ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ମେ ୧ ରୁ ୩ ପର୍ଯ୍ୟନ୍ତ ମାଳଦ୍ୱୀପ ଗସ୍ତ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 30 APR 2023 10:09AM by PIB Bhubaneswar

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ମେ ୧ ରୁ ୩ , ୨୦୨୩ ପର୍ଯ୍ୟନ୍ତ ମାଳଦ୍ୱୀପକୁ ଅଧିକାରିକ ଗସ୍ତ କରିବେ ।

ଏହି ଗସ୍ତ ସମୟରେ ଶ୍ରୀ ରାଜନାଥ ସିଂହ ତାଙ୍କ ମାଳଦ୍ୱୀପ ପ୍ରତିପକ୍ଷ ସୁଶ୍ରୀ  ମାରିଆ ଅହମ୍ମଦ ଦିଦି ଏବଂ ବୈଦେଶିକ ମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ଶାହିଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ବିଚାର ବିମର୍ଶ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ସମ୍ବନ୍ଧିତ ସମସ୍ତ କ୍ଷେତ୍ରର ସମୀକ୍ଷା କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ମାଳଦ୍ୱୀପର ରାଷ୍ଟ୍ରପତି ଶ୍ରୀ ଇବ୍ରାହିମ ମହମ୍ମଦ ସୋଲିହଙ୍କ ସହିତ ସାକ୍ଷାତ କରିବେ ।

ମିତ୍ର ରାଷ୍ଟ୍ର ତଥା ଏହି ଅଞ୍ଚଳର ଅଂଶୀଦାର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଶ୍ରୀ ରାଜନାଥ ସିଂହ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀକୁ ଗୋଟିଏ ଫାଷ୍ଟ ପାଟ୍ରୋଲିଂ ଭେସେଲ୍ ସିପ୍ (ଦ୍ରୁତ ଭ୍ରମଣକାରୀ ବୁଡା ଜାହାଜ) ଏବଂ ଏକ ଲ୍ୟାଣ୍ଡିଂ କ୍ରାଫ୍ଟ ଉପହାର ଆକାରରେ ପ୍ରଦାନ କରିବେ । ତାଙ୍କ ରହଣୀ ସମୟରେ , ସେ ଦେଶରେ ଚାଲିଥିବା ପ୍ରକଳ୍ପ ସ୍ଥଳ ଗୁଡିକୁ ମଧ୍ୟ ଗସ୍ତ କରିବେ ଏବଂ ପ୍ରବାସୀ ଭାରତୀୟ ମାନଙ୍କ ସହିତ ଆଲୋଚନା କରିବେ । ପ୍ରତିରକ୍ଷା ମନ୍ତ୍ରୀଙ୍କର ମାଳଦ୍ୱୀପ ଗସ୍ତ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ପ୍ରଗାଢ଼ ସମ୍ବନ୍ଧ ନିର୍ମାଣରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲ୍ ଖୁଂଟ ସାବ୍ୟସ୍ତ ହେବ ।

ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ, ଉଗ୍ରବାଦକରଣ, ସାମୁଦ୍ରିକ ଡକାୟତି, ଚାଲାଣ, ସଂଗଠିତ ଅପରାଧ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଗୁଡିକ ସମେତ ସହଭାଗୀ ଆହ୍ୱାନ ଗୁଡିକର ମୁକାବିଲା କରିବା ପାଇଁ ଭାରତ ଏବଂ ମାଳଦ୍ୱୀପ ଏକାଠି ହୋଇ କାର୍ଯ୍ୟ କରୁଛନ୍ତି । ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ସହିତ ସାଗର (କ୍ଷେତ୍ରରେ ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ବିକାଶ) ଦୃଷ୍ଟିକୋଣ ଏବଂ ମାଳଦ୍ୱୀପର ‘ଭାରତ ପ୍ରଥମ ’ ନୀତି ମାଧ୍ୟମରେ ମିଳିତ ଭାବରେ ଭାରତ ମହାସାଗର ମଧ୍ୟରେ ଦକ୍ଷତା ବିକାଶ ପାଇଁ କାର୍ଯ୍ୟ କରିବାର ଇଚ୍ଛା ରହିଛି ।

****

SSP



 

 


(ରିଲିଜ ଆଡି: 1921002) ପରିଦର୍ଶକ କାଉଣ୍ଟର : 236
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Punjabi , Tamil , Telugu