ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌' ର ୧୦୦ ତମ ଅଧ୍ୟାୟକୁ ଚିହ୍ନିତ କରିବା ପାଇଁ କେଭିଆଇସି ପକ୍ଷରୁ ହରିୟାଣା ରାଜ୍ୟ ଅନ୍ତର୍ଗତ ଭିୱାନୀର ଦୁଲହେଡି ଗ୍ରାମରେ ‘ମନ୍ କି ବାତ୍‌' କାର୍ଯ୍ୟକ୍ରମର ୯୮ ତମ ଧାରାବାହିକ ‘ସ୍ୱଚ୍ଛତାର ସୈନିକମାନେ' ର ସମ୍ମାନ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା

ପୋଷ୍ଟ କରାଯିବା ଦିନାଙ୍କ: 01 MAY 2023 9:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌' ର ୧୦୦ ତମ ଅଧ୍ୟାୟର ପୂରଣ ଅବସରରେ ଆଜି  ହରିୟାଣା ରାଜ୍ୟ ଅନ୍ତର୍ଗତ ଭିୱାନୀର ଦୁଲହେଡି ଗ୍ରାମ ଠାରେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ‘ମନ୍ କି ବାତ୍‌'  କାର୍ଯ୍ୟକ୍ରମର ୯୮ ତମ ଅଧ୍ୟାୟ ‘ସ୍ୱଚ୍ଛତାର  ସିପାହୀମାନେ' ର ସମ୍ମାନ ଉଦ୍ଦେଶ୍ୟରେ ଏବଂ ଜନତାଙ୍କ ମଧ୍ୟରେ ଭାରତ ସରକାରଙ୍କ ପ୍ରମୁଖ ଯୋଜନା  ‘ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ' (ପିଏମ୍‌ଇଜିପି) ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା ।

ଖଦି  ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପିଏମ୍‌ଇଜିପି ସଚେତନତା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌' କାର୍ଯ୍ୟକ୍ରମ ଖଦିକୁ ଆତ୍ମନିର୍ଭରଶୀଳ କରିବାରେ ପ୍ରମୁଖ ଯୋଗଦାନ ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଦୃଷ୍ଟିକୋଣ ହେଉଛି ଯୁବକ ମାନଙ୍କୁ କେବଳ ଚାକିରି ଖୋଜିବା ଲୋକ ହେବା ବଦଳରେ ଚାକିରି ଗ୍ରଦାନକାରୀ ହେବା' ରେ ପରିଣତ କରିବା ଏବଂ ଅନ୍ୟ ଯୁବକ ମାନଙ୍କ ପାଇଁ ପ୍ରେରଣା ପାଲଟିବା । ଏହି ସଚେତନତା ଶିବିରରେ ନିକଟସ୍ଥ ଗ୍ରାମ ମାନଙ୍କରୁ ୨ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ।

ହରିୟାଣାର ଦୁଲହେଡି ଗ୍ରାମକୁ ନିକଟରେ ଏହି ଗ୍ରାମର ସ୍ୱଚ୍ଛତା ସୈନିକ ମାନଙ୍କ ପାଇଁ ‘ମନ୍ କି ବାତ୍‌' କାର୍ଯ୍ୟକ୍ରମର ୯୮ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ । ଦୁଲହେଡି ଗ୍ରାମର ଯୁବକମାନେ ଯୁବ ସ୍ୱଚ୍ଛତା ଏବଂ ଜନ ସେବା ସମିତି ନାମକ ଏକ ସଂଗଠନ ଗଠନ କରିଥିଲେ, ଯାହା ସହରର ବିଭିନ୍ନ ଅଞ୍ଚଳରୁ ଟନ୍ ଟନ୍ ଆବର୍ଜନା ସଫା କରିଥିଲା ।

ଶ୍ରୀ ମନୋଜ କୁମାର ଦୁଲହେଡି ଗ୍ରାମର ସମସ୍ତ ‘ସ୍ୱଚ୍ଛତା ସୈନିକ ମାନଙ୍କୁ’ ଅଭିନନ୍ଦନ ଜଣାଇବା ସହ ପିଏମ୍‌ଇଜିପି ସହିତ ନିଜ ଅଞ୍ଚଳର ସର୍ବାଧିକ ସଂଖ୍ୟକ ଯୁବକ ମାନଙ୍କୁ ଯୋଡି ନିଯୁକ୍ତି ସୃଷ୍ଟିରେ ସହଯୋଗ କରିବାକୁ ନିବେଦନ କରିଥିଲେ ।

ପିଏମ୍‌ଇଜିପି ବିଷୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏବଂ ଯୁବକ ମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଏବଂ ସେମାନଙ୍କ ସମୁଦାୟର ବିକାଶରେ ଯୋଗଦାନ କରିବାରେ ଅତ୍ୟନ୍ତ ସଫଳ ହୋଇଥିବା ଏହି କାର୍ଯ୍ୟକ୍ରମରେ ହରିୟାଣା ସରକାର ଏବଂ ବ୍ୟାଙ୍କ ଗୁଡ଼ିକର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ ।

****

SSP



 

 

 


(ରିଲିଜ ଆଡି: 1921003) ପରିଦର୍ଶକ କାଉଣ୍ଟର : 175
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Punjabi , Tamil , Telugu