ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅମରନାଥ ଯାତ୍ରା ଆମ ଐତିହ୍ୟର ଏକ ଦିବ୍ୟ ଏବଂ ଭବ୍ୟ ରୂପ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2023 6:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମରନାଥ ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କୁ ଶୁଭକାମନା ଜଣାଇଛନ୍ତି ଅମରନାଥ ଯାତ୍ରା ଆମ ଐତିହ୍ୟର ଦିବ୍ୟ ଏବଂ ଭବ୍ୟ ରୂପ ବୋଲି ସେ କହିଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:

ଶ୍ରୀ ଅମରନାଥଜୀଙ୍କ ଯାତ୍ରା ଆମ ଐତିହ୍ୟର ଦିବ୍ୟ  ଏବଂ ଭବ୍ୟ ରୂପ ବାବା ବର୍ଫାନିଙ୍କ ଆଶୀର୍ବାଦରେ ସମସ୍ତ ଭକ୍ତଙ୍କ ଜୀବନରେ ନୂଆ ଉତ୍ସାହ ଏବଂ ଶକ୍ତି ସଞ୍ଚାର ହେବା ସହ ଅମୃତକାଳରେ ଆମ ଦେଶ ସଂକଳ୍ପରୁ ସଫଳତା ପର୍ଯ୍ୟନ୍ତ ଦ୍ରୁତଗତିରେ ଆଗକୁ ବଢ଼ୁ ବୋଲି ମୋର କାମନା ଜୟ ବାବା ବର୍ଫାନି!’

SR


(ରିଲିଜ ଆଡି: 1937231) ପରିଦର୍ଶକ କାଉଣ୍ଟର : 122