ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

୫୪ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଆଇଏଫ୍‌ଏଫ୍‌ଆଇର ପାନୋରମା ସେକ୍ସନ ପାଇଁ ଏନ୍‌ଡିଏଫସି ପକ୍ଷରୁ ଫିଚର ଓ ଅଣଫିଚର ଫିଲ୍ମ ଆହ୍ୱାନ

Posted On: 17 JUL 2023 3:37PM by PIB Bhubaneshwar

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଡାଲ ଏଜେନ୍ସି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି)ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜନ କରୁଛି । ଏହି ସଂସ୍ଥା ଏହି ଚଳଚ୍ଚିତ୍ର ଉତ୍ସବର ପାନୋରମା (ପରିଦୃଶ୍ୟ) ବିଭାଗରେ ପ୍ରଦର୍ଶନ ପାଇଁ ଉଭୟ ଫିଚର ଓ ଅଣଫିଚର ଫିଲ୍ମର ପ୍ରବେଶ ନିନ୍ତେ ସମ୍ପୃକ୍ତ ପ୍ରଯୋଜକ ଓ ନିର୍ମାତାଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ଚଳିତବର୍ଷ (୨୦୨୩) ନଭେମ୍ବର ୨୦ରୁ ୨୮ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେଉଥିବା ଆଇଏଫ୍‌ଏଫ୍‌ଆଇର ପାନୋରମା ବିଭାଗରେ ଏସବୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

ଇଣ୍ଡିଆନ ପାନୋରମା ସେକ୍ସନ ଆଇଏଫ୍‌ଏଫ୍‌ଆଇ ଏକ ପ୍ରମୁଖ ସମ୍ପତ୍ତି । ଏହା ଭାରତୀୟ ଭାଷାରେ ନିର୍ମିତ ତଥା ବିଚାରକ ମଣ୍ଡଳୀ ଦ୍ୱାରା ବଛାଯାଇଥିବା ଚଳଚ୍ଚିତ୍ରଗୁଡିକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ । ଏସବୁ ଫିଚର ଓ ଅଣଫିଚର ଫିଲ୍ମ ଭାରତ ଓ ବିଦେଶରେ ଆୟୋଜିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିବା ବାଂଛନୀୟ । ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ଭାରତୀୟ ଚଳଚ୍ଚିତ୍ରମାନ ମଧ୍ୟ ଏଥିରେ ପ୍ରବେଶ କରିବାକୁ ଯୋଗ୍ୟ ହେବେ । 

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୬ଟି ଫିଚର ଓ ୨୧ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବାକୁ ବଛାଯିବ । ବିଚାରକ ମଣ୍ଡଳୀଙ୍କ ଚୂଡାନ୍ତ ବିଚାର ପରେ ସମ୍ପୃକ୍ତ ଚଳଚ୍ଚିତ୍ରଗୁଡିକୁ ପ୍ରବେଶ ଅନୁମତି ମିଳିବ । ଚଳଚ୍ଚିତ୍ରଗୁଡିକୁ ସିନେମାଟିକ, ଥେମାଟିକ, ଆସଥେଟିକ ଓ ଏକ୍ସଲେନ୍ସ (କଳାତ୍ମକ, ବିଷୟବସ୍ତୁ, ସୌନ୍ଦର୍ଯ୍ୟବୋଧ ଓ ଉତ୍କର୍ଷ) ଭିତ୍ତିରେ ବଛାଯିବ ।

 ଏହି ଏଣ୍ଟ୍ରି ପାଇଁ ଯୋଗ୍ୟତା ଓ ସବିଶେଷ ତଥ୍ୟ ଆଇଏଫ୍‌ଏଫଆଇ ୱେବସାଇଟ୍‌ରେ ଉପଲବ୍ଧ । ଏଥିରେ ଦୁଇଟି ମୌଳିକ ଯୋଗ୍ୟତା ଅନିବାର୍ଯ୍ୟ ରଖାଯାଇଛି । ତାହା ହେଲା ପ୍ରତ୍ୟେକ ଫିଲ୍ମରେ ଇଂରାଜୀ ସବ୍‌ଟାଇଟଲ ଥିବ ଏବଂ ସମ୍ପୃକ୍ତ ଫିଲ୍ମ ୨୦୨୨ ଅଗଷ୍ଟ ୩୦ ତାରିଖରୁ ୨୦୨୩ ଜୁଲାଇ ୩୧ ତାରିଖ ସୁଦ୍ଧା ତିଆରି ହୋଇଥିବ କିମ୍ବା ଏହି ସମୟ ମଧ୍ୟରେ ସେନ୍ନସର ବୋର୍ଡର ସାର୍ଟିଫିକେଟ ହାସଲ କରିଥିବ । ଫିଲ୍ମ ଦାଖଲର ଶେଷ ତାରିଖ ୨୦୨୩ ଅଗଷ୍ଟ ୧୦ତାରିଖ ରଖାଯାଇଛି । 

ଅଧିକ ତଥ୍ୟ ପାଇଁ ଲଗ୍‌ଅନ କରନ୍ତୁ:  https://www.iffigoa.org/ip-rules-and-regulations.html

*****

TKM/SLP



(Release ID: 1940317) Visitor Counter : 110