ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ମେଗା ଟେକ୍ସଟାଇଲ ପାର୍କ ପ୍ରଗତିର ନୂତନ ଦ୍ୱାର ଉନ୍ମୁକ୍ତ କରିବ: ପ୍ରଧାନମନ୍ତ୍ରୀ

Posted On: 21 MAY 2023 6:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ନୂଆ ମେଗା ଟେକ୍ସଟାଇଲ ପାର୍କ ମେକ ଇନ ଇଣ୍ଡିଆକୁ ମଜବୁତ କରିବ ଓ ଯୁବପୀଢିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ପାର୍କ ରାଜ୍ୟର ପ୍ରଗତିର ନୂତନ ଦ୍ୱାର ଉନ୍ମୁକ୍ତ କରିବ । 

ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ମେଗା ଟେକ୍ସଟାଇଲ ପାର୍କ ଦ୍ୱାରା ଆମ ମେକ ଇନ ଇଣ୍ଡିଆ ଉପକ୍ରମ ଆହୁରି ମଜବୁତ ହେବା ସହ ଯୁବପୀଢିଙ୍କୁ ରୋଜଗାର ସହ ରାଜ୍ୟରେ ବିକାଶର ନୂଆ ଦ୍ୱାର ଖୋଲିବ । #PragatiKaPMMitra”   

 

SR



(Release ID: 1926183) Visitor Counter : 97