ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୭ଟି ଉଚ୍ଚ ଶିକ୍ଷଶ ସଂସ୍ଥାନ (ଏଚ୍‌ଇଆଇ)ରେ ଚାଲୁଥିବା ଭିତ୍ତିଭୂମି ସଂରଚନା ପ୍ରକଳ୍ପ ଗୁଡିକର ପ୍ରଗତିର ସମୀକ୍ଷା କରିଛନ୍ତି


ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚ ଶିକ୍ଷା ସଂସ୍ଥାନ ଗୁଡିକରେ ଭିତ୍ତିଭୂମି ସଂରଚନା ପ୍ରକଳ୍ପ ଗୁଡିକୁ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି

Posted On: 19 MAY 2023 4:32PM by PIB Bhubaneshwar

କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଇଆଇଟି, ଆଇଆଇଏମ୍‌, ଆଇଆଇଆଇଟି, ଆଇଆଇଏସ୍‌ଇଆର ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡିକ ସମେତ ୨୭ଟି ଉଚ୍ଚ ଶିକ୍ଷା ସଂସ୍ଥାନ (ଏଚ୍‌ଇଆଇ) ଗୁଡିକରେ ଚାଲୁଥିବା ଭିତ୍ତିଭୂମି ସଂରଚନା ପ୍ରକଳ୍ପ ଗୁଡିକର ପ୍ରଗତିର ସମୀକ୍ଷା ନିମନ୍ତେ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଉଚ୍ଚ ଶିକ୍ଷା ସଚିବ ଶ୍ରୀ କେ. ସଞ୍ଜୟ ମୂର୍ତ୍ତି, ୨୭ଟି ଉଚ୍ଚ ଶିକ୍ଷା ସଂସ୍ଥାନ ପ୍ରମୁଖ, ଛପିବଡ଼, ଏନ୍‌ସିବିସି ଏବଂ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଏହି ବୈଠକ ସମୟରେ ଭିତ୍ତିଭୂମି ସଂରଚନା ପ୍ରକଳ୍ପ ଗୁଡ଼ିକୁ ତ୍ୱରାନ୍ୱିତ କରିବା ଏବଂ ସେଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଶ୍ରୀ ପ୍ରଧାନ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଏଚ୍‌ଇଆଇ) ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଆଧୁନିକ ଭିତ୍ତିଭୂମି ସଂରଚନା ଏକବିଂଶ ଶତାବ୍ଦୀର ବିଶ୍ୱ ନାଗରିକ ହେବା ପାଇଁ ଆମର ପ୍ରୟାସକୁ ଉତ୍ସାହିତ କରିବ ।

ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡିକର ଏହି ନୂତନ ପ୍ରକଳ୍ପ ଗୁଡ଼ିକରେ ବିଭିନ୍ନ ନୂତନ ଏକାଡେମିକ୍ ବ୍ଲକ୍‌, ଲାବୋରେଟୋରୀ, ହଷ୍ଟେଲ ଏବଂ ବିଭିନ୍ନ ଆଇଆଇଟି, ଆଇଆଇଆଇଟି, ଆଇଆଇଏମ୍‌, ଆଇଆଇଏସ୍‌ଇଆର୍ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଧନ୍ଦାମୂଳକ କାର୍ଯ୍ୟକଳାପ ପାଇଁ ସୁବିଧା ଅନ୍ତର୍ଭୁକ୍ତ ।

***

SSP


(Release ID: 1925654)
Read this release in: English , Urdu , Hindi , Tamil , Telugu