ଅର୍ଥ ମନ୍ତ୍ରଣାଳୟ

ଜୁନ୍‌ ୨୦୨୩ରେ ୧,୬୧,୪୯୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ; ପୂର୍ବ ବର୍ଷ ତୁଳନାରେ ୧୨% ବୃଦ୍ଧି


ପୂର୍ବ ବର୍ଷ ତୁଳନାରେ ୧୦% ବୃଦ୍ଧି ସହିତ ଓଡ଼ିଶାରେ ୪,୩୭୯.୯୮ କୋଟି ଟଙ୍କାର ଜିଏସଟି ସଂଗ୍ରହ

ଜିଏସଟି ଆରମ୍ଭ ପରଠାରୁ ଚତୁର୍ଥ ଥର ପାଇଁ ସକଳ ଜିଏସଟି ସଂଗ୍ରହ ୧.୬ ଲକ୍ଷ କୋଟି ଟଙ୍କା ଟପିଲା; କ୍ରମାଗତ ୧୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବଂ ସପ୍ତମ ଥର ପାଇଁ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି ରାଜସ୍ୱ ସଂଗ୍ରହ

ହାରାହାରୀ ମାସିକ ସକଳ ଜିଏସଟି ସଂଗ୍ରହ ଯଥାକ୍ରମେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧.୧୦ ଲକ୍ଷ କୋଟି ଟଙ୍କା; ୨୦୨୨-୨୩ ଆର୍ଥିକ ବର୍ଷରେ ୧.୫୧ ଲକ୍ଷ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୧.୬୯ ଲକ୍ଷ କୋଟି ଟଙ୍କା ରହିଛି

Posted On: 01 JUL 2023 2:26PM by PIB Bhubaneshwar

ଜୁନ୍‌ ୨୦୨୩ରେ ୧ ଲକ୍ଷ ୬୧ ହଜାର ୪୯୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୩୧,୦୧୩ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୮,୨୯୨ କୋଟି ଟଙ୍କା, ଆଇଜିଏସଟି ପରିମାଣ ୮୦,୨୯୨ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୩୯,୨୯୨ କୋଟି ଟଙ୍କା ସମେତ) ଏବଂ ସେସ୍‌ ପରିମାଣ ୧୧,୯୦୦ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୧,୦୯୨ କୋଟି ଟଙ୍କାର ରାଜସ୍ୱ ସମେତ) ରହିଛି ।

ପୂର୍ବ ବର୍ଷ ତୁଳନାରେ ୧୦% ବୃଦ୍ଧି ସହିତ ଜୁନ୍‌ ୨୦୨୩ରେ ଓଡ଼ିଶାରେ ୪,୩୭୯.୯୮ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି । ଜୁନ୍‌ ୨୦୨୨ରେ ୩,୯୬୫.୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା ।

ସରକାର ସିଜିଏସଟି ବାବଦରେ ୩୬,୨୨୪ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଇଜିଏସଟିରୁ ଏସଜିଏସଟି ବାବଦରେ ୩୦,୨୬୯ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ହେବା ପରେ ଜୁନ୍‌ ୨୦୨୩ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ୱ ସିଜିଏସଟି ପାଇଁ ୬୭,୨୩୭ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୬୮,୫୬୧ କୋଟି ଟଙ୍କା ରହିଛି।

ଜୁନ୍‌୨୦୨୩ରେ ରାଜସ୍ୱ ସଂଗ୍ରହ ଗତ ବର୍ଷ ସମାନ ମାସରେ ସଂଗୃହିତ ଜିଏସଟି ରାଜସ୍ୱ ତୁଳନାରେ ୧୨% ଅଧିକ ରହିଛି । ଏହି ମାସରେ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ (ସେବା ଆମଦାନୀ ସମେତ) ପରିମାଣ ପୂର୍ବ ବର୍ଷର ସମାନ ମାସରେ ସମାନ ଉତ୍ସରୁ ସଂଗୃହିତ ରାଜସ୍ୱ ତୁଳନାରେ ୧୮% ଅଧିକ ରହିଛି ।

ଜିଏସଟି ଆରମ୍ଭ ପରଠାରୁ ଚତୁର୍ଥ ଥର ପାଇଁ ସକଳ ଜିଏସଟି ସଂଗ୍ରହ ୧.୬ ଲକ୍ଷ କୋଟି ଟଙ୍କା ଟପିଛି । ହାରାହାରୀ ମାସିକ ସକଳ ଜିଏସଟି ସଂଗ୍ରହ ଯଥାକ୍ରମେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧.୧୦ ଲକ୍ଷ କୋଟି ଟଙ୍କା; ୨୦୨୨-୨୩ ଆର୍ଥିକ ବର୍ଷରେ ୧.୫୧ ଲକ୍ଷ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୧.୬୯ ଲକ୍ଷ କୋଟି ଟଙ୍କା ରହିଛି । 

କ୍ରମାଗତ ୧୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବଂ ସପ୍ତମ ଥର ପାଇଁ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି ।

ତଳେ ଦିଆଯାଇଥିବା ଚାର୍ଟରେ ମାସିକ ସକଳ ଜିଏସଟି ରାଜସ୍ୱ ସଂଗ୍ରହର ଧାରା ସୂଚାଇ ଦିଆଯାଇଛି । ପ୍ରଥମ ସାରଣୀରେ ୨୦୨୨ ଜୁନ୍‌ ତୁଳନାରେ ୨୦୨୩ ଜୁନ୍‌ରେ ସଂଗୃହିତ ଜିଏସଟିର ରାଜ୍ୟୱାରୀ ବିବରଣୀ ପ୍ରଦାନ କରାଯାଇଛି ଏବଂ ଦ୍ୱିତୀୟ ସାରଣୀରେ ଜୁନ୍‌ ୨୦୨୩ରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ପରିଶୋଧ କରାଯାଇଥିବା ଆଇଜିଏସଟିର ଏସଜିଏସଟି ଭାଗ ସମ୍ପର୍କରେ ତଥ୍ୟ ଦିଆଯାଇଛି ।

ଜୁନ୍‌ ୨୦୨୩ରେ ଜିଏସଟି ରାଜସ୍ୱର ରାଜ୍ୟ ୱାରୀ ବୃଦ୍ଧି

ଜୁନ୍‌ ୨୦୨୩ରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ପରିଶୋଧ କରାଯାଇଥିବା ଆଇଜିଏସଟିର ଏସଜିଏସଟି ଭାଗ

***

PS



(Release ID: 1936786) Visitor Counter : 133