ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ମୁମ୍ବାଇ ଠାରେ ମାର୍ଚ୍ଚ ୨୮, ୨୦୨୩ ରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରଥମ ବାଣିଜ୍ୟ ଏବଂ ନିବେଶ କାର୍ଯ୍ୟ ଗୋଷ୍ଠୀ (ଟିଆଇଡବ୍ଲ୍ୟୁଜି) ବୈଠକ ସମୟରେ ଜି୨୦ ବାଣିଜ୍ୟ ଅର୍ଥ ସହଯୋଗ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ

Posted On: 27 MAR 2023 2:47PM by PIB Bhubaneshwar

୨୦୨୩ ମାର୍ଚ୍ଚ ୨୮ ରୁ ୩୦ ପର୍ଯ୍ୟନ୍ତ ତିନି ଦିନ ଧରି ଭାରତର ଜି -୨୦ ଅଧ୍ୟକ୍ଷତାରେ ପ୍ରଥମ ବାଣିଜ୍ୟ ଏବଂ ନିବେଶ କାର୍ଯ୍ୟ ଗୋଷ୍ଠୀ (ଟିଆଇଡବ୍ଲ୍ୟୁଜି) ବୈଠକ ମୁମ୍ବାଇ ଠାରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଏହି ତିନି ଦିନିଆ ବୈଠକରେ ଜି୨୦ ସଦସ୍ୟ ଦେଶ ମାନଙ୍କରୁ ୧୦୦ ଜଣ ପ୍ରତିନିଧି, ନିମନ୍ତ୍ରିତ ଦେଶ ସମୂହ, ଆଞ୍ଚଳିକ ଗୋଷ୍ଠୀ ଏବଂ ଅନ୍ତର୍ଜାତୀୟ ସଙ୍ଗଠନ ବିଶ୍ୱ ବାଣିଜ୍ୟ ଏବଂ ନିବେଶକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ବିଚାର ବିମର୍ଶରେ ନିୟୋଜିତ ହେବେ । 

ପ୍ରଥମ ଦିନରେ, ମାର୍ଚ୍ଚ ୨୮ ତାରିଖରେ, ‘ବାଣିଜ୍ୟ ଅର୍ଥ' ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ରପ୍ତାନୀ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଅଫ୍ ଇଣ୍ଡିଆ (ଇସିଜିସି) ଏବଂ ଇଣ୍ଡିଆ ଏକ୍ସିଏମ୍ ବ୍ୟାଙ୍କ ଦ୍ୱାରା ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି ।

ବାଣିଜ୍ୟ ଅର୍ଥ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିଥାଏ । ଏହା ଲିକ୍ୟୁଡିଟି ଯୋଗୁଁ ଉତ୍ପନ୍ନ ବିପଦକୁ ହ୍ରାସ କରିବା ପାଇଁ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରବାହକୁ ବଜାୟ ରଖିବା କ୍ଷେତ୍ରରେ ଏକ ଅବିଚ୍ଛେଦ୍ୟ ଅଙ୍ଗ । ସମସ୍ତ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରାୟ ୮୦ ପ୍ରତିଶତ କୌଣସି ନା କୌଣସି ପ୍ରକାରରେ ବାଣିଜ୍ୟ ଅର୍ଥ ଉପକରଣ ବ୍ୟବହାର କରନ୍ତି, ଯେଉଁଥିରେ କ୍ରେଡିଟ୍ ଅଫ୍ କ୍ରେଡିଟ୍‌, ଯୋଗାଣ ଶୃଙ୍ଖଳା ଅର୍ଥ, ଇନଭଏସ୍ ରିହାତି ଏବଂ ଗ୍ରହଣ ଯୋଗ୍ୟ ଅର୍ଥ ପ୍ରଦାନ ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ । ବିଶ୍ୱ ବାଣିଜ୍ୟ ଅର୍ଥରେ ବ୍ୟାଙ୍କ, ବାଣିଜ୍ୟ ଫାଇନାନ୍ସ କମ୍ପାନୀ, ରପ୍ତାନି ଋଣ ଏଜେନ୍ସି, ବୀମାକାରୀ, ଆମଦାନୀକାରୀ ଏବଂ ରପ୍ତାନିକାରୀ ସମେତ ଅନେକ ଦଳ ସାମିଲ୍ ଅଛନ୍ତି । ବାଣିଜ୍ୟ ଅର୍ଥ ହେଉଛି ସୀମା ବାଣିଜ୍ୟର ଜୀବନ ରେଖା । ଏହା ଆକଳନ କରାଯାଇଛି ଯେ ବିଶ୍ୱର ପ୍ରମୁଖ ବ୍ୟାଙ୍କଗୁଡିକ ଦ୍ୱାରା ୨୦୨୦ ରେ ୯ ଟ୍ରିଲିୟନ ଡଲାରର ବାଣିଜ୍ୟ ଅର୍ଥ କାରବାର ସମର୍ôଥତ ହୋଇଥିଲା । ତଥାପି, ବାଣିଜ୍ୟ ଆର୍ôଥକ ଅନ୍ତର ଲଗାତାର ଭାବେ ବୃଦ୍ଧି ପାଉଛି ।

 ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଦ୍ୱାରା ଆକଳନ କରାଯାଇଛି ଯେ ୨୦୧୮ ରେ ୧.୫ ଟ୍ରିଲିୟନ ଡଲାର ଥିବା ବ୍ୟବଧାନ ବର୍ତ୍ତମାନ ୨ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହିପରି କାର୍ଯ୍ୟ- ଭିତ୍ତିକ ସମାଧାନ ଗୁଡିକ ଉପରେ ବିଚାର କରିବା ଅତ୍ୟନ୍ତ ଜରୁରୀ ଅଟେ, ଯାହା ଆର୍ôଥକ ବ୍ୟବଧାନକୁ ହ୍ରାସ କରିପାରେ ଏବଂ ଏହାକୁ ଡିଜିଟାଲ୍ ଉପକରଣ ଏବଂ ପ୍ରଯୁକ୍ତି ବିଦ୍ୟାର କ୍ଷମତାକୁ ବ୍ୟବହାର କରି ଉପଲବ୍ଧ କରାଇପାରେ । ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡିକ (ଏମ୍‌ଏସ୍‌ଏମ୍‌ଇ) ଉଭୟ ବିକାଶଶୀଳ ତଥା ବିକଶିତ ଦେଶରେ ଜୀବିକାକୁ ବଜାୟ ରଖିବା କ୍ଷେତ୍ରରେ ବିଶ୍ୱର ଆର୍ôଥକ ଅଭିବୃଦ୍ଧିରେ ସହାୟକ ହୁଏ, ବାଣିଜ୍ୟିକ ଆର୍ôଥକ ବ୍ୟବଧାନରେ ଅନୁପଯୁକ୍ତ ଭାବରେ ପ୍ରଭାବିତ ହୁଏ ।

ଏହି ପୃଷ୍ଠଭୂମିରେ, ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଦୁଇଟି ଅଧିବେଶନ ଆୟୋଜନ କରାଯିବ । ପ୍ରଥମ ଅଧିବେଶନରେ ବାଣିଜ୍ୟ ଅର୍ଥ ବ୍ୟବଧାନକୁ ସମାପ୍ତ କରିବାରେ ବ୍ୟାଙ୍କ, ଆର୍ôଥକ ପ୍ରତିଷ୍ଠାନ, ବିକାଶ ଅର୍ଥ ପ୍ରତିଷ୍ଠାନ ଏବଂ ରପ୍ତାନି ଋଣ ଏଜେନ୍ସି ଗୁଡିକର ଭୂମିକା ଉପରେ ଆଲୋକପାତ କରାଯିବ ଏବଂ ଦ୍ୱିତୀୟ ଅଧିବେଶନରେ ଡିଜିଟାଲୀକରଣ ଏବଂ ଫିନଟେକ୍ ସମାଧାନ ବାଣିଜ୍ୟ ଆର୍ôଥକ ସୁବିଧାକୁ କିପରି ଉନ୍ନତ କରିପାରିବ ସେ ବିଷୟରେ ଅନୁଧ୍ୟାନ କରାଯିବ ।

ଅଧିବେଶନ ୧ : ବାଣିଜ୍ୟ ଅର୍ଥ ବ୍ୟବଧାନକୁ ସମାପ୍ତ କରିବାରେ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ବିକାଶ ଅର୍ଥ ପ୍ରତିଷ୍ଠାନ ଏବଂ ରପ୍ତାନି ଋଣ ଏଜେନ୍ସି ଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ସଂଚାଳିକା : ସୁଶ୍ରୀ ଲତା ଭେଙ୍କଟେଶ, କାର୍ଯ୍ୟନିର୍ବାହୀ ସମ୍ପାଦକ, ସିଏନବିସି ଟିଭି ୧୮

ପ୍ୟାନେଲ୍ ସଦସ୍ୟ: ଶ୍ରୀ ଷ୍ଟିଭେନ୍ ବେକ୍‌, ବାଣିଜ୍ୟ ଅର୍ଥ ବିଭାଗ ମୁଖ୍ୟ, ଏଡିବି; ପ୍ରଫେସର ଆଣ୍ଡ୍ରିଆସ୍ କ୍ଲାସେନ୍‌, ଅନ୍ତର୍ଜାତୀୟ ବ୍ୟବସାୟର ପ୍ରଫେସର ତଥା ନିର୍ଦ୍ଦେଶକ, ଆଇଏଫଟିଆଇ, ଓଫେନବର୍ଗ ବିଶ୍ୱବିଦ୍ୟାଳୟ, ଜର୍ମାନୀ; ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୌରବ ଭଟ୍ଟନାଗର

ପ୍ରଥମ ଅଧିବେଶନରେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ବାଣିଜ୍ୟ ଅର୍ଥର ସାମ୍ପ୍ରତିକ ଧାରା ଏବଂ ତାର ଭବିଷ୍ୟତର ସମ୍ଭାବନା ବିଷୟରେ ବ୍ୟାପକ ରୂପରେ ବିଚାର କରାଯିବ । ଆଲୋଚନାର କିଛି ମୁଖ୍ୟ ସୂଚକ ନିମ୍ନରେ ସୂଚୀବଦ୍ଧ କରାଯାଇଛି :

୧. ବିକାଶଶୀଳ ଦେଶ ମାନଙ୍କରେ ମହାମାରୀ ଏବଂ ବଢୁଥିବା ଆମଦାନୀ ବିଲ୍ ମଧ୍ୟରେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ବାଣିଜ୍ୟ ଅର୍ଥର ସାମ୍ପ୍ରତିକ ଧାରା ।

୨. ଘରୋଇ କ୍ଷେତ୍ରରେ କ୍ରେଡିଟ୍ ଲାଇନ୍ ସମର୍ଥନ ହ୍ରାସ ଏବଂ ବ୍ୟାଙ୍କ ଋଣ ସୀମା ମଧ୍ୟରେ ମୁଦ୍ରାସ୍ଫୀତି ହ୍ରାସ ସହିତ ବାଣିଜ୍ୟ ଆର୍ଥିକ ବ୍ୟବଧାନର କାରଣ ।

୩. ବାଣିଜ୍ୟ ଅର୍ଥକୁ ବଢାଇବାରେ ରପ୍ତାନି ଋଣ ଏଜେନ୍ସି ଗୁଡିକର ଭୂମିକା ।

ଅଧିବେଶନ ୨ : ଡିଜିଟାଲୀକରଣ ଏବଂ ଫିନଟେକ୍ ସମାଧାନ ଗୁଡିକୁ ତ୍ୱରାନ୍ୱିତ କରି ବାଣିଜ୍ୟ ଅର୍ଥ ପର୍ଯ୍ୟନ୍ତ ପହଂଚିବା କ୍ଷେତ୍ରରେ ଉନ୍ନତି ଅଣା ଯାଇପାରିବ

ସଂଚାଳିକା : ଶ୍ରୀମତୀ ତମନ୍ନା ଇନାମଦାର, ଟାଇମ୍ସ ଗ୍ରୁପ୍ 

ପ୍ୟାନେଲ୍ ସଦସ୍ୟ : ଓଇସିଡିର ସେବା ବିଭାଗର ବାଣିଜ୍ୟ ବିଭାଗର ମୁଖ୍ୟ ଶ୍ରୀ ଜନ୍ ଡ୍ରମଣ୍ଡ, ସାଉଦି ଆରବ ଅନ୍ତର୍ଜାତୀୟ ସଂଗଠନ ଏବଂ ଚୁକ୍ତିନାମା ଗୁଡିକର ଡେପୁଟି ଗଭର୍ଣ୍ଣର ଶ୍ରୀ ଫରିଦ ଅଲସାଲୀ ; ରିସିଭେବଲ୍ ଏକ୍ସଚେଞ୍ଜ ଅଫ୍ ଅଲ୍ ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କେତନ ଗାଏକୱାଡ ।

ଏହି ଅଧିବେଶନ ସମୟରେ ବାଣିଜ୍ୟ ଅର୍ଥର ଡିଜିଟାଲୀକରଣ ଧାରା ଗୁଡିକ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯିବ ଏବଂ ଫାର୍ମଗୁଡିକ, ବିଶେଷ କରି ଏମ୍‌ଏସ୍‌ଏମ୍‌ଇ ଗୁଡିକ ପାଇଁ ବାଣିଜ୍ୟ ଅର୍ଥକୁ ସୁଗମ କରିବା କ୍ଷେତ୍ରରେ ଏହା କିପରି ନୂତନତା ଏବଂ ଦକ୍ଷତାକୁ ତ୍ୱରାନ୍ୱିତ କରିପାରିବ ସେ ସମ୍ପର୍କରେ ଆଲୋଚନା ହେବ । ଏହି ଆଲୋଚନାରେ ସାମ୍ପ୍ରତିକ ଏବଂ ଉଦୀୟମାନ ଫିନଟେକ୍ ସମାଧାନ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯିବ, ଯାହା ଅନୁକୂଳିତ ଋଣ ସମ୍ପର୍କରେ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ସହିତ ଏମ୍‌ଏସ୍‌ଏମ୍‌ଇ ପାଇଁ ବାଣିଜ୍ୟ ଅର୍ଥ ଯୋଗାଣକୁ ବୃଦ୍ଧି କରିପାରିବ । କେତେକ ନିର୍ଦ୍ଦିଷ୍ଟ ଆଲୋଚନାରେ ନିମ୍ନୋକ୍ତ ବିଷୟ ଅନ୍ତର୍ଭୁକ୍ତ ହେବ :

 ୧. ବାଣିଜ୍ୟ ପାରିବେଶିକ ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ନବୀକରଣ କରିବା ପାଇଁ ଉନ୍ନତ ଜ୍ଞାନକୌଶଳର ନବୀକରଣ ନିମନ୍ତେ ଅନେକ ହିତାଧିକାରୀ ମାନଙ୍କ ସହ କାର୍ଯ୍ୟ କରି ବାଣିଜ୍ୟ ଅର୍ଥକୁ ଡିଜିଟାଲୀକରଣ କରିବାର ଆବଶ୍ୟକତା ।

 ୨. କାର୍ଯ୍ୟାନ୍ୱୟନ ସମୟ ଏବଂ ମୂଲ୍ୟ ହ୍ରାସ କରିବା ପାଇଁ ଏମ୍‌ଏସ୍‌ଏମ୍‌ଇ ଗୁଡିକର ଡିଜିଟାଲୀକରଣ ପରିସର, ଏବଂ ସ୍ୱଳ୍ପ ମୂଲ୍ୟର କିମ୍ବା ଏକକ କାରବାର ପାଇଁ ଅର୍ଥ ଯୋଗାଣରେ ନୂତନତ୍ୱକୁ ପ୍ରୋତ୍ସାହିତ କରିବା, କାରଣ ଉଚ୍ଚ ମୂଲ୍ୟର ସେବା ଏବଂ ସାଇବର ସୁରକ୍ଷା ବିପଦ ହ୍ରାସ କୌଶଳର ମୂଲ୍ୟ ହେତୁ ପ୍ରମୁଖ ପ୍ରତିବନ୍ଧକ ସୃଷ୍ଟି ହୁଏ ।

୩. ଆର୍ଥିକ ଟେକ୍ନୋଲୋଜି ଗୁଡିକରେ, ଯେପରିକି ନେଟୱର୍କ ତଥ୍ୟ, ରିଅଲ୍‌- ଟାଇମ୍ ଦେୟ ବ୍ୟବହାର, ସାସ୍ ଆଧାରିତ ଟେକ୍ନୋଲୋଜି ଏବଂ ଅପ୍ଟିକାଲ୍ କ୍ୟାରେକ୍ଟର ରେକଗନେସନ ଭଳି ଉଦୀୟମାନ ସମାଧାନ ।

SSP



(Release ID: 1911298) Visitor Counter : 159