ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ମଧ୍ୟପ୍ରଦେଶରେ ନୂତନ ଶିକ୍ଷକମାନଙ୍କ ନିଯୁକ୍ତି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ


“ଆଧୁନିକ ତଥା ବିକଶିତ ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂତନ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିଛନ୍ତି”

“ରୋଜଗାର ଏବଂ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି”

“ଜାତୀୟ ସଫଳତା ସର୍ଭେରେ ମଧ୍ୟପ୍ରଦେଶ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଲମ୍ଫ ଦେଇଛି”

“ଆପଣ ସର୍ବଦା ମନେ ରଖିବା ଉଚିତ ଯେ ଆପଣଙ୍କ ଶିକ୍ଷା କେବଳ ବର୍ତ୍ତମାନର ନୁହେଁ ବରଂ ଦେଶର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବ”

Posted On: 12 APR 2023 5:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶରେ ନୂତନ ଭାବେ ନିଯୁକ୍ତ ଶିକ୍ଷକମାନଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମଧ୍ୟପ୍ରଦେଶର ଯୁବକମାନଙ୍କୁ ସରକାରୀ ଚାକିରୀ ଯୋଗାଇଦେବା ଅଭିଯାନ ଦ୍ରୁତ ଗତିରେ ଚାଲିଛି ଯେଉଁଠାରେ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ମେଳା ଆୟୋଜନ ଦ୍ୱାରା ବିଭିନ୍ନ ପଦବୀରେ ହଜାର ହଜାର ଯୁବକ ନିଯୁକ୍ତି ପାଇଛନ୍ତି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଶିକ୍ଷକ ପଦବୀରେ ୨୨,୪୦୦ ରୁ ଅଧିକ ଯୁବକ ନିଯୁକ୍ତି ପାଇଛନ୍ତି ଏବଂ ଶିକ୍ଷାଦାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଜଡିତ ଥିବାରୁ ନିଯୁକ୍ତି ପତ୍ର ଗ୍ରହଣ କରିଥିବା ଯୁବକମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି

ଆଧୁନିକ ତଥା ବିକଶିତ ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂତନ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନୀତି ଶିଶୁମାନଙ୍କର ସାମଗ୍ରିକ ବିକାଶ, ଜ୍ଞାନ, ଦକ୍ଷତା, ସଂସ୍କୃତି ଏବଂ ଭାରତୀୟ ମୂଲ୍ୟବୋଧର ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଛି ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ନୀତିକୁ କାର୍ଯ୍ୟକାରୀ କରିବାରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ କହିଛନ୍ତି ଯେ ମଧ୍ୟପ୍ରଦେଶରେ ବ୍ୟାପକ ଶିକ୍ଷକ ନିଯୁକ୍ତି ଅଭିଯାନ ଏହି ଦିଗରେ ଏକ ବଡ ପଦକ୍ଷେପ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆଜି ନିଯୁକ୍ତ ଶିକ୍ଷକଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକଙ୍କୁ ଆଦିବାସୀ ଅଞ୍ଚଳରେ ନିୟୋଜିତ କରାଯିବ ଯାହାକି ପିଲାମାନଙ୍କୁ ଉପକୃତ କରିବ ପ୍ରଧାନମନ୍ତ୍ରୀ ଆନନ୍ଦ ବ୍ୟକ୍ତ କରିଛନ୍ତି ଯେ ମଧ୍ୟପ୍ରଦେଶ ସରକାର ଚଳିତ ବର୍ଷ ୬୦ ହଜାର ଶିକ୍ଷକଙ୍କୁ ମିଶାଇ ଲକ୍ଷରୁ ଅଧିକ ସରକାରୀ ପଦବୀ ନିଯୁକ୍ତି ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଫଳସ୍ୱରୂପ, ଜାତୀୟ ସଫଳତା ସର୍ଭେରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ରାଜ୍ୟ ଏକ ବଡ଼ ଲମ୍ଫ ଦେଇଛି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବିଜ୍ଞାପନରେ ଟଙ୍କା ଖର୍ଚ୍ଚ ନକରି ରାଜ୍ୟ ୧୭ତମ ସ୍ଥାନରୁ ତମ ସ୍ଥାନରେ ପହଞ୍ଚଛି   ମଧ୍ୟପ୍ରଦେଶ ଛାତ୍ର, ଶିକ୍ଷକ ଏବଂ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ନିଯୁକ୍ତି ଏବଂ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ସେ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଯୁବକମାନଙ୍କୁ ତାଲିମ ଦେବା ପାଇଁ ସାରା ଦେଶରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷର ବଜେଟରେ ୩୦ ଟି ସ୍କିଲ ଇଣ୍ଡିଆ ଆନ୍ତର୍ଜାତୀୟ କେନ୍ଦ୍ର ଖୋଲାଯିବ ଯେଉଁଠାରେ ଯୁବକମାନଙ୍କୁ ନୂତନ ପୀଢିର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ତାଲିମ ଦିଆଯିବ ଏବଂ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଛୋଟ କାରିଗରମାନଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କୁ ଏମଏସଏମ୍ ସହ ଯୋଡିବା ପାଇଁ ପଦକ୍ଷେପ ନିଆଯାଇଛି

ଆଜି ନିଯୁକ୍ତ ହୋଇଥିବା ହଜାର ହଜାର ଶିକ୍ଷକଙ୍କୁ ତାଙ୍କ ଅଭିଭାଷଣ ମାଧ୍ୟମରେ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ପାଇଁ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିବାକୁ କହିଥିଲେ ଯାହାକି ଆମ ଜୀବନକୁ ମାକିମ୍ବା ଶିକ୍ଷକଙ୍କ ପରି ପ୍ରଭାବିତ କରିଥାଏ ଶ୍ରୀ ମୋଦୀ କହିଛନ୍ତି ଯେ ଆପଣ ସର୍ବଦା ମନେ ରଖିବା ଉଚିତ ଯେ ଆପଣଙ୍କ ଶିକ୍ଷା କେବଳ ବର୍ତ୍ତମାନର ନୁହେଁ ବରଂ ଦେଶର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନକୁ ଶେଷ କରି ଉଲ୍ଲେଖ କରିଛନ୍ତି ଯେ ଶିକ୍ଷକମାନଙ୍କ ଦ୍ୱାରା ଦିଆଯାଉଥିବା ଶିକ୍ଷା କେବଳ ଛାତ୍ରଛାତ୍ରୀଙ୍କ ସ୍ତରରେ ନୁହେଁ, ସମାଜରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ ଆପଣ ଯେଉଁ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟ କରୁଛନ୍ତି ତାହା କେବଳ ଆଜିର ପୀଢି ଉପରେ ନୁହେଁ ବରଂ ଆଗାମୀ ପୀଢି ଉପରେ ମଧ୍ୟ ଏକ ସକରାତ୍ମକ ପ୍ରଭାବ ପକାଇବ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ତାଙ୍କ ବ୍ୟକ୍ତବ୍ୟ ଶେଷ କରିଥିଲେ

HS



(Release ID: 1915919) Visitor Counter : 135