ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ଡିଡିୟୁ-ଜିକେୱାଇ ଅଧୀନରେ 31,000 ରୁ ଅଧିକ ଚାକିରି ଗ୍ରାମାଞ୍ଚଳରେ ସୃଷ୍ଟି ହେବାକୁ ଯାଉଛି



ଆରଟିଡି (ନିଯୁକ୍ତି, ତାଲିମ୍ ଏବଂ ନିୟୋଜନ) ମଡେଲ ଅଧୀନରେ 19 କ୍ୟାପ୍ଟିଭ୍ ନିଯୁକ୍ତିଦାତାଙ୍କ ସହିତ ଏମଓୟୁ ସ୍ୱାକ୍ଷର କରିବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ଯେଉଁମାନେ ଦିନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ-ଜିକେୱାଇ) ଅଧୀନରେ ତାଲିମ ପାଇଥିଲେ ସେମାନଙ୍କ ମଧ୍ୟରୁ କିଛି ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ଶ୍ରୀ ଗିରିରାଜ ସିଂ

Posted On: 27 MAR 2023 3:05PM by PIB Bhubaneshwar

ଗ୍ରାମାଞ୍ଚଳରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ 19 ଜଣ କ୍ୟାପ୍ଟିଭ୍ ନିଯୁକ୍ତିଦାତାଙ୍କ ସହ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରୁଛନ୍ତି । ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅଧୀନରେ ଗ୍ରାମାଞ୍ଚଳର 31,067 ଗରିବ ଯୁବକଙ୍କୁ ତାଲିମ ଏବଂ ଉପଯୁକ୍ତ ନିଯୁକ୍ତି ପ୍ରଦାନ କରିବାର ଲକ୍ଷ୍ୟ ରହିଛି । ଏଥିରେ ସର୍ବନିମ୍ନ ବେତନ ପ୍ରତି ମାସରେ 10,000 ଟଙ୍କା ଯାହାକି ସର୍ବନିମ୍ନ 6 ମାସ ପାଇଁ ରହିଛି। 

ଆସନ୍ତାକାଲି ନୂଆଦିଲ୍ଲୀରେ ହେବାକୁ ଥିବା ବୁଝାମଣା ପତ୍ର ସ୍ୱାକ୍ଷର ସମାରୋହରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ସେ ଡିଡିୟୁ-ଜିକେୱାଇ ଅଧୀନରେ ତାଲିମ ପାଇଥିବା ଏବଂ କ୍ୟାପଟିଭ୍ ନିଯୁକ୍ତିଦାତାମାନଙ୍କ ସହିତ ନିଯୁକ୍ତି ଲାଭ କରିଥିବା ଅଳ୍ପ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ବଣ୍ଟନ କରିବେ |

ଶ୍ରୀ ଗିରିରାଜ ସିଂଙ୍କ ନିର୍ଦ୍ଦେଶକୁ ଆଧାର କରି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଡିଡିୟୁ-ଜିକେୱାଇ ଅଧୀନରେ କ୍ୟାପ୍ଟିଭ୍ ରୋଜଗାର ନିର୍ଦ୍ଦେଶାବଳୀ ଆରମ୍ଭ କରିଛି । ଏହା ସୁନିଶ୍ଚିତ କରିବ ​ଯେ ପ୍ରାର୍ଥୀମାନେ ଶିଳ୍ପ ଆବଶ୍ୟକତା ଅନୁଯାୟୀ ତାଲିମ ପ୍ରାପ୍ତ ଏବଂ ନିଯୁକ୍ତି ପାଇଛନ୍ତି। କ୍ୟାପ୍ଟିଭ୍ ଏମ୍ପ୍ଲୟମେଣ୍ଟ୍ ମଡେଲ୍ ନିଯୁକ୍ତିଦାତାଙ୍କୁ ଗ୍ରାମୀଣ ଯୁବକମାନଙ୍କୁ ଚୟନ କରିବା, ଦକ୍ଷତା ପ୍ରଦାନ କରିବା ଏବଂ ଏହାର ଏକ ପ୍ରତିଷ୍ଠାନ / ସହାୟକ ସଂସ୍ଥା / ସହାୟକ କମ୍ପାନୀରେ ନିୟୋଜିତ କରିବାକୁ ସୁଯୋଗ ପ୍ରଦାନ କରିଥାଏ। 

ଗୋଟିଏ ପଟେ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆରଟିଡି (ନିଯୁକ୍ତି, ତାଲିମ ଏବଂ ନିୟୋଜନ) ମଡେଲକୁ ବିକଶିତ କରାଯାଇଛି ଏବଂ ଅନ୍ୟ ପଟେ ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ସ୍ଥାୟୀ ସ୍ଥାନ ସୁନିଶ୍ଚିତ କରାଯାଇଛି। ଶିଳ୍ପ, ସରକାରୀ ଏବଂ ଗ୍ରାମୀଣ ଗରିବ ଯୁବକମାନଙ୍କ ପାଇଁ ଏହି ମଡେଲ୍ ଅତ୍ୟନ୍ତ ସହାୟକ ହେବ। ଶିଳ୍ପ ନିଜ ଆବଶ୍ୟକତା ଅନୁଯାୟୀ ଚାକିରି ସ୍ଥାନରେ ଅଧିକ ପ୍ରତ୍ୟକ୍ଷ ତାଲିମ୍ ପ୍ରଦାନ କରିବାରେ ସକ୍ଷମ ହେବ ଏବଂ ଏହା ସହିତ ଗ୍ରାମାଞ୍ଚଳର ଗରିବ ଯୁବକ ପ୍ରାର୍ଥୀଙ୍କ ପାଇଁ ସରକାର ଅଧିକ ସମୟ (ସର୍ବନିମ୍ନ ଛଅ ମାସ) ନିଶ୍ଚିତ କରିବେ।

କ୍ୟାପ୍ଟିଭ୍ ଏମ୍ପ୍ଲୟମେଣ୍ଟ୍ ଗାଇଡଲାଇନଗୁଡିକ ଡିଡିୟୁ-ଜିକେୱାଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଶିଳ୍ପଗୁଡିକୁ ଦିଆଯାଇଥିବା ସୁବିଧା ଯୋଗୁଁ ଶିଳ୍ପର ପ୍ରତ୍ୟକ୍ଷ ଯୋଗଦାନ ବୃଦ୍ଧି ହେବ ଯାହା ଦ୍ବାରା ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ବହୁ ପରିମାଣର ନିଯୁକ୍ତି ସୁନିଶ୍ଚିତ ହେବ। କ୍ୟାପ୍ଟିଭ୍ ନିଯୁକ୍ତିଦାତାଙ୍କୁ ପ୍ରଦାନ କରାଯାଇଥିବା ସୁବିଧାଗୁଡ଼ିକ ମଧ୍ୟରୁ ଅଳ୍ପ କିଛି ହେଉଛି: ଲକ୍ଷ୍ୟ ଆବଣ୍ଟନରେ ସର୍ବୋଚ୍ଚ ପ୍ରାଥମିକତା, କାର୍ଯ୍ୟଦକ୍ଷତା ବ୍ୟାଙ୍କ ଗ୍ୟାରେଣ୍ଟି ଛାଡ, ଗୁଣାତ୍ମକ ମୂଲ୍ୟାଙ୍କନ ପ୍ରକ୍ରିୟା ଏବଂ ଦେୟ ଛାଡ, ତାଲିମ କେନ୍ଦ୍ରର ଅନୁଧ୍ୟାନ ଏବଂ ଡିଡିୟୁ-ଜିକେୱାଇ ର ଅନ୍ୟାନ୍ୟ ନିର୍ଦ୍ଦେଶଗୁଡ଼ିକ ପାଇଁ କାର୍ଯ୍ୟକୁ ସହଜ କରିବା | ଶିଳ୍ପଗୁଡିକ, 3 ବର୍ଷ ଅବଧି ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସହିତ ବୁଝାମଣା ପତ୍ର ସହିତ ଶିଳ୍ପରେ ମଧ୍ୟ ତାଲିମପ୍ରାପ୍ତ ମାନବ ସମ୍ବଳ ପାଇପାରିବେ ଯାହା କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ସହିତ, ସରକାରୀ ତାଲିମ ମୂଲ୍ୟ ହ୍ରାସ କରିପାରେ। 

ତେବେ, ପ୍ରତିବଦଳରେ, ସମସ୍ତ ତାଲିମ ପ୍ରାପ୍ତ ପ୍ରାର୍ଥୀଙ୍କୁ କ୍ୟାପ୍ଟିଭ୍ (ଇନ୍-ହାଉସ୍) ସ୍ଥାନିତ କରିବ ଏବଂ ସର୍ବନିମ୍ନ 70% ତାଲିମ ପ୍ରାପ୍ତ ପ୍ରାର୍ଥୀଙ୍କୁ 6 ମାସ ଅବଧି ପାଇଁ ସର୍ବନିମ୍ନ ବେତନ ଟ.10,000 ପ୍ରଦାନ କରିବା ଆବଶ୍ୟକ ଓ 6 ମାସରୁ ଅଧିକ ତାଲିମ ପାଠ୍ୟକ୍ରମ ପାଇଁ ଏହା ଟ.12,000 ରହିଛି।  

ଡିଡିୟୁ-ଜିକେୱାଇ ର ମୌଳିକ ଉଦ୍ଦେଶ୍ୟ ହେଉଛି ଦକ୍ଷତା ପ୍ରଦାନ ପରେ ଗ୍ରାମୀଣ ଯୁବକମାନଙ୍କୁ ସ୍ଥାୟୀ ଭାବରେ ଉପଯୁକ୍ତ ନିଯୁକ୍ତି ପ୍ରଦାନ କରିବା ତେଣୁ 2020 ମସିହାରେ ଅନ୍ତୋଦୟ ଦିବସ ଅବସରରେ କ୍ୟାପଟିଭ୍ ନିଯୁକ୍ତିକୁ ପରିକଳ୍ପନା କରାଯାଇଚି ଓ ଶୁଭାରମ୍ଭ କରାଯାଇଛି। 

BS



(Release ID: 1911262) Visitor Counter : 121