ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ମନ କି ବାତ୍‍ ୧୦୦ ତମ ଏପିସୋଡ଼ ଉପରେ ଜାତୀୟ ସମ୍ମିଳନୀ ଆୟୋଜନ କରିବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ


ଏହି କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ଉଦଘାଟନ କରିବେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶ୍ରୀ ଅନୁରାଗ ଠାକୁର ଏହି ସମ୍ମିଳନୀରେ ଯୋଗଦେବେ

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅମିର ଖାନ, ଶ୍ରୀମତୀ କିରଣ ବେଦୀ, ଶ୍ରୀ ରିକି କେଜ ଏବଂ ଶ୍ରୀମତୀ ନିଖତ ଜରିନଙ୍କ ପ୍ରମୁଖଙ୍କୁ ୪ ଟି ବିଷୟବସ୍ତୁ ଅଧିବେଶନରେ ଅଂଶଗ୍ରହଣ କରିବା ଦେଖିବାକୁ ମିଳିବ

ଦିନ ବ୍ୟାପି କାର୍ଯ୍ୟକ୍ରମରେ ମନ କି ବାତରେ ଦର୍ଶାଯାଇଥିବା ୧୦୦ ରୁ ଅଧିକ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଯୋଗଦେବେ

‘ମନ୍ କି ବାତ୍‍' ର ୧୦୦ ତମ ଏପିସୋଡ୍ ଅବସରରେ ସ୍ମରଣୀୟ ଡାକ ଟିକଟ ଏବଂ ମୁଦ୍ରା ଉନ୍ମୋଚିତ ହେବ

Posted On: 25 APR 2023 5:52PM by PIB Bhubaneshwar

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୨୬ ଏପ୍ରିଲ, ୨୦୨୩ ରେ ନୂଆଦିଲ୍ଲୀରେ ମନ କି ବାତ ଉପରେ ଏକ ଦିନିକିଆ ଜାତୀୟ ସମ୍ମିଳନୀ ଆୟୋଜନ କରୁଛି ଏହି ସମ୍ମିଳନୀକୁ ପୂର୍ବାହ୍ନ ୧୦ଟା ସମୟରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନକର ସମ୍ମାନିତ ଅତିଥି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ର ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଉଦଘାଟନ କରିବେ ଦେଶର ୧୦୦ କୋଟିରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ ପ୍ରସାରଣର ନିରନ୍ତର ସଫଳତାକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀ ଆୟୋଜନ କରାଯାଇଛି

ଅକ୍ଟୋବର ୩, ୨୦୧୪ ରେ ଆରମ୍ଭ ହେବା ଦିନଠାରୁ, ‘ମନ୍ କି ବାତ୍‌' ଏକ ଜାତୀୟ ପରମ୍ପରାରେ ପରିଣତ ହୋଇଛି, ପ୍ରଧାନମନ୍ତ୍ରୀ ପ୍ରତି ମାସରେ ଦେଶକୁ ସମ୍ବୋଧିତ କରି ଲକ୍ଷ ଲକ୍ଷ ଲୋକଙ୍କୁ ଭାରତର ବିକାଶ ଯାତ୍ରାରେ ଭାଗ ନେବାକୁ ପ୍ରେରଣା ଦେଉଛନ୍ତି ଏହା ଭାରତର ନାଗରିକଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଛି, ଯେଉଁମାନେ ପ୍ରତି ମାସରେ ସେମାନଙ୍କର ପ୍ରଧାନ ସେବକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସଫଳତା, ଚିନ୍ତା, ସୁଖ ଏବଂ ଗର୍ବର ମୂହୁର୍ତ୍ତକୁ ବାଣ୍ଟିବା ସହ ଏକ ନୂତନ ଭାରତ ଗଠନ ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନ୍‍ କି ବାତ୍‍ର ବିଭିନ୍ନ ଏପିସୋଡ୍‍ରେ ଉଲ୍ଲେଖ କରାଯାଇଥିବା ଦେଶର ବିଭିନ୍ନ ପ୍ରାନ୍ତରୁ ୧୦୦ ଜଣ ସମ୍ମାନସ୍ପଦ ନାଗରିକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ରାଷ୍ଟ୍ର ର୍ନିମାଣରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନକୁ ତାଙ୍କ ପ୍ରସାରଣରେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଏଥିରେ ଅଂଶଗ୍ରହଣକାରୀମାନେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି ଯେପରିକି ପାରମ୍ପାରିକ କଳା, ସଂସ୍କୃତି ଏବଂ ହସ୍ତଶିଳ୍ପର ପ୍ରୋତ୍ସାହନ, ପରିବେଶ ସୁରକ୍ଷା ଏବଂ ଯେଉଁମାନେ କୋଭିଡ୍ ସମୟରେ ଦେଶକୁ ନିରନ୍ତର ସମର୍ଥନ କରିଥିଲେ, ଯେଉଁମାନେ ଅବହେଳିତ ନାଗରିକଙ୍କୁ ସମର୍ଥନ କରୁଛନ୍ତି, ଯେଉଁମାନେ ସମାଜ ସମ୍ମୁଖୀନ ହେଉଥିବା ଆହ୍ୱାନର ସମାଧାନ ପାଇଁ ଅଭିନବ ପନ୍ଥା ଆଦି ପ୍ରଦାନ କରିଛନ୍ତି

ଏହି ଅତିଥିମାନେ ନିଜ ସହିତ ବିଭିନ୍ନ ସ୍ମାରକୀ ଆଣିବେ ଯେମିତିକି ଗୋଆ ରାଜ୍ୟରୁ ପ୍ରାଚୀନ କାଭି ଚିତ୍ର, ଆନ୍ଧ୍ରପ୍ରଦେଶର ଇଟିକୋପାକା କାଠ ଖେଳଣା, ଓଡ଼ିଶାର ପଥରରେ ର୍ନିମିତ ପଟ୍ଟଚିତ୍ର ଚିତ୍ର ଏବଂ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିରୁ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା କଦଳୀ ପାଟୁଙ୍ଗାରୁ ଉତ୍ପାଦିତ ବିଭିନ୍ନ ଉତ୍ପାଦ ଆଣିବେ

ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତିଙ୍କ ଦ୍ୱାରା ଦୁଇଟି ପୁସ୍ତକ ଲୋକାର୍ପଣ ହେବ ପ୍ରଥମ, "ମନ କି ବାତ @୧୦୦” ଉପରେ ଏକ କଫି ଟେବୁଲ୍ ପୁସ୍ତକ, ଯାହା ‘ମନ୍ କି ବାତ୍‍' ର ଯାତ୍ରା ଏବଂ ପ୍ରଧାନମନ୍ତ୍ରୀ ଏବଂ ନାଗରିକଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗରେ ଏକ ନୂତନ ଯୁଗର ଆରମ୍ଭ କିପରି ହୋଇଛି ତାହା ଉପରେ ଆଲୋକପାତ କରିଛି ପ୍ରସାର ଭାରତୀର ପୂର୍ବତନ ସିଇଓ ଏସ୍ ଏସ୍ ଭେମ୍ପତୀଙ୍କ ଦ୍ୱାରା ଦ୍ୱିତୀୟ ପୁସ୍ତକ ‘କଲେକ୍ଟିଭ ସ୍ପିରିଟ୍‍, କଂକ୍ରିଟ୍‍ ଆକ୍ସନ' ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କର ହେଉଥିବା ଆଲୋଚନାର ପ୍ରମୁଖ ବିଷୟର ବିମୋହକ ତଥ୍ୟ ରହିଛି ଯେଉଁଥିରେ ସାମାଜିକ, ଅର୍ଥନୈତିକ, ପରିବେଶ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଉପରେ ଆଲୋକପାତ କରାଯାଇଛି ଏବଂ ଫିଟନେସ୍ ପ୍ରସଙ୍ଗ ଯାହା ଆମ ଦେଶର ହୃଦୟ ସହିତ ପ୍ରତିଧ୍ୱନିତ ହୋଇଥାଏ

ଉଦଘାଟନୀ ଅଧିବେଶନରେ ଟି ପ୍ୟାନେଲ ଆଲୋଚନା ଅଧିବେଶନ ଅନୁଷ୍ଠିତ ହେବ ଏବଂ ମନ କି ବାତ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାରସ୍ପରିକ କଥାବାର୍ତ୍ତାର ବ୍ୟାପକ ବିଷୟବସ୍ତୁକୁ ଦର୍ଶାଇବ ପ୍ରତ୍ୟେକ ଅଧିବେଶନକୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପରିଚାଳନା କରାଯିବ ଏହି ଅଧିବେଶନରେ ପରିବର୍ତ୍ତନଶୀଳ ପ୍ରଭାବକୁ ଆଲୋକପାତ କରାଯିବ ଯାହାକି ମନ୍ କି ବାତରେ ସମଗ୍ର ଭାରତରେ କ୍ଷେତ୍ରଗୁଡିକୁ ଅନୁକରଣ କରିଛନ୍ତି, ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ ସଂଯୋଗ କରିବେ ଏବଂ ସେମାନଙ୍କୁ ପରିବର୍ତ୍ତନର ମାଧ୍ୟମ ହେବାକୁ ସଶକ୍ତ କରିବେ

ପ୍ରଥମ ଅଧିବେଶନ ନାରୀ ଶକ୍ତି ବିଷୟ ଉପରେ ରହିବ ଏହି ଦେଶର ମହିଳାମାନେ ସର୍ବଦା ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ରହିଆସିଛନ୍ତି ଏବଂ ଜନତାଙ୍କୁ ଆଗେଇ ନେଇଛନ୍ତି ଏବଂ ଅନ୍ୟ ମହିଳାମାନଙ୍କୁ ଆଗକୁ ବଢିବା ପାଇଁ ପଥ ପରିଷ୍କାର କରିଛନ୍ତି ମହିଳା ନେତୃତ୍ୱାଧୀନ ବିକାଶ ଭାରତର ପ୍ରଗତିର ଏକ କେନ୍ଦ୍ରୀୟ ଦିଗ ଏବଂ ଭାରତକୁ ମଜବୁତ କରିବା ପାଇଁ ଏକ ଆବଶ୍ୟକତା ବୋଲି ସରକାର ବିବେଚନା କରନ୍ତି ବିଗତ ନଅ ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣ ତଥା ସେମାନଙ୍କୁ ଭାରତର ବିକାଶ ଯାତ୍ରା ପାଇଁ ଆଗେଇ ନେବା ସକାଶେ ଅନେକ କଲ୍ୟାଣକାରୀ ଯୋଜନା ଆରମ୍ଭ କରାଯାଇଛି ଏହି ଦିଗ ଉପରେ ଧ୍ୟାନ ଦେଇ ପ୍ରସିଦ୍ଧ ଆଙ୍କର୍ ତଥା ହୋଷ୍ଟ୍ ରିଚା ଅନିରୁଦ୍ଧଙ୍କ ଦ୍ୱାରା ଆଲୋଚନା କରାଯିବ ଏବଂ ପ୍ୟାନେଲିଷ୍ଟ ଅବସରପ୍ରାପ୍ତ ଆଇପିଏମ୍‍ ତଥା ପୁଡୁଚେରୀର ପୂର୍ବତନ ଲେଫଲାଣ୍ଟ ଗଭର୍ଣ୍ଣର କିରଣ ବେଦୀ, ଆଥଲେଟ୍‍ ଦୀପା ମଲିକ୍‌, ଦି ବିଟର ଇଣ୍ଡିଆର ପ୍ରତିଷ୍ଠାତା ତଥା ସିଇଓ ଧୀମନ୍ତ ପାରେଖ, ଆରଜେ ନିତିନ, ଅଭିନେତ୍ରୀ ରବିନା ଟଣ୍ଡନ, ବକ୍ସର ନିଖତ ଜରିନ ଏବଂ ପର୍ବତାରୋହୀ ପୁର୍ଣ୍ଣ ମାଲାଭାଥ ୨୦୧୪ ରେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିବା ବିଶ୍ୱର କନିଷ୍ଠ ଝିଅ ପୂର୍ଣ୍ଣ ମାଲାଭାଥ ୨୦୨୨ ମସିହାରେ ସାତୋଟି ଶିଖର ପର୍ବତାରୋହଣ ଆହ୍ୱାନକୁ ସମାପ୍ତ କରିଥିଲେ ପ୍ରଧାନମନ୍ତ୍ରୀ ଜୁନ୍ ୨୦୨୨ ରେ ମନ କି ବାତ ସମୟରେ ତେଲେଙ୍ଗାନାର ଏହି ପର୍ବତାରୋହୀଙ୍କୁ ପ୍ରଶଂସା କରିଥିଲେ

ଦ୍ୱିତୀୟ ଅଧିବେଶନର ବିଷୟବସ୍ତୁ  ‘”ବିରାସତ କା ଉତ୍ଥାନ” ଉପରେ ରହିବ ଆମର ଐତିହ୍ୟ ଏବଂ ଉତ୍ତରାଧିକାରୀ ପାଇଁ ଗର୍ବ କରିବା ଅମୃତ କାଳ ସମୟରେ ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରମୁଖ ଲକ୍ଷ୍ୟ ହୋଇ ରହିଆସିଛି ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଆମ ଦେଶରେ ଆମର କଳା ସଂସ୍କୃତି ବିଷୟରେ ଏକ ନୂତନ ସଚେତନତା ସୃଷ୍ଟି ହୋଇଛି, ଏକ ନୂତନ ଚେତନା ଜାଗ୍ରତ ହେଉଛି ଭାରତର ସୁବର୍ଣ୍ଣ ଅତୀତ ଏବଂ ‘ନୂତନ ଭାରତ' ଉପରେ ଆଲୋଚନା କରିବାକୁ ଥିବା ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ସଙ୍ଗୀତ ପ୍ରଯୋଜକ ତଥା ପରିବେଶବିତ୍‍ ରିକି କେଜ, ପରିବେଶ ସଂରକ୍ଷଣ କର୍ମୀ ଜଗତ କିଙ୍ଖାବବାଲା, ଟିଭି ଏବଂ ରେଡିଓ ହୋଷ୍ଟ ସିଦ୍ଧାର୍ଥ କାନନ, ପରିବେଶ ସଂରକ୍ଷଣ କର୍ମୀ ରୋଚାମଲିଆନା, ସାମ୍ବାଦିକ ପାଲ୍କି ଶର୍ମା ଏବଂ କାହାଣୀକାର ତଥା ମୋଡରେଟର ନୀଲେଶ ମିଶ୍ର ସାମିଲ ହେବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜଗତ କିଙ୍ଖବବାଲା ଏବଂ ରୋଚାମଲିଆନା ସେମାନଙ୍କର ପରିବେଶ ସଂରକ୍ଷଣ ପାଇଁ ପ୍ରଶଂସିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମେ ୨୦୧୭ ରେ ଜଗତ କିଙ୍କବାବାଲାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ସେଭ ଦି ସ୍ପାରୋ' ଅଭିଯାନ ଉପରେ ଉଦ୍ୟମ ବିଷୟରେ କହିଥିଲେ ସେ ଜୁନ୍ ୨୦୨୨ ରେ ମିଜୋରାମର ଚଇତି ନଦୀକୁ ପୁନଃ ସ୍ଥାପିତ କରିବା ପାଇଁ ରୋଚାମଲିଆନାଙ୍କ ଉଦ୍ୟମ ବିଷୟରେ କହିଥିଲେ

ତୃତୀୟ ଅଧିବେଶନ “ଜନ ସମ୍ବନ୍ଧ ସେ ଆତ୍ମନିର୍ଭରତା’ ଉପରେ ରହିବ ଯାହାକୁ ଜଣାଶୁଣା ଜଣେ ପ୍ରସିଦ୍ଧ ଭାରତୀୟ ଉଦ୍ୟୋଗୀ ଶ୍ରଦ୍ଧା ଶର୍ମା ପରିଚାଳନା କରିବେ ଆତ୍ମନିର୍ଭର ଭାରତର ଧାରଣା ପ୍ରତ୍ୟେକ ଭାରତୀୟଙ୍କ ଭିତରେ ଆତ୍ମବିଶ୍ୱାସର ଏକ ଉନ୍ମାଦନା ଭରି ଦେଇଛି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ପାଇଁ ପାଞ୍ଚଟି ସ୍ତମ୍ଭ ବର୍ଣ୍ଣନା କରିଛନ୍ତି - ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ବାସ୍ତବ ଜନସଂଖ୍ୟା ଏବଂ ଚାହିଦା ଆମର ଅର୍ଥନୀତିକୁ ଦୃଢ ଏବଂ ସ୍ଥିର କରିବାରେ ସମସ୍ତ ସ୍ତମ୍ଭ ଏକତ୍ର କାର୍ଯ୍ୟ କରନ୍ତି ଉଦ୍ୟୋଗୀ ସଞ୍ଜୀବ ଭିକଚନ୍ଦାନୀ ଆତ୍ମନିର୍ଭରର ଗୁରୁତ୍ୱ ଉପରେ ଆଲୋଚନା କରିବେ, ଆର ଜେ ରାଉନାକ, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଟି ଭି ମୋହନଦାସ ପାଇ, ଉଦ୍ୟୋଗୀ ଏବଂ ନୀତି ନିର୍ଦ୍ଧାରକ ରବି କୁମାର ନାରା ଏବଂ ଡାଲ୍ ଲେକ୍ ଲୋଟସ ଷ୍ଟେମ୍ ଉତ୍ପାଦକ କମ୍ପାନୀର ମୁଖ୍ୟ ମହମ୍ମଦ ଆବାସ ଭଟ୍ଟ   ମାର୍ଚ୍ଚ ୨୦୨୩ ରେ ପ୍ରଧାନମନ୍ତ୍ରୀ ଡାଲ ହ୍ରଦ ଲୋଟସ୍ ଷ୍ଟେମ୍ ଉତ୍ପାଦକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ଯାହା ଲୋଟସ୍ ଷ୍ଟେମରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ରପ୍ତାନି କରି ଅନେକ ଚାଷୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଛି

ଉଦ୍‍ଯାପନୀ ଅଧିବେଶନ ପୂର୍ବରୁ ଅନୁଷ୍ଠିତ ଚତୁର୍ଥ ଅଧିବେଶନର ବିଷୟବସ୍ତୁ ‘ଆହ୍ୱାନ ସେ ଜନ ଆନ୍ଦୋଳନ’ ଉପରେ ରହିବ । "ମନ କି ବାତ” ଏକ ପ୍ଲାଟଫର୍ମ ହୋଇଛି ଯେଉଁଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ ହୋଇଛି ପ୍ରଥମ "ମନ କି ବାତ” ରୁ ଠିକ୍ ଯେତେବେଳେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଆହ୍ୱାନ ଦେଇଥିଲେ, ସେତେବେଳେ ବକ୍ତବ୍ୟଗୁଡିକ ବାରମ୍ବାର ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ପ୍ରେରଣା ଦେଇଥିଲା ଏହିପରି ଅନେକ ଅଭିଯାନ ବିଷୟରେ ଆଲୋଚନା କରିବା ପାଇଁ ଆରଜେ ଶରଦଙ୍କ ଦ୍ୱାରା ଅଧିବେଶନ ପରିଚାଳନା କରାଯିବ ଏବଂ ଏଥିରେ ଅଭିନେତା ଅମୀର ଖାନ, ଏଣ୍ଡୋକ୍ରୋନୋଲୋଜିଷ୍ଟ ତଥା ମଧୁମେହ ବିଶେଷଜ୍ଞ ଡାକ୍ତର ଶଶାଙ୍କ ଆର ଯୋଶୀ, ବିଦ୍ୟାଳୟର ଅଧ୍ୟକ୍ଷା ଦୀପମାଲା ପାଣ୍ଡେ, ଲେଖିକା ଏବଂ ଫଟୋଗ୍ରାଫର କରିସ୍ମା ମେହେଟ୍ଟା ଏବଂ ଶିକ୍ଷାବିତ୍‍ ତଥା ପ୍ରଶାସକ ପ୍ରଫେସର ନଜମା ଅଖତାର ରହିବେ ବିଶେଷ ଆବଶ୍ୟକତା ଥିବା ପିଲାମାନଙ୍କ ପାଇଁ ଦୀପମାଲା ପାଣ୍ଡେଙ୍କ "ଜଣେ ଶିକ୍ଷକ, ଗୋଟିଏ କଲ” ପଦକ୍ଷେପକୁ ସେପ୍ଟେମ୍ବର ୨୦୨୧ ରେ ମନ କି ବାତରେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ

ଉଦଯାପନୀ ଅଧିବେଶନରେ କେନ୍ଦ୍ର ଗୃହ ସମବାୟ ମନ୍ତ୍ରୀ ଅମିତ ଶାହା କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତି ରହିବେ ଏହି ଅଧିବେଶନରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ ମଧ୍ୟ ଉପସ୍ଥିତ ରହିବେ ଉଦଯାପନୀ ଅଧିବେଶନରେ ଏହି ମହତ୍ୱପୂର୍ଣ୍ଣ ଘଟଣାକୁ ସ୍ମରଣୀୟ କରିବା ପାଇଁ ‘ମନ୍ କି ବାତ' ର ୧୦୦ ଟି ଏପିସୋଡ ଉପରେ ଏକ ସ୍ମରଣୀୟ ଡାକ ଟିକଟ ଏବଂ ମୁଦ୍ରା ଉନ୍ମୋଚିତ ହେବ

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀଙ୍କ ମନ କି ବାତର ପ୍ରଥମ ଏପିସୋଡ ଅକ୍ଟୋବର, ୨୦୧୪ (ଶୁକ୍ରବାର) ରେ ବିଜୟାଦଶମୀର ଶୁଭ ଅବସରରେ ପ୍ରସାରିତ ହୋଇଥିଲା ଏପ୍ରିଲ୍ ୨୦୧୫ ଠାରୁ, ମନ୍ କି ବାତ ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରିତ ହୁଏ ଏବଂ ୯୯ ତମ ଏପିସୋଡର ସର୍ବଶେଷ ପ୍ରସାରଣ ୨୬ ମାର୍ଚ୍ଚ ୨୦୨୩ ରେ ହୋଇଥିଲା ଏହା ମଧ୍ୟ ଦୂରଦର୍ଶନର ସାଙ୍କେତିକ ଭାଷାରେ ପ୍ରସାରିତ ହୁଏ ମନ କି ବାତର ୧୦୦ ତମ ଏପିସୋଡ୍ ୩୦ ଏପ୍ରିଲ, ୨୦୨୩ ରେ ଧାର୍ଯ୍ୟ କରାଯାଇଛି

ମନ୍ କି ବାତ ପ୍ରଥମ ଏପିସୋଡ୍ ୧୪ ମିନିଟର ଅବଧି ଥିଲା, ଯାହା ଦ୍ୱିତୀୟ ପର୍ଯ୍ୟାୟରେ ୧୯ ମିନିଟ୍ ଏବଂ ତୃତୀୟ ପର୍ଯ୍ୟାୟରେ ୨୬ ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ୪ର୍ଥ ପର୍ଯ୍ୟାୟ ଠାରୁ, ପ୍ରତ୍ୟେକ ଏପିସୋଡର ଅବଧି ୩୦ ମିନିଟ୍ ରହିଆସିଛି

ପ୍ରାରମ୍ଭରେ, ଏହାର ପ୍ରସାରଣ କେବଳ ହିନ୍ଦୀ ଭାଷାରେ ଥିଲା ଏବଂ ପରବର୍ତ୍ତୀ ସମୟରେ, ଇଂରାଜୀ ସଂସ୍କରଣ ୩୧ ଜାନୁୟାରୀ, ୨୦୧୬ ରୁ ଆରମ୍ଭ ହୋଇଥିଲା ଏବଂ ସଂସ୍କୃତ ସଂସ୍କରଣ ୨୮ ମଇ, ୨୦୧୭ ରୁ ଆରମ୍ଭ ହୋଇଥିଲା ବର୍ତ୍ତମାନ ମନ କି ବାତ୍‍ ୨୨ଟି ଭାରତୀୟ ଭାଷା ଏବଂ ଇଂରାଜୀ ସହିତ ୨୩ଟି ଭାଷା ଏବଂ ୨୯ଟି କଥିତ ଭାଷା  (ଉତ୍ତର ପୂର୍ବରୁ ୨୫ ଏବଂ ଛତିଶଗଡରୁ ୪) ଏବଂ ୧୧ ଟି ବିଦେଶୀ ଭାଷାରେ ପ୍ରସାରିତ ହେଉଛି   ଭାରତୀୟ ଭାଷା ମଧ୍ୟରେ ହିନ୍ଦୀ, ସଂସ୍କୃତ, ପଞ୍ଜାବୀ, ତାମିଲ, ତେଲୁଗୁ, କନ୍ନଡ, ମରାଠୀ, ଗୁଜରାଟୀ, ମାଲାୟାଲମ୍‌, ଓଡିଆ, କୋଙ୍କଣୀ, ନେପାଳୀ, କାଶ୍ମୀରୀ, ଡୋଗ୍ରି, ମଣିପୁରୀ, ମୈଥିଲି, ବଙ୍ଗାଳୀ, ଆସାମୀ, ବୋଡୋ, ସାନ୍ତାଳି, ଉର୍ଦ୍ଦୁ ଏବଂ ସିନ୍ଧି ଅନ୍ତର୍ଭୁକ୍ତ କଥିତଭାଷା ଗୁଡିକ ହେଉଛି ଛତିଶଗଡି, ଗୋଣ୍ଡି, ହାଲବି, ସରଗୁଜିଆ, ପହରୀ, ଶୀନା, ଗୋଜ୍ରି, ବାଲ୍‍ଟି, ଲଦାଖୀ, କର୍ବି, ଖାସି, ଜନ୍ତିଆ, ଗାରୋ, ନାଗାମି, ହମାର, ପାଇତି, ଥାଡୋଉ, କାବୁଇ, ମାଓ, ଟାଙ୍ଗଖୁଲ, ନିଶି, ଆଦି, ମୋନପା, ଆଓ, ଅଙ୍ଗାମି, କୋକବୋରୋକ୍‌, ମିଜୋ, ଲେପଚା ଏବଂ ସିକ୍କିମିଜ୍‍ (ଭୁତିଆ) । ସେହିଭଳି ଫରାସୀ, ଚାଇନିଜ୍‌, ଇଣ୍ଡୋନେସିଆନ, ତିବେତିଆନ, ବର୍ମିଜ୍‍, ବାଲୁଚି, ଆରବିକ୍‍, ପାସ୍ତୁ, ପାର୍ସିଆନ, ଦାରି ଏବଂ ସ୍ୱାହିଲି ହେଉଛି ବିଦେଶୀ ଭାଷା ଯେଉଁଥିରେ ମନ କି ବାତ୍‍ ପ୍ରସାରଣ କରାଯାଏ

ପ୍ରଧାନମନ୍ତ୍ରୀ ମନ କି ବାତ୍‍ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ୭୦୦ ରୁ ଅଧିକ ବ୍ୟକ୍ତି ଏବଂ ପ୍ରାୟ ୩୦୦ ସଂଗଠନ ବିଷୟରେ ଉଲ୍ଲେଖ କରିଛନ୍ତି ଏଥିମଧ୍ୟରେ ୩୭ ଜଣ ବ୍ୟକ୍ତି ଏବଂ ୧୦ ଟି ସଂଗଠନ ବିଦେଶୀ ରାଷ୍ଟ୍ରରୁ ଅଛନ୍ତି

"ପୋଷ୍ଟ ବକ୍ସ ୧୧୧” ସହିତ ମନ କି ବାତ ଉପରେ ଏକ କାର୍ଯ୍ୟକ୍ରମ ୨୧ ଡିସେମ୍ବର, ୨୦୧୪ ରେ ଅଲ ଇଣ୍ଡିଆ ରେଡିଓ ଦ୍ୱାରା ଆରମ୍ଭ ହୋଇଥିଲା ଅଧିକନ୍ତୁ, ଦୁର୍ଗମ ଅଞ୍ଚଳର ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ଟୋଲ୍ ଫ୍ରି ନମ୍ବର ସୁବିଧା (୧୮୦୦-୧୧-୭୮୦୦) ପ୍ରବର୍ତ୍ତିତ ହୋଇଛି ଯାହା ଦ୍ୱାରା ସେମାନେ ଆଗାମୀ ଏପିସୋଡ୍‍ ପାଇଁ ସେମାନଙ୍କର ଧାରଣା ଏବଂ ପରାମର୍ଶ ସେୟାର କରିପାରିବେ

HS



(Release ID: 1919653) Visitor Counter : 132