ଯୋଗାଯୋଗ ମନ୍ତ୍ରଣାଳୟ

‘ମିଟରିଂ ଏବଂ ବିଲିଂ ଉପରେ ଚିଠା ନିୟମାବଳୀ' ଏବଂ ‘ଶୁଳ୍କ ଯୋଜନା ଯାଞ୍ଚ' ଉପରେ ପ୍ରକାଶିତ ସମ୍ବାଦ ନିବନ୍ଧ ଗୁଡ଼ିକ ଉପରେ ଟ୍ରାଇର ସ୍ପଷ୍ଟୀକରଣ

Posted On: 20 MAY 2023 9:58AM by PIB Bhubaneshwar

‘ମିଟରିଂ ଆଣ୍ଡ ବିଲିଂ ବ୍ୟବସ୍ଥାର ସଠିକତା ଉପରେ ଚିଠା ନିୟମାବଳୀ, କୋହଳ ନିୟମାବଳୀ ଦିଗରେ ଆଗକୁ ବଢ଼ିବା' ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମନ୍ତବ୍ୟ :

- ପ୍ରସ୍ତାବିତ ନିୟମାବଳୀ, ବାସ୍ତବ ରୂପରେ ଏକ ବର୍ଷ ମଧ୍ୟରେ କରାଯାଉଥିବା ଅଡିଟ୍ ସଂଖ୍ୟା ଦୃଷ୍ଟିରୁ ସେବା ପ୍ରଦାନକାରୀ ମାନଙ୍କ ବୋଝକୁ କମ୍ କରିବ । ପ୍ରତ୍ୟେକ ତିନି ମାସରେ ପ୍ରତ୍ୟେକ ଏଲ୍‌ଏସ୍‌ଏର ଅଡିଟ୍ କରାଯିବା ପରିବର୍ତ୍ତେ, ବାର୍ଷିକ ଭିତ୍ତିରେ ଅଡିଟ୍ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଛି , ଯାହାର ଅର୍ଥ ହେଉଛି ପ୍ରତ୍ୟେକ ଏଲ୍‌ଏସ୍‌ଏକୁ ବର୍ଷକୁ ଥରେ ଅଡିଟ୍ କରାଯିବ ( ୭୫ ପ୍ରତିଶତ ପ୍ରୟାସ ହ୍ରାସ) ।

- ପ୍ରତ୍ୟେକ ଏଲ୍‌ଏସ୍‌ଏରେ ପହଞ୍ଚିବା ଏବଂ ପ୍ରତ୍ୟେକ ଯୋଜନାର ଅଡିଟ୍ ନକଲ କରିବା ପରିବର୍ତ୍ତେ ଅଡିଟ୍‌ର କେନ୍ଦ୍ରୀକୃତ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବର୍ତ୍ତମାନ ଏଲ୍‌ଏସ୍‌ଏ ଅଡିଟ୍ କେବଳ ସେହି ଯୋଜନା ଗୁଡିକର ଅଧୀନ ହେବ , ଯେଉଁଗୁଡ଼ିକ କେନ୍ଦ୍ରୀକୃତ ଅଡିଟ୍ ଅଧୀନସ୍ଥ ନୁହେଁ ।

- ସେବା ପ୍ରଦାନକାରୀ ମାନଙ୍କ ଦ୍ୱାରା ତ୍ରୁଟିର ସ୍ଵ - ସଂଶୋଧନ ପାଇଁ ବ୍ୟବସ୍ଥା କରାଯାଇଛି । ଯଦି ସେବା ପ୍ରଦାନକାରୀ ମାନଙ୍କ ଦ୍ୱାରା ସଂସ୍କାର କାର୍ଯ୍ୟକୁ ଠିକ୍ ସମୟରେ କରାଯାଏ, ତେବେ କୌଣସି ଆର୍ଥିକ ବୋଝ ଲଦି ଦିଆଯିବ ନାହିଁ । ଏହି ପରିପ୍ରେକ୍ଷୀରେ ଏକ ସ୍ୱ - ପ୍ରମାଣପତ୍ର ଅଡିଟ୍ ଆବଶ୍ୟକତାକୁ ପୂରଣ କରିବ ।

- ବର୍ତ୍ତମାନ ପ୍ରଚଳିତ ଥିବା ଅଡିଟ୍ ପଦ୍ଧତି ପ୍ରି - ପେଡ୍ ଗ୍ରାହକ ମାନଙ୍କର ସମସ୍ତ ଦିଗକୁ ପ୍ରତିନିଧିତ୍ୱ କରେ ନାହିଁ, ଯାହା ମୋଟ ଗ୍ରାହକ ମାନଙ୍କ ଆଧାରର ପ୍ରାୟ ୯୫ ପ୍ରତିଶତ ଯୋଗଦାନ ରଖିଥାଏ । ସମସ୍ତ ପ୍ରକାର ଯୋଜନା ଗୁଡିକର ଉପଯୁକ୍ତ ପ୍ରତିନିଧିତ୍ୱ ପ୍ରାପ୍ତ କରିବା ପାଇଁ ଯୋଜନା ଗୁଡିକର ଚୟନ ପ୍ରକ୍ରିୟାକୁ ଯୁକ୍ତିସଙ୍ଗତ କରାଯାଇଛି । ତେବେ, ଏହି କ୍ଷେତ୍ରରେ ସମୁଦାୟ ନମୁନା ଗୁଡିକର ପରିମାଣ ମଧ୍ୟ ପୂର୍ବ ପରିମାଣ ସହିତ ସମାନ ହେବ ।

- ଯଦିଓ ଟ୍ରାଇ ସ୍ୱୀକାର କରିଥାଏ ଯେ , ପ୍ରଦାନ କରାଯାଇଥିବା ଅଧିକାଂଶ ଯୋଜନା ଗୁଡିକ ଅସୀମିତ ଭିତ୍ତିରେ ଅଛି, ପରନ୍ତୁ ପ୍ରତ୍ୟେକ ଯୋଜନାରେ ଯଥାର୍ଥ ବ୍ୟବହାର ନୀତି (ଏଫ୍‌ୟୁପି)ର ସୀମା ଅଛି ଯାହା ଗ୍ରାହକ ମାନଙ୍କ ଦ୍ୱାରା ସେବାର ବ୍ୟବହାରର ଗୁଣବତ୍ତା ଏବଂ ମାତ୍ରା ନିର୍ଦ୍ଧାରିତ କରିଥାଏ । ସେବା ପ୍ରଦାନକାରୀ ଏବଂ ନିୟାମକ ପ୍ରତି ଗ୍ରାହକ ମାନଙ୍କର ନିରନ୍ତର ବିଶ୍ୱାସକୁ ବଜାୟ ରଖିବା ପାଇଁ ଅଡିଟ୍ ପ୍ରକ୍ରିୟା ଜାରି ରଖିବା ଜରୁରୀ ଅଟେ ।

- ସେବା ପ୍ରଦାନକାରୀ ମାନଙ୍କୁ ପ୍ରୋତ୍ସାହିତ କରିବାର ପ୍ରୟାସ କରାଯାଇଛି, ଯଦି ଅଡିଟ୍ ସମୟରେ ଅଧିକ ଶୁଳ୍କ ନିଆଯାଇଛି, ତେବେ ଗ୍ରାହକ ମାନଙ୍କୁ ତୁରନ୍ତ ତାହା ଫେରସ୍ତ କରି ଦିଆଯିବ । ସେହି ଅନୁଯାୟୀ, ଆର୍ଥିକ ହତୋତ୍ସାହନର ପ୍ରଭାବକୁ ମଧ୍ୟ ଯୁକ୍ତିସଙ୍ଗତ କରାଯାଇଛି ।

- ଅଡିଟ୍ ପ୍ରକ୍ରିୟା ମାଧ୍ୟମରେ ବ୍ୟବସ୍ଥାଗତ ସଠିକତା ଉପରେ ନିର୍ମିତ ଆତ୍ମବିଶ୍ୱାସ ସେବା ପ୍ରଦାନକାରୀ ମାନଙ୍କ ଉପରେ ଏଲ୍‌ଏସ୍‌ଏର ବୋଝକୁ ଆହୁରି ହ୍ରାସ କରିବ ।

‘ଶୁଳ୍କ ଯୋଜନା ଯାଞ୍ଚ' ସମ୍ବନ୍ଧୀୟ ପ୍ରସଙ୍ଗରେ ଟ୍ରାଇର ସ୍ପଷ୍ଟୀକରଣ ନୋଟ୍ :

- ଟେଲିକମ୍ କମ୍ପାନୀ ଗୁଡିକଙ୍କ ଦ୍ୱାରା ଦାଖଲ ହୋଇଥିବା ଶୁଳ୍କ ଅଫର ଗୁଡିକର ପରୀକ୍ଷଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିସ୍ତୃତ ନିୟାମକ ବ୍ୟବସ୍ଥା ସହିତ ସମାନତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ରୂପରେ କରାଯାଉଛି ।

- ୧୯୯୯ ମସିହାରେ ଟିଟିଓର ସ୍ଥାପନ ହେବା ପର ଠାରୁ ଗତ ଅନେକ ବର୍ଷ ଧରି ଶୁଳ୍କର ଯାଂଚ ବ୍ୟବସ୍ଥା ପ୍ରଚଳନ ଅଛି ।

- ତଦନ୍ତ ଅଧୀନରେ ଥିବା ସେହି ନିର୍ଦ୍ଦିଷ୍ଟ ଯୋଜନା ବ୍ୟତୀତ ଟେଲିକମ୍ କମ୍ପାନୀ ଗୁଡିକ ଦ୍ୱାରା ଦାଖଲ ହୋଇଥିବା ସମସ୍ତ ଶୁଳ୍କ ଯୋଜନା ଯାଞ୍ଚ କରିବାକୁ ଟ୍ରାଇ ଦ୍ୱାରା କୌଣସି ବିଶେଷ ଅଭିଯାନ ଚାଲୁ କରା ଯାଉନାହିଁ ।

- ଯେ କୌଣସି ଶୁଳ୍କ ଟିଏସ୍‌ପି (ଗୁଡିକ) ସମେତ ଯେ କୌଣସି ହିତାଧିକାରୀ ମାନଙ୍କ ଦ୍ୱାରା ଶୁଳ୍କର ଅସାମାନତା ସ୍ୱଭାବ ସମ୍ପନ୍ନ ଅଭିଯୋଗକୁ ଅନ୍ତର୍ଭୁକ୍ତ କରି ନିୟାମକ ନୀତିକୁ ପାଳନ ନ କରିବାର ଅଭିଯୋଗ ପାଇବା ଉପରେ ପ୍ରାଧିକରଣର ଆଇନଗତ ଆଦେଶ ଅନୁଯାୟୀ ନୂତନ ଭାବରେ ଯାଂଚ କରାଯାଇପାରେ ।

ଅଳ୍ପ କିଛି ଟିଏସ୍‌ପି ଦ୍ୱାରା ପୂର୍ବାନୁମାନ କରାଯାଇଥିବା ନିର୍ଦିଷ୍ଟ କ୍ଷତି ଅଭିଯୋଗ ପାଇବା ପରେ, ମାମଲାର ଯାଂଚ ଚାଲିଛି ଏବଂ ନିୟାମକ ବ୍ୟବସ୍ଥା ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

******

SSP

 

 



(Release ID: 1925856) Visitor Counter : 126