ଶକ୍ତି ମନ୍ତ୍ରଣାଳୟ

ସରକାର ପିଏଲ୍‌ଆଇ (ଟ୍ରାଂଚ - ୨) ଅଧୀନରେ ୩୯୬୦୦ ମେଗାୱାଟ ଘରୋଇ ସୌର ପିଭି ମୋଡ୍ୟୁଲ୍ ଉତ୍ପାଦନ କ୍ଷମତାର ଆବଣ୍ଟନ କରିଛନ୍ତି



ପିଏଲ୍‌ଆଇ (ଟ୍ରାଂଚ - ୨) ୯୩୦୪୧ କୋଟି ଟଙ୍କା ନିବେଶକୁ ବହନ କରି ଆଣିବ; ଏକ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଚାକିରି ସୃଷ୍ଟି କରିବ

ଉଚ୍ଚ ସ୍ତରୀୟ ପିଭି ମୋଡ୍ୟୁଲ ଉତ୍ପାଦନରେ ପିଏଲ୍‌ଆଇର ସଫଳତା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ପ୍ରତି ଏକ ବର୍ଦ୍ଧିତ ପଦକ୍ଷେପ : କେନ୍ଦ୍ର ଶକ୍ତି ଏବଂ ଏନଆରଇ ମନ୍ତ୍ରୀ ଶ୍ରୀ ଆର. କେ. ସିଂହ କହିଛନ୍ତି

ଆଗାମୀ ୩ ବର୍ଷରେ ୪୮ ଜିଗାୱାଟ୍ ଘରୋଇ ସୌର ମୋଡ୍ୟୁଲ୍ ଉତ୍ପାଦନ କ୍ଷମତା ଯୋଡି ହେବ

Posted On: 28 MAR 2023 1:34PM by PIB Bhubaneshwar

ସରକାର ୧୧ ଟି କମ୍ପାନୀକୁ ମୋଟ ୩୯,୬୦୦ ମେଗାୱାଟ ଘରୋଇ ସୌର ପିଭି ମୋଡ୍ୟୁଲ୍ ଉତ୍ପାଦନ କରିବାର କ୍ଷମତା ଆବଣ୍ଟନ କରିଛନ୍ତି , ଯାହାର ସମୁଦାୟ ବ୍ୟୟ ଅଟକଳ ଉଚ୍ଚ ଦକ୍ଷତା ସମ୍ପନ୍ନ ସୌର ପିଭି ମୋଡ୍ୟୁଲ୍ (ଟ୍ରାଂଚ - ୨) ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ଅଧୀନରେ ମୋଟ ୧୪,୦୦୭ କୋଟି ଟଙ୍କା ରହିଛି ।  ସମୁଦାୟ ୭୪୦୦ ମେଗାୱାଟ ଉତ୍ପାଦନ କ୍ଷମତା ଅକ୍ଟୋବର ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ, ଏପ୍ରିଲ ୨୦୨୫ ସୁଦ୍ଧା ୧୬,୮୦୦ ମେଗାୱାଟ କ୍ଷମତା ଏବଂ ଏପ୍ରିଲ ୨୦୨୬ ସୁଦ୍ଧା ୧୫,୪୦୦ ମେଗାୱାଟ କ୍ଷମତା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଟ୍ରାଂଚ - ୨ ଏହା ପାଇଁ ୯୩, ୦୪୧ କୋଟି ଟଙ୍କା ନିବେଶର ପରିମାଣ ବହନ କରି ଆଣିବ ବୋଲି ଆଶା କରାଯାଉଛି । ଏହା ମଧ୍ୟ ସମୁଦାୟ ୧,୦୧,୪୮୭ ଚାକିରି ସୃଷ୍ଟି କରିବ,  ଯେଉଁଥିରେ  ୩୫,୦୧୦ ଜଣଙ୍କୁ ପ୍ରତ୍ୟକ୍ଷ ଚାକିରି ମିଳିବ ଏବଂ ୬୬,୪୭୭ ଜଣ ପରୋକ୍ଷରେ ନିଯୁକ୍ତି ପାଇ ପାରିବେ । କମ୍ପାନୀ ଗୁଡିକର ତାଲିକା ଯୋଗପତ୍ର - କ’ ରେ ପ୍ରଦାନ କରାଯାଇଛି ।

ପିଏଲ୍‌ଆଇ ଯୋଜନାର ସଫଳତା ସମ୍ପର୍କରେ କେନ୍ଦ୍ର ଶକ୍ତି ଏବଂ ଏନଆରଇ ମନ୍ତ୍ରୀ ଶ୍ରୀ ଆର୍ କେ. ସିଂହ କହିଛନ୍ତି ଯେ, ଭାରତ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ଆଧାରିତ ପିଭି ମୋଡ୍ୟୁଲ୍ ଉତ୍ପାଦନରେ ମୂଲ୍ୟ ଶୃଙ୍ଖଳା ଉପରକୁ ଚଢ଼ିବା ପଥରେ ରହିଛି ଏବଂ ଏହି କ୍ଷମତା ବୃଦ୍ଧି ସୌର ଉତ୍ପାଦନ କ୍ଷେତ୍ରରେ ଭାରତର ଆତ୍ମନିର୍ଭର ହେବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ।

"ପିଏଲ୍‌ଆଇ ଯୋଜନା ଭାରତର ନବୀକରଣ ଯୋଗ୍ୟ ଦୃଶ୍ୟପଟ୍ଟରେ ଏକ ଐତିହାସିକ ଘଟଣା ବୋଲି ପ୍ରମାଣିତ ହୋଇଛି ଯାହାର ପରିଣାମ ସ୍ୱରୂପ ଆସନ୍ତା ୩ ବର୍ଷ ଗୁଡିକ ମଧ୍ୟରେ ପ୍ରାୟ ୪୮ ଗିଗାୱାଟ୍ ଘରୋଇ ମୋଡ୍ୟୁଲ୍ ଉତ୍ପାଦନ କ୍ଷମତା ହାସଲ ହେବ । ଏହି ଯୋଜନା କେବଳ ବିଶ୍ୱର ଯୋଗାଣ ଶୃଙ୍ଖଳାକୁ କମ୍ କରିବା ନିମନ୍ତେ ନୁହେଁ,  ଆମର ଆମଦାନୀ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିବାକୁ ସରକାରଙ୍କ ଉଦ୍ୟମକୁ ପ୍ରୋତ୍ସାହିତ କରିଛି ତଥା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ପାଳନ କରିଛି ବୋଲି ଶ୍ରୀ ସିଂହ କହିଛନ୍ତି ।

ନଭେମ୍ବର - ଡିସେମ୍ବର, ୨୦୨୨ରେ ଏହି ଯୋଜନା ଟ୍ରାଂଚ -୧ ଅଧୀନରେ ୮୭୩୭ ମେଗାୱାଟର ସମୁଦାୟ ଏକୀକୃତ କ୍ଷମତା ଆବଣ୍ଟନ କରା ଯାଇଥିଲା । ଦୁଇ ପର୍ଯ୍ୟାୟକୁ ଏକାଠି କରି, ପିଏଲ୍‌ଆଇ ଯୋଜନା ଅନୁସାରେ ଆବଂଟିତ ସମୁଦାୟ ଘରୋଇ ସୌର ପିଭି ମୋଡ୍ୟୁଲ୍ ନିର୍ମାଣ କ୍ଷମତା ୪୮,୩୩୭ ମେଗାୱାଟ୍ ରହିଛି, ଯେଉଁଥିରେ ସରକାର ୧୮,୫୦୦ କୋଟି ଟଙ୍କାରୁ ଅଧିକ ସଂଚୟୀ ସହାୟତା ପ୍ରଦାନ କରିଛନ୍ତି ।

Annexure - A

Capacity awarded under PLI Scheme (Tranche-II)

P+W+C+M Basket

Sr. No

Name of Bidder

Manufacturing Capacity (MW)

1

Indosol

6000

2

Reliance

6000

3

First Solar

3400

Total

15400

W+C+M Basket

Sr. No.

Name of Bidder

Manufacturing Capacity (MW)

1

Waaree

6000

2

Avaada

3000

3

ReNew

4800

4

JSW

1000

5

Grew

2000

Total

16800

C+M Basket

Sr. No

Name of Bidder

Manufacturing Capacity (MW)

1

Vikram

2400

2

AMPIN

1000

3

Tata Power Solar

4000

Total

7400

Grand totals

39600

 

****

SSP

 



(Release ID: 1911486) Visitor Counter : 118


Read this release in: English , Urdu , Marathi , Hindi