ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
କେନ୍ଦ୍ର ସଠିକ୍ ସମୟରେ ହସ୍ତକ୍ଷେପ କରିବା ଦ୍ବାରା ଖାଇବା ତେଲର ମୂଲ୍ୟରେ ହ୍ରାସ ହୋଇଛି
ରିଫାଇନ୍ଡ ସୂର୍ଯ୍ୟମୁଖୀ ତେଲ, ରିଫାଇନ୍ଡ ସୋୟାବିନ୍ ତେଲ ଏବଂ ଆରବିଡ଼ି ପାମୋଲିନର ମୂଲ୍ୟରେ ଗୋଟିଏ ବର୍ଷରେ ଯଥାକ୍ରମେ 29.04 ପ୍ରତିଶତ, 18.98 ପ୍ରତିଶତ ଓ 25.43 ପ୍ରତିଶତ ହ୍ରାସ ହୋଇଛି
ପୋଷ୍ଟ କରାଯିବା ଦିନାଙ୍କ:
26 JUL 2023 3:03PM by PIB Bhubaneswar
ଭାରତ ସରକାର ଖାଇବା ତେଲର ଘରୋଇ ଖୁଚୁରା ମୂଲ୍ୟ ଉପରେ ତୀକ୍ଷ୍ମ ନଜର ରହିଛି ଯଦ୍ବାରା ଏହା ସୁନିଶ୍ଚିତ କରାଯାଇପାରିବ ଯେ ଆନ୍ତର୍ଜାତୀୟ ମୂଲ୍ୟରେ ହୋଇଥିବା ହ୍ରାସର ସମ୍ପୂର୍ଣ୍ଣ ଲାଭ ଅନ୍ତିମ ଗ୍ରାହକଙ୍କୁ ମିଳିପାରିବ। ପ୍ରମୁଖ ଖାଦ୍ୟ ତେଲ ସଂଘ ଏବଂ ଉଦ୍ୟୋଗ ସହିତ ନିୟମିତ ବୈଠକ ଆୟୋଜିତ କରାଯାଉଛି, ଯେଉଁଥିରେ ତାଙ୍କୁ ଆନ୍ତର୍ଜାତୀୟ ମୂଲ୍ୟରେ ହ୍ରାସ ଅନୁରୂପ ଖୁଚୁରା ମୂଲ୍ୟରେ ହ୍ରାସ କରିବା ପାଇଁ ପରାମର୍ଶ ଦିଆଯାଉଛି।
ଏହା ଅତିରିକ୍ତ ଘରୋଇ ବଜାରରେ ଖାଦ୍ୟ ତେଲର ମୂଲ୍ୟକୁ ନିୟନ୍ତ୍ରିତ କରିବା ଏବଂ ଏହାକୁ ହ୍ରାସ କରିବା ପାଇଁ ଭାରତ ସରକାର ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିଛନ୍ତି :
ଅଶୋଧିତ ପାମ୍ ତେଲ, ଅଶୋଧିତ ସୋୟାବିନ୍ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଶୁଳ୍କ 2.5 ପ୍ରତିଶତରୁ ହ୍ରାସ ହୋଇ ଶୂନ କରାଯାଇଛି। ତେଲ ଉପରେ କୃଷି ଉପକର 20 ପ୍ରତିଶତରୁ ହ୍ରାସ ହୋଇ 5 ପ୍ରତିଶତ କରି ଦିଆଯାଇଛି। 30 ଡିସେମ୍ବର, 2022 ରେ ଏହି ଶୁଳ୍କ ସଂରଚନାକୁ 31 ମାର୍ଚ୍ଚ 2024 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
21 ଡିସେମ୍ବର 2021 ରେ ରିଫାଇନ୍ଡ ସୋୟାବିନ୍ ତେଲ ଏବଂ ରିଫାଇନ୍ଡ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଶୁଳ୍କ 32.5 ପ୍ରତିଶତରୁ ହ୍ରାସ ହୋଇ 17.5 ପ୍ରତିଶତ କରି ଦିଆଯାଇଛି ଏବଂ ରିଫାଇନ୍ଡ ପାମ୍ ତେଲ ଉପରେ ମୂଳ ଶୁଳ୍କ 17.5 ପ୍ରତିଶତରୁ ହ୍ରାସ କରି 12.5 ପ୍ରତିଶତ କରିଦିଆଯାଇଛି। ଏହି ଶୁଳ୍କ ସମୟକୁ 31 ମାର୍ଚ୍ଚ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସରକାର ରିଫାଇନ୍ଡ ପାମ ତେଲର ନିଃଶୁଳ୍କ ଆମଦାନୀକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।
20 ଜୁଲାଇ 2023 ପର୍ଯ୍ୟନ୍ତ, ଅଶୋଧିତ ସୋୟାବିନ୍ ତେଲ, ଅଶୋଧିତ ସୂର୍ଯ୍ୟମୁଖୀ ତେଲ, ଅଶୋଧିତ ପାମ୍ ତେଲ ଏବଂ ରିଫାଇନ୍ଡ ପାମ ତେଲ ପରି ପ୍ରମୁଖ ଖାଇବା ତେଲର ଆନ୍ତର୍ଜାତୀୟ ମୂଲ୍ୟରେ ଗତ ବର୍ଷ ବହୁତ ହ୍ରାସ ହୋଇଛି। ସରକାରଙ୍କ ଦ୍ବାରା କରାଯାଇଥିବା କ୍ରମାଗତ ପ୍ରଚେଷ୍ଟା କାରଣରୁ ରିଫାଇନ୍ଡ ସୂର୍ଯ୍ୟମୁଖୀ ତେଲ, ରିଫାଇନ୍ଡ ସୋୟାବିନ୍ ତେଲ ଏବଂ ଆରବିଡି ପାମୋଲିନ୍ର ଖୁଚୁରା ମୂଲ୍ୟରେ ଏକ ବର୍ଷରେ କ୍ରମଶଃ 29.04 ପ୍ରତିଶତ, 18.98 ପ୍ରତିଶତ ଏବଂ 25.43 ପ୍ରତିଶତର ହ୍ରାସ ହୋଇଛି।
ସରକାରଙ୍କ ଦ୍ବାରା କରାଯାଇଥିବା ନବୀନତମ ପଦକ୍ଷେପରେ ରିଫାଇନ୍ଡ ସୂର୍ଯ୍ୟମୁଖୀ ତେଲ ଏବଂ ରିଫାଇନ୍ଡ ସୋୟାବିନ୍ ତେଲ ଉପରେ ଆମଦାନୀ ଶୁଳ୍କ 15 ଜୁନ୍ 2023 ରୁ 17.5 ପ୍ରତିଶତରୁ ହ୍ରାସ ହୋଇ 12.5 ପ୍ରତିଶତ କରି ଦିଆଯାଇଛି।
ଏହି ସୂଚନା ଖାଉଟି ବ୍ୟାପାର, ଖାଦ୍ୟ ଓ ସାର୍ବଜନିକ ବିତରଣ ରାଷ୍ଟ୍ର ମନ୍ତ୍ରୀ ସୁଶ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ପ୍ରଦାନ କରିଛନ୍ତି।
BS
(ରିଲିଜ ଆଡି: 1943040)
ପରିଦର୍ଶକ କାଉଣ୍ଟର : 149