ପ୍ରତିରକ୍ଷା ମନ୍ତ୍ରଣାଳୟ
ଅଗ୍ନିବୀର ଏବଂ ଅନ୍ୟାନ୍ୟ ବର୍ଗରେ ସେନାରେ ଯୋଗ ଦେବା ନିମନ୍ତେ ଅନଲାଇନ୍ ଜରିଆରେ ସାଧାରଣ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି
प्रविष्टि तिथि:
17 APR 2023 5:15PM by PIB Bhubaneshwar
ଭାରତୀୟ ସେନା ପ୍ରଥମ ପଦକ୍ଷେପ ଭାବରେ କମ୍ପ୍ୟୁଟର ଆଧାରିତ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ସହିତ ଅଗ୍ନିବୀର, ଜୁନିଅର କମିଶନଡ ଅଫିସର ଏବଂ ଅନ୍ୟାନ୍ୟ ବର୍ଗରେ ପ୍ରବେଶ ନିମନ୍ତେ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି । ଯୋଗ୍ୟ ପଞ୍ଜୀକୃତ ପ୍ରାର୍ଥୀ ମାନଙ୍କ ପାଇଁ ଅନଲାଇନ୍ ସିଇଇ ଆଜି ୧୭୬ଟି ଅଖିଳ ଭାରତ ସ୍ତରୀୟ ସ୍ଥାନରେ ୩୭୫ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇ ସାରିଛି ଏବଂ ୨୬ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲୁ ରହିବ ।
ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ମିନି ରତ୍ନ କମ୍ପାନୀ ଏଜୁକେସନ୍ କନ୍ସଲଟାନ୍ସି ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ଠାରୁ ସହାୟତା ଲାଭ କରି ଏହି ଅନ୍ଲାଇନ୍ ପରୀକ୍ଷା ସମ୍ପନ୍ନ କରାଯାଉଛି ।
ଦେଶରେ ଯୁବକ ମାନଙ୍କର ବୈଷୟିକ ଜ୍ଞାନକୌଶଳର ସୀମା ଯଥେଷ୍ଟ ଉନ୍ନତ ହୋଇଛି ଏବଂ ବର୍ଦ୍ଧିତ ନେଟୱର୍କ ସଂଯୋଗ ଏବଂ ସ୍ମାର୍ଟଫୋନର ପ୍ରସାର ସହିତ ଯୁବକ ମାନଙ୍କୁ ଏବେ ଶାରୀରିକ ପରୀକ୍ଷା ଦେବା ପାଇଁ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଯାତ୍ରା କରି ବ୍ୟକ୍ତିଗତ ଭାବରେ ଉପସ୍ଥିତ ହୋଇ ପରୀକ୍ଷା ଦେବା ପରିବର୍ତ୍ତେ ବର୍ତ୍ତମାନ ଅନଲାଇନରେ ପରୀକ୍ଷା ଦେବାକୁ ସଶକ୍ତ କରାଯାଇଛି । ପରିବର୍ତ୍ତିତ ପଦ୍ଧତି ଚୟନ ସମୟରେ ଜ୍ଞାନଗତ ଦିଗ ଉପରେ ଅଧିକ ଧ୍ୟାନ ଦିଆଯିବାକୁ ସୁନିଶ୍ଚିତ କରିବ ଏବଂ ଦୁର୍ନୀତିର ସମ୍ଭାବନାକୁ ରୋକିବ । ଏହା ସମଗ୍ର ଦେଶରେ ବ୍ୟାପକ ପ୍ରସାର ଲାଭ କରିବ ଏବଂ ନିଯୁକ୍ତି ରାଲିରେ ଦେଖା ଦେଉଥିବା ବହୁ ସଂଖ୍ୟାରେ ପ୍ରାର୍ଥୀ ମାନଙ୍କର ସମାବେଶକୁ ହ୍ରାସ କରିବ ଏବଂ ସେମାନଙ୍କୁ ଅଧିକ ପରିଚାଳନାଯୋଗ୍ୟ କରିବା ଏବଂ ସଂଚାଳନ କରିବାକୁ ସହଜ କରାଯିବ ।
ତିନିଟି ପର୍ଯ୍ୟାୟରେ ନୂତନ ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ କରାଯିବ । ପ୍ରଥମ ପର୍ଯ୍ୟାୟରେ, www.joinindianarmy.nic.in ରେ ଅନଲାଇନରେ ପଞ୍ଜୀକୃତ ହୋଇଥିବା ଏବଂ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ । ଦ୍ୱିତୀୟ ପର୍ଯ୍ୟାୟରେ, ସଫଳ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଜୁନ୍ ୨୦୨୩ ରୁ ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ଦ୍ୱାରା ସ୍ଥିର ହୋଇଥିବା ସ୍ଥାନରେ ନିଯୁକ୍ତି ରାଲି ପାଇଁ ଡକରା ଦିଆଯିବ ଯେଉଁଠାରେ ସେମାନଙ୍କର ଶାରୀରିକ ସୁସ୍ଥତା ପରୀକ୍ଷା ଏବଂ ଶାରୀରିକ ମାପ ପରୀକ୍ଷା କରାଯିବ । ଶେଷରେ, ତୃତୀୟ ପର୍ଯ୍ୟାୟରେ ମନୋନୀତ ପ୍ରାର୍ଥୀମାନେ ମେଡିକାଲ ପରୀକ୍ଷା ଦେବେ । ଏହା ପରେ ସଫଳ ପ୍ରାର୍ଥୀଙ୍କ ଅନ୍ତିମ ଯୋଗ୍ୟତା ତାଲିକା ଘୋଷଣା କରାଯିବ ।
ସଂଶୋଧିତ ନିଯୁକ୍ତି ବ୍ୟବସ୍ଥା ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ, ସ୍ୱଚ୍ଛ କରିବ ଏବଂ ଦେଶରେ ଉପଲବ୍ଧ ଅତ୍ୟାଧୁନିକ ଆଇଟି ଭିତ୍ତିଭୂମିର ସର୍ବାଧିକ ବ୍ୟବହାର କରାଯିବା ପାଇଁ ଡିଜାଇନ୍ କରାଯାଇଛି ।
*****
SSP
(रिलीज़ आईडी: 1917452)
आगंतुक पटल : 214