ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ପୁଣି ଟମାଟୋ ଦର କମାଇଲେ କେନ୍ଦ୍ର ସରକାର


ଆସନ୍ତାକାଲି ଠାରୁ ଏନସିସିଏଫ ଏବଂ ନାଫେଡ୍‌ ଜରିଆରେ କିଲୋପ୍ରତି ୭୦ ଟଙ୍କାରେ ବିକ୍ରି କରାଯିବ

Posted On: 19 JUL 2023 5:22PM by PIB Bhubaneshwar

ଆସନ୍ତାକାଲି ଅର୍ଥାତ୍‌ ୨୦ ଜୁଲାଇ, ୨୦୨୩ ଠାରୁ କିଲୋପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି କରିବା ଲାଗି ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଏନସିସିଏଫ ଏବଂ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି । ଟମାଟୋର ପାଇକାରୀ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏନସିସିଏଫ ଏବଂ ନାଫେଡ ଦ୍ୱାରା କିଣା ଯାଇଥିବା ଟମାଟୋକୁ ଜୁଲାଇ ୧୬, ୨୦୨୩ ଠାରୁ କିଲୋ ପ୍ରତି ୯୦ ଟଙ୍କା ଏବଂ ୮୦ ଟଙ୍କାରେ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ୭୦ ଟଙ୍କାରେ ଟମାଟୋ ବିକ୍ରି କରାଯିବା ଦ୍ୱାରା ଉପଭୋକ୍ତାମାନେ ବିଶେଷ ଲାଭବାନ ହୋଇପାରିବେ।

ସୂଚନାଯୋଗ୍ୟ ଯେ, ଗତ ୧ ମାସ ହେବ ଦେଶର ବିଭିନ୍ନ ସ୍ଥାନରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପାଇଥିଲା । ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବିଭିନ୍ନ ମଣ୍ଡିରୁ ଟମାଟୋ କିଣି ବିଭିନ୍ନ ସ୍ଥାନରେ ବିକ୍ରି କରିବା ଲାଗି ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ନାଫେଡ ଏବଂ ଏନ୍‌ସିସିଏଫକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଦୁଇ ସଂସ୍ଥା ଗତକାଲି ସୁଦ୍ଧା ୩୯୧ ମେଟ୍ରିକ ଟନ ଟମାଟୋ କିଣି ଶସ୍ତା ଦରରେ ଉପଭୋକ୍ତାଙ୍କୁ ଯୋଗାଇ ଦେଇଛନ୍ତି । ଦିଲ୍ଲୀ-ଏନସିଆର, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ବିହାରର ପ୍ରମୁଖ ଉପଯୋଗ କେନ୍ଦ୍ରରେ ଖୁଚୁରା ଉପଭୋକ୍ତାଙ୍କୁ ଏହି ଦୁଇ ସଂସ୍ଥା ଦ୍ୱାରା ଟମାଟୋ ବିକ୍ରି କରାଯାଉଛି ।

*******

P.S.



(Release ID: 1940828) Visitor Counter : 140