ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ରବି ବିପଣନ ଋତୁ ୨୦୨୩ -୨୪ ରେ ଗହମ କ୍ରୟ ୨୬୦ ଏଲ୍‌ଏମ୍‌ଟି ଧାର୍ଯ୍ୟ ରେଖା ଅତିକ୍ରମ କରିଛି


ଆର୍‌ଏମ୍‌ଏସ୍ ୨୦୨୩ -୨୪ ରେ ଗହମ କ୍ରୟ ୨୬୦ ଏଲ୍‌ଏମ୍‌ଟି ଧାର୍ଯ୍ୟ ରେଖା ଅତିକ୍ରମ କରିଛି ଯାହା ଗତ ବର୍ଷର ମୋଟ କ୍ରୟକୁ ଅତିକ୍ରମ କରିଛି

କେନ୍ଦ୍ରୀୟ ଭଣ୍ଡାରରେ ଗହମ ଏବଂ ଚାଉଳର ମିଳିତ ଗଚ୍ଛିତ ପରିମାଣର ସ୍ଥିତି ୫୭୯ ଏଲ୍‌ଏମ୍‌ଟିରୁ ଅଧିକ ରହିଛି

ବର୍ତ୍ତମାନର ଗହମ କ୍ରୟ କାର୍ଯ୍ୟ ସମୟରେ ୨୧ ଲକ୍ଷରୁ ଅଧିକ କୃଷକ ୪୭,୦୦୦ କୋଟି ଟଙ୍କା ଏମ୍‌ଏସ୍‌ପି ବର୍ହି ପ୍ରବାହ ସହିତ ଉପକୃତ ହେଉଛନ୍ତି

Posted On: 01 JUN 2023 1:30PM by PIB Bhubaneshwar

ଚାଲୁ ରହିଥିବା ରବି ବିପଣନ ଋତୁ (ଆର୍‌ଏମ୍‌ଏସ୍‌) ୨୦୨୩ -୨୪ ସମୟରେ ଗହମ କ୍ରୟ କାର୍ଯ୍ୟ ସୁଚାରୁ ରୂପେ ଚାଲୁ ରହିଛି । ଚଳିତ ଋତୁରେ ୩୦ ମେ\' ୨୦୨୩ ପର୍ଯ୍ୟନ୍ତ ଗହମର ପ୍ରଗତିଶୀଳ କ୍ରୟ ପରିମାଣ ହେଉଛି ୨୬୨ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍‌ଏମ୍‌ଟି) ଯାହା ଗତ ବର୍ଷର ମୋଟ କ୍ରୟ ୧୮୮ ଏଲ୍‌ଏମ୍‌ଟିରୁ ଆଉ ଅଧିକ ୭୪ ଏଲ୍‌ଏମ୍‌ଟି ଅତିକ୍ରମ କରି ସାରିଛି । ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରାୟ ୪୭,୦୦୦ କୋଟି ଟଙ୍କାର ବର୍ହି ପ୍ରବାହ ସହିତ ଚାଲିଥିବା ଗହମ କ୍ରୟ କାର୍ଯ୍ୟରୁ ପ୍ରାୟ ୨୧.୨୭ ଲକ୍ଷ କୃଷକ ଉପକୃତ ହୋଇ ସାରିଛନ୍ତି । ଗହମ କ୍ରୟରେ ପ୍ରମୁଖ ଅବଦାନ ରଖୁଥିବା ତିନୋଟି ଆହରଣକାରୀ ରାଜ୍ୟ ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ହରିୟାଣାରୁ ଯଥାକ୍ରମେ ୧୨୧.୨୭ ଏଲ୍‌ଏମ୍‌ଟି, ୭୦.୯୮ ଏଲ୍‌ଏମ୍‌ଟି ଏବଂ ୬୩.୧୭ ଏଲ୍‌ଏମ୍‌ଟି ଗହମ କ୍ରୟ କରାଯାଇଛି । 

ଚଳିତ ବର୍ଷ ସୁଖଦ କ୍ରୟରେ ପ୍ରମୁଖ ଯୋଗଦାନ କାରକ ଭାରତ ସରକାରଙ୍କ ଦ୍ୱାରା ଅସମୟରେ ବର୍ଷା ହେତୁ ପ୍ରଭାବିତ ଗହମର ଗୁଣାତ୍ମକ ନିର୍ଦ୍ଧାରଣରେ ରିହାତି ପ୍ରଦାନ କରିବା ; ଗ୍ରାମ / ପଞ୍ଚାୟତ ସ୍ତରରେ ଆହରଣ କେନ୍ଦ୍ର ଖୋଲିବା ; ସମବାୟ ସମିତି / ଗ୍ରାମ ପଞ୍ଚାୟତ / ଆରହାଟିଆ ଇତ୍ୟାଦି ମାଧ୍ୟମରେ ଆହରଣ କରିବା, ଉତ୍ତମ ପହଞ୍ଚ ପାଇଁ ନିର୍ଦ୍ଦିଷ୍ଟ କ୍ରୟ କେନ୍ଦ୍ର ଖୋଲିବା ଏବଂ କ୍ରୟ କାର୍ଯ୍ୟ ପାଇଁ ଏଫ୍‌ପିଓ ମାନଙ୍କୁ ନିୟୋଜିତ କରିବାକୁ ଅନୁମତି ପ୍ରଦାନ କରିବା ହୋଇ ଆସିଛି ।

ଚାଉଳ କ୍ରୟ କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ ଚାଲିଛି । ଖରିଫ ବିପଣନ ଋତୁ (କେଏମ୍‌ଏସ୍‌) ୨୦୨୨-୨୩ ର ଖରିଫ ଫସଲ ସମୟରେ ୩୦ ମେ' ୨୦୨୩ ପର୍ଯ୍ୟନ୍ତ ୩୮୫ ଏଲ୍‌ଏମ୍‌ଟି ଚାଉଳ କ୍ରୟ କରାଯାଇଛି , ଆଉ ୧୧୦ ଏଲ୍‌ଏମ୍‌ଟି କ୍ରୟ କରାଯିବା ବାକି ଅଛି । ଏହା ବ୍ୟତୀତ କେଏମ୍‌ଏସ୍ ୨୦୨୨ - ୨୩ ର ରବି ଫସଲ ସମୟରେ ୧୦୬ ଏଲ୍‌ଏମ୍‌ଟି ପରିମାଣର ଚାଉଳ କ୍ରୟ କରାଯିବ ବୋଲି ଆକଳନ କରାଯାଇଛି ।

କେନ୍ଦ୍ରୀୟ ଭଣ୍ଡାରରେ ଗହମ ଏବଂ ଚାଉଳର ମିଳିତ ଗଚ୍ଛିତ ପରିମାଣର ସ୍ଥିତି ୫୭୯ ଏଲ୍‌ଏମ୍‌ଟି (ଗହମ ୩୧୨ ଏଲ୍‌ଏମ୍‌ଟି ଏବଂ ଚାଉଳ ୨୬୭ ଏଲ୍‌ଏମ୍‌ଟି) ରୁ ଅଧିକ ଅଟେ , ଯାହା ଖାଦ୍ୟ ଶସ୍ୟର ଆବଶ୍ୟକତା ଗୁଡିକୁ ପୂରଣ କରିବା କ୍ଷେତ୍ରରେ ଦେଶକୁ ଆରାମଦାୟକ ସ୍ଥିତିରେ ରଖିଛି ।

*****

SSP



(Release ID: 1929212) Visitor Counter : 116