ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଭାରତରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୯.୭୯ କୋଟି ରାଶନ କାର୍ଡ ଡିଜିଟାଇଜ୍ ହୋଇଛି


ଇପିଓଏସ୍ ଯନ୍ତ୍ର ସ୍ଥାପନ କରି ସୁଲଭ ମୂଲ୍ୟ ଦୋକାନଗୁଡିକରେ ଶତ ପ୍ରତିଶତ ସ୍ୱୟଂକ୍ରିୟତା ହାସଲ କରାଯାଇଛି

୨୭ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଭିଟାମିନ୍ ଯୁକ୍ତ ଚାଉଳ (ଫର୍ଟିଫାଏଡ୍ ରାଇସ) ଯୋଗାଇ ଦେଉଛନ୍ତି

Posted On: 24 MAR 2023 5:45PM by PIB Bhubaneshwar

କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ସ୍ୱାଧ୍ୱୀ ନିରଞ୍ଜନ ଜ୍ୟୋତି ଆଜି ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ଏଯାବତ୍ ଦେଶରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍‌ଏଫଏସ୍‌ଏ) ଅଧୀନରେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ୧୯କୋଟି ୭୯ଲକ୍ଷ ରାଶନ କାର୍ଡ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସଂସ୍କାର ବଳରେ ଡିଜିଟାଇଜ ହୋଇଛି । ଏହା ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ନିଜର ସ୍ୱଚ୍ଛତା ପୋର୍ଟାଲ /ପିଡିଏସ୍ ପୋର୍ଟାଲ ବିକଶିତ କରିସାରିଛନ୍ତି।

 ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ସଂସ୍କାର ଅଧୀନରେ ସୁଲଭ ମୂଲ୍ୟ ଦୋକାନ (ଏଫପିଏସ୍‌ଏସ୍‌) ଗୁଡିକର ପ୍ରାୟ ଶତ ପ୍ରତିଶତ ସ୍ୱୟଂକ୍ରିୟ (ଅଟୋମେସନ୍‌) ହୋଇଛି । ଅନ୍ୟ ଅର୍ଥରେ ୫. ୩୪ଲକ୍ଷ ଇଲେକ୍‌ଟ୍ରୋନିକ୍ସ ପଏଣ୍ଟ ଅଫ ସେଲ (ଇପିଓଏସ୍‌) ଯନ୍ତ୍ର ସ୍ଥାପନ କରାଯାଇ ସମ୍ପୃକ୍ତ ସୁଲଭମୂଲ୍ୟ ଦୋକାନଗୁଡିକୁ ସ୍ୱୟଂକ୍ରିୟ କରାଯାଇଛି । 

ଦେଶରେ ମୋଟ ସୁଲଭ ମୂଲ୍ୟ ଦୋକାନ ସଂଖ୍ୟା ୫.୩୫ ଲକ୍ଷ । ଏସବୁ ଦୋକାନରେ ଇପିଓଏସ୍ ସ୍ଥାପନ ଦ୍ୱାରା ହିତାଧିକାରୀଙ୍କ ବାୟୋମେଟ୍ରିକ୍ସ ଚିହ୍ନଟ ସୁଗମ ହୋଇପାରିଛି । ସେମାନଙ୍କ କାରବାର ସଂକ୍ରାନ୍ତ ତଥ୍ୟ ମଧ୍ୟ ଏହି ମେସିନରେ ଲିପିବଦ୍ଧ ହୋଇ ରହୁଛି । ଏହା ଫଳରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନର କାର୍ଯ୍ୟକାରିତା କ୍ଷେତ୍ରରେ ତ୍ରୁଟି ବିଚ୍ୟୁତିର ଅବକାଶ ରହୁନାହିଁ ଏବଂ ନିର୍ଭୁଲ ଏହାକାର୍ଯ୍ୟକାରୀ ହେଉଛି । ଦେଶରେ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ମୋଟ ଖାଦ୍ୟଶସ୍ୟର ୯୫% ଇପିଓଏସ୍ ଯନ୍ତ୍ର ମାଧ୍ୟମରେ ପ୍ରଦାନ କରାଯାଇଛି । ଏଥି ପାଇଁ ପ୍ରଥମେ ହିତାଧିକାରୀଙ୍କ ବାୟୋମେଟ୍ରିକ୍ସ/ଆଧାର ଆଦିକୁ ପରୀକ୍ଷା କରି ଦେଖାଯାଉଛି । ଏହା ଫଳରେ ଖାଦ୍ୟଶସ୍ୟ ଯୋଗାଣରେ ଭୁଲଭଟକା ବା ବାଟମାରଣାର ଅବକାଶ ରହୁନାହିଁ । 

ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିଡିଏସ୍‌)ରେ ସରକାର ଭିଟାମିନ୍ ଯୁକ୍ତ (ଫର୍ଟିଫାଏଡ) ଚାଉଳ ବଣ୍ଟନକୁ ଅନୁମତି ପ୍ରଦାନ କରୁଛନ୍ତି । ଏହି ଚାଉଲ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଓ ଅନ୍ୟାନ୍ୟ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଛି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୪ରୁ ଏହି ଚାଉଳ ମିଳିବ । ପର୍ଯ୍ୟାୟ କ୍ରମେ ଭାରତ ସରକାର ଏହା ଯୋଗାଇ ଦେଉଛନ୍ତି । ଏଥିପାଇଁ ତିନିଟି ପର୍ଯ୍ୟାୟ ରହିଛି ।

 ପର୍ଯ୍ୟାୟ -୧ରେ-ଭାରତ ସରକାର ଏହାକୁ ଆଇସିଡିଏସ୍ ଓ ପିଏମ୍ ପୋଷଣ ଯୋଜନାରେ ୨୦୨୨ ସୁଦ୍ଧା ସମଗ୍ର ଦେଶରେ ଯୋଗାଇ ଦେଇଥିଲେ । 

ପର୍ଯ୍ୟାୟ-୨ରେ -ପ୍ରଥମ ପର୍ଯ୍ୟାୟ ସହିତ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା, ବିଶେଷକରି ଦେଶର ମୋଟ ୨୯୧ ଆକାଂକ୍ଷୀ ଜିଲ୍ଳା ଓ ସମସ୍ୟା ବହୁଳ ଜିଲ୍ଲାରେ ମାର୍ଚ୍ଚ ୨୦୨୩ ସୁଦ୍ଧା ଯୋଗାଇ ଦିଆଯାଇଥିଲା ।

ପର୍ଯ୍ୟାୟ ୩ରେ-ପର୍ଯ୍ୟାୟ ୨ ସମେତ ଦେଶରେ ବାକିଥିବା ଅବଶିଷ୍ଟ ଜିଲ୍ଲାରେ ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । 

ବର୍ତ୍ତମାନ ୨୭ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ଟିପିଡିଏସ୍ ବ୍ୟବସ୍ଥାରେ ଫର୍ଟିଫାଏଡ୍ ଚାଉଳ ମିଳୁଛି । ୨୦୨୩ ମାର୍ଚ୍ଚ ୦୫ ତାରିଖ ସୁଦ୍ଧା ପ୍ରାୟ ୯୫.୭୨ ଲକ୍ଷ ମେଟ୍ରିକ ଟନ୍ ଫର୍ଟିଫାଏଡ ଚାଉଳ ଟିପିଡିଏସ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ସୁଶ୍ରୀ ସ୍ୱାଧ୍ୱୀ କହିଛନ୍ତି । 

ସେ ଆହୁରି କହିଛନ୍ତି ଯେ ପ୍ରାୟ ୧୦୦ ଶତାଂଶ ସୁଲଭ ମୂଲ୍ୟ ଦୋକାନରେ ଇଲେକ୍‌ଟ୍ରୋନିକ୍ ସେଲ ପଏଣ୍ଟ ରହିଛି । ଏହା ଦ୍ୱାରା ଆଧାରକୁ ପରୀକ୍ଷା କରି ହିତାଧିକାରୀଙ୍କ ପରିଚୟ ସୁନିଶ୍ଚିତ କରାଯାଉଛି ଓ ପ୍ରକୃତ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଛି । ଏହାର କାର୍ଯ୍ୟକାରିତାରେ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ । 

 

*****

TKM/SLP



(Release ID: 1910507) Visitor Counter : 67


Read this release in: English , Urdu , Tamil , Telugu