର୍କ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଓ ରକ୍ଷଣାବେକ୍ଷଣ କରାଯାଏ । ଏହି ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କ ଜୀବିକା ପାଇଁ କେନାପଡ଼ା ଇକୋ ପାର୍କର ଭାସମାନ ରେଷ୍ଟୁରାଣ୍ଟ,  ମତ୍ସ୍ୟ ଚାଷ  ଓ ବୋଟିଂ ସୁବିଧାରୁ ମଧ୍ୟ ଅର୍ଥ ରୋଜଗାର କରୁଛନ୍ତି ।

ସଂଲଗ୍ନ ପତ୍ର - ୧

ଗତ ପାଞ୍ଚ ବର୍ଷ ମଧ୍ୟରେ କୋଇଲା / ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଦ୍ୱାରା ସ୍ଥାପିତ ଇକୋ ପାର୍କର ରାଜ୍ୟଭିତ୍ତିକ ଏବଂ ବର୍ଷଭିତ୍ତିକ ବିବରଣୀ :

ଏସ୍.ଏଲ୍. ନଂ.

ଆର୍ଥିକ ବର୍ଷ

ରାଜ୍ୟ ସରକାର

ଇକୋ-ପାର୍କର ନାମ[ସମ୍ପାଦନା]

ସମ୍ପୂର୍ଣ୍ଣ ସମୟ

(ଦିନରେ)

ପାଣ୍ଠି ଆବଣ୍ଟନ କରାଯାଇଛି

(ଲକ୍ଷରେ)

ଅତିରିକ୍ତ ପାଣ୍ଠି

(ଲକ୍ଷରେ)

1.

2019-20

ଛତିଶଗଡ଼

କେନାପଡ଼ା ଇକୋ ପାର୍କ, ଏସଇସିଏଲ

548

197.00

-

2.

2020-21

ଝାଡ଼ଖଣ୍ଡ

ପାରସନାଥ ଉଦ୍ୟାନ, ବିସିସିଏଲ୍

365

57.00

-

3.

2020-21

ତାମିଲନାଡୁ

ମାଇନ୍-ଆଇ ଇକୋ- ପାର୍କ, ଏନଏଲସିଆଇଏଲ

182

328.21

-

4.

2021-22

ମଧ୍ୟପ୍ରଦେଶ

ମୋଡୱାନି ଡ୍ୟାମ୍

ଇକୋ ପାର୍କ, ଏନସିଏଲ

365

400.00

-

5.

2021-22

ମଧ୍ୟପ୍ରଦେଶ

ନିଗାହି ଇକୋ ପାର୍କ, ଏନସିଏଲ

180

97.86

-

6.

2021-22

ମଧ୍ୟପ୍ରଦେଶ

ବାଲ ଗଙ୍ଗାଧର ତିଲକ ଇକୋ ପାର୍କ, ଡବ୍ଲୁସିଏଲ

166

255.00

-

7.

2021-22

ତାମିଲନାଡୁ

ମାଇନ-୨ ଇକୋ ପାର୍କ, ଏନଏଲସିଆଇଏଲ

365

287.82

-

8.

2022-23

ଝାଡ଼ଖଣ୍ଡ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇକୋ ପାର୍କ, ବିସିସିଏଲ୍

730

20.45

-

9.

2022-23

ଝାଡ଼ଖଣ୍ଡ

ଗୋବର୍ଦ୍ଧନ ଇକୋ ପାର୍କ, ବିସିସିଏଲ୍

730

22.70

4.31

10.

2022-23

ଓଡ଼ିଶା

ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କ, ଏମସିଏଲ

387

278.00

-

11.

2022-23

ଓଡ଼ିଶା

ଉତ୍କଳ ଉପବନ, ଏମସିଏଲ

270

168.00

-

12.

2022-23

ପଶ୍ଚିମବଙ୍ଗ

ମଧୁବନ ଉର୍ଜା ବାଟିକା, ଇସିଏଲ୍

120

73.76

21.48

13.

2022-23

ତେଲେଙ୍ଗାନା

ଜିକେ ଓସି ଇକୋ ପାର୍କ, ଏସସିସିଏଲ

730

474.00

-

14.

2023-24

ମହାରାଷ୍ଟ୍ର

ନିମ ବାଟିକା ଇକୋ ପାର୍କ, ଡବ୍ଲୁସିଏଲ

227

88.00

8.80

15.

2023-24

ଉତ୍ତର ପ୍ରଦେଶ

ସିଏସ୍ ଆଜାଦ ଇକୋ ପାର୍କ, ଏନ୍ ସିଏଲ୍

730

1161.14

-

ସଂଲଗ୍ନ ପତ୍ର - 2

ଆନୁମାନିକ ପାଣ୍ଠି ସହିତ କୋଇଲା/ଲିଗ୍ନାଇଟ୍ ପିଏସ୍ୟୁ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ନୂତନ ଇକୋ ପାର୍କର ବିବରଣୀ:

ଏସ୍.ଏଲ୍. ନଂ.

ରାଜ୍ୟ ସରକାର

ନ୍ୟୁ ଇକୋ-ପାର୍କର ନାମ

ଆନୁମାନିକ ପାଣ୍ଠି (ଲକ୍ଷରେ)

1.

ଛତିଶଗଡ଼

ମାଣିକପୁର ଇକୋ ପାର୍କ, ଏସଇସିଏଲ

1111.00

2.

ଛତିଶଗଡ଼

ଇକୋ ନେଚର ପାର୍କ, ଏସଇସିଏଲ

2464.00

3.

ଛତିଶଗଡ଼

ଅକ୍ସିଜେନ ପାର୍କ, ଏସଇସିଏଲ

210.00

4.

ଝାଡ଼ଖଣ୍ଡ

ବିଆଣ୍ଡକେ ଇକୋ-ପାର୍କ, ସିସିଏଲ୍

252.00

5.

ଝାଡ଼ଖଣ୍ଡ

ଧୋରୀ ଇକୋ ପାର୍କ, ସିସିଏଲ

1233.00

6.

ଝାଡ଼ଖଣ୍ଡ

କଥାରା ଇକୋ ପାର୍କ, ସିସିଏଲ

409.00

7.

ଝାଡ଼ଖଣ୍ଡ

ପିପରୱାର ଇକୋ ପାର୍କ, ସିସିଏଲ

909.00

8.

ଝାଡ଼ଖଣ୍ଡ

ସିଆରଏସ୍ ବରକଣା ଇକୋ ପାର୍କ, ସିସିଏଲ୍

143.00

9.

ଝାଡ଼ଖଣ୍ଡ

ବରକା-ସାୟାଲ ଇକୋ ପାର୍କ, ସିସିଏଲ୍

737.00

10.

ଝାଡ଼ଖଣ୍ଡ

ହଜାରୀବାଗ ଇକୋ ପାର୍କ, ସିସିଏଲ୍

1196.00

11.

ଝାଡ଼ଖଣ୍ଡ

ଏନ୍ କେ ଇକୋ ପାର୍କ, ସିସିଏଲ୍

287.00

12.

ଝାଡ଼ଖଣ୍ଡ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇକୋ-ପୁନରୁଦ୍ଧାର ପାର୍କ, ବିସିସିଏଲ୍

14.40

13.

ମଧ୍ୟପ୍ରଦେଶ

ବ୍ଲକ-ବି ଇକୋ ପାର୍କ, ଏନସିଏଲ

1200.00

14.

ମଧ୍ୟପ୍ରଦେଶ

ପ୍ରଜାପତି ପାର୍କ, ଏନସିଏଲ

400.00

15.

ଓଡ଼ିଶା

ଜଗନ୍ନାଥ ବାଟିକା, ଏମସିଏଲ

600.00

16.

ରାଜସ୍ଥାନ

ବାରସିଂହସାର ପ୍ରକଳ୍ପ ଇକୋ-ଟୁରିଜିମ୍ ପାର୍କ, ଏନ୍ଏଲ୍ସିଆଇଏଲ୍

147.80

17.

ତେଲେଙ୍ଗାନା

ଶ୍ରୀରାମପୁର ଓପନ୍ କାଷ୍ଟ-୨ ଇକୋ ପାର୍କ, ଏସ୍ ସିସିଏଲ୍

50.00

18.

ଉତ୍ତର ପ୍ରଦେଶ

ଖଡ଼ିଆ ଇକୋ ପାର୍କ, ଏନସିଏଲ

400.00

19.

ପଶ୍ଚିମବଙ୍ଗ

ଝଞ୍ଜରା ଇକୋ ଟୁରିଜିମ୍ ପାର୍କ, ଇସିଏଲ୍

1051.00

କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

****

SSP

 



(Release ID: 1947216) Visitor Counter : 78