ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

2020-21 ଏବଂ 2021-22 ବର୍ଷ ପାଇଁ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ (ପିଜିଆଇ-ଡି) ଉପରେ ମିଳିତ ରିପୋର୍ଟ ଜାରି କଲା ଶିକ୍ଷା ମନ୍ତ୍ରଣାଳୟ


ଜିଲ୍ଲାଗୁଡ଼ିକର ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ ବିବରଣୀ ଦେବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ 2020-21 ସମୟରେ 742 ଜିଲ୍ଲା ତଥା 2021-22ରେ 748 ଜିଲ୍ଲାଗୁଡ଼ିକୁ ବର୍ଗୀକୃତ କରାଯାଇଛି

Posted On: 09 JUL 2023 5:13PM by PIB Bhubaneshwar

ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇ ଏଣ୍ଡ ଏଲ) ଆଜି 2020-21 ଏବଂ 2021-22 ବର୍ଷ ଲାଗି ଜିଲ୍ଲାଗୁଡ଼ିକର ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ ଉପରେ ମିଳିତ ରିପୋର୍ଟ ଜାରି କରିଛି । ଏହା ବ୍ୟାପକ ବିଶ୍ଳେଷଣ ଉଦ୍ଦେଶ୍ୟରେ ଏକ ସୂଚକାଙ୍କ ପ୍ରସ୍ତୁତ କରି ଜିଲ୍ଲା ସ୍ତରରେ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀର ପ୍ରଦର୍ଶନକୁ ଆକଳନ କରିଥାଏ।

ଭାରତୀୟ ଶିକ୍ଷା ପ୍ରଣାଳୀ ବିଶ୍ୱର ସବୁଠୁ ବଡ଼ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । 14.9 ଲକ୍ଷ ବିଦ୍ୟାଳୟ, 95 ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ-ଆର୍ଥିକ ପୃଷ୍ଠଭୂମିରେ ପ୍ରାୟ 26.5 କୋଟି ଛାତ୍ରଛାତ୍ରୀ ଏହି ପ୍ରଣାଳୀରେ ରହିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ରାଜ୍ୟମାନଙ୍କ ଲାଗି ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ (ପିଜିଆଇ-ଡି) ପ୍ରସ୍ତୁତ କରିଛି ଏବଂ ସନ୍ଦର୍ଭ ବର୍ଷ 2017-18 ଠାରୁ 2020-21 ପାଇଁ ରିପୋର୍ଟ ଜାରି କରିଛି । ରାଜ୍ୟ ପିଜିଆଇର ସଫଳତା ଦ୍ୱାରା ଉତ୍ସାହିତ ହୋଇ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ସବୁ ଜିଲ୍ଲାଗୁଡ଼ିକର ପ୍ରଦର୍ଶନକୁ ବର୍ଗୀକରଣ କରିବା ଲାଗି 83 ସଙ୍କେତକ ଆଧାରିତ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି । ଏଥିରେ ଜିଲ୍ଲାଗୁଡ଼ିକ ଦ୍ୱାରା ଅନଲାଇନ ପୋର୍ଟାଲ ମାଧ୍ୟମରେ ତଥ୍ୟ ପୂରଣ କରାଯାଏ। ପିଜିଆଇ-ଡି ରାଜ୍ୟ ଶିକ୍ଷା ବିଭାଗଗୁଡ଼ିକୁ ଜିଲ୍ଲା ସ୍ତରରେ ଅଭାବ ଚିହ୍ନଟ କରିବା ଏବଂ ବିକେନ୍ଦ୍ରୀକୃତ ଢଙ୍ଗରେ ସେଗୁଡ଼ିକର ପ୍ରଦର୍ଶନରେ ସୁଧାର ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ସଙ୍କେତକ ଆଧାରରେ ପିଜିଆଇ ଆକଳନ ସେହି ସବୁ କ୍ଷେତ୍ରଗୁଡ଼ିକୁ ପ୍ରଦର୍ଶିତ କରିଥାଏ ଯେଉଁଠି କୌଣସି ଜିଲ୍ଲାରେ ସୁଧାର ଆବଶ୍ୟକତା ରହିଛି । 2018-19 ଏବଂ 2019-20ର ପିଜିଆଇ-ଡି ରିପୋର୍ଟ ପୂର୍ବରୁ ଜାରି କରାଯାଇସାରିଛି ଏବଂ ବର୍ତ୍ତମାନର ବିବରଣୀ 2020-21 ଏବଂ 2021-22 ପାଇଁ ମିଳିତ ଦସ୍ତାବିଜ ଅଟେ।

ପିଜିଆଇ-ଡିର ଭିତ୍ତିଭୂମିର 83 ସଙ୍କେତକ ମଧ୍ୟରୁ 600 ପଏଣ୍ଟର ମୋଟ୍‌ ଭାର ବା ୱେଟେଜ୍‌ ସାମିଲ ରହିଛି, ଯାହାକୁ 6ଟି ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା : ପ୍ରଭାବୀ ଶ୍ରେଣୀ କାର୍ଯ୍ୟ ସମ୍ପାଦନ, ମୌଳିକ ଭିତ୍ତିଭୂମି ସୁବିଧା ଏବଂ ଛାତ୍ରଛାତ୍ରୀଙ୍କ ଅଧିକାର, ବିଦ୍ୟାଳୟ ସୁରକ୍ଷା ଏବଂ ଶିଶୁ ସଂରକ୍ଷଣ, ଡିଜିଟାଲ ଲର୍ଣ୍ଣିଂ ତଥା ପ୍ରଶାସନିକ ପ୍ରକ୍ରିୟା । ଏହି ଶ୍ରେଣୀକୁ 12ଟି ଡୋମେନ୍‌ରେ ବିଭାଜିତ କରାଯାଇଛି, ଯେଉଁଥିରେ ଶିଖିବାର ପରିଣାମ ଓ ଗୁଣବତ୍ତା (ଏଲଓ), ଆକ୍ସେସ୍‌ ବା ପ୍ରାପ୍ତି ପରିଣାମ (ଏଓ), ଶିକ୍ଷକ ଉପଲବ୍ଧତା ଓ ବୃତ୍ତିଗତ ବିକାଶ ପରିଣାମ (ଟିଏପିଡିଓ), ଅଧ୍ୟୟନ ପରିଚାଳନା (ଏଲଏମ), ଶିକ୍ଷଣ ବୃଦ୍ଧି ଗତିବିଧି (ଏଲଇଏ), ମୌଳିକ ଭିତ୍ତିଭୂମି, ସୁବିଧା, ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ (ଆଇଏଫ ଏଣ୍ଡ ଏସଇ) ବିଦ୍ୟାଳୟ ସୁରକ୍ଷା ଓ ଶିଶୁ ସଂରକ୍ଷଣ (ଏସଏସ ଏଣ୍ଡ ସିପି), ଡିଜିଟାଲ ଅଧ୍ୟୟନ (ଡିଏଲ), ଅର୍ଥରାଶି ସଂଯୋଜନ ଏବଂ ଉପଯୋଗ (ଏଫସିବି), ସିଆରସି ପ୍ରଦର୍ଶନକୁ ପ୍ରୋତ୍ସାହନ ଦେବା (ସିଆରସିପି), ଉପସ୍ଥିତି ଅନୁଧ୍ୟାନ ପ୍ରଣାଳୀ (ଏଏମଏସ) ଏବଂ ବିଦ୍ୟାଳୟ ନେତୃତ୍ୱ ବିକାଶ (ଏସଏଲଡି) ସାମିଲ ରହିଛି ।

ପିଜିଆଇ-ଡି ଜିଲ୍ଲାଗୁଡ଼ିକୁ ଦଶଟି ଶ୍ରେଣୀରେ ବର୍ଗୀକୃତ କରିଥାଏ। ଏହି ବର୍ଗୀକରଣ ଅନୁଯାୟୀ, ଦକ୍ଷ ହେଉଛି ସବୁଠୁ ଉଚ୍ଚତମ ଗ୍ରେଡ୍‌ । ମୋଟ୍‌ ଉପରେ 90 ପ୍ରତିଶତ କିମ୍ବା ତା’ଠାରୁ ଅଧିକ ପଏଣ୍ଟ ପାଉଥିବା ଜିଲ୍ଲାକୁ ଏହି ଗ୍ରେଡ୍‌ ଦିଆଯାଏ। ପିଜିଆଇ-ଡିରେ ସବୁଠୁ ନିମ୍ନ ଗ୍ରେଡ୍‌କୁ ଆକାଂକ୍ଷୀ-3 କୁହାଯାଏ, ଯାହା ମୋଟ୍‌ ପଏଣ୍ଟର 10 ପ୍ରତିଶତ ପର୍ଯ୍ୟନ୍ତ ସ୍କୋର ପାଇଁ ଦିଆଯାଏ। ପିଜିଆଇ-ଡିର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଜିଲ୍ଲାଗୁଡ଼ିକୁ ବିଦ୍ୟାଳୟ ଶିକ୍ଷାରେ ହସ୍ତକ୍ଷେପ ପାଇଁ ପ୍ରାଥମିକତା ଆଧାରିତ କ୍ଷେତ୍ରରେ ସହାୟତା କରିବା ଏବଂ ଏହା ଜରିଆରେ ଉଚ୍ଚତମ ଗ୍ରେଡରେ ପହଞ୍ଚିବା ପାଇଁ ସୁଧାର ଜାରି ରଖିବା ।

2020-21 ଏବଂ 2021-22 ପାଇଁ ପିଜିଆଇ-ଡିର ମିଳିତ ରିପୋର୍ଟ ଏହି ଲିଙ୍କ୍‌ରେ https://www.education.gov.in/statistics-new?shs_term_node_tid_depth=396&Apply=Apply ଉପଲବ୍ଧ ।

 

*******

P.S.



(Release ID: 1938341) Visitor Counter : 105