ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସବୁ କ୍ଷେତ୍ରରେ ମହିଳାମାନଙ୍କ ଉପଲବ୍ଧି ଅମୃତ କାଳର ସ୍ୱପ୍ନ ସାକାର ପାଇଁ ଆମକୁ ବିଶ୍ୱାସ ଦେଇଛି: ପ୍ରଧାନମନ୍ତ୍ରୀ

Posted On: 16 MAR 2023 6:05PM by PIB Bhubaneshwar

ଭାରତୀୟ ମହିଳାମାନଙ୍କ ଉପଲବ୍ଧିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏସବୁ ଉପଲବ୍ଧି ନାରୀ ଶକ୍ତିଙ୍କ ଆତ୍ମବିଶ୍ୱାସର ପରିଣାମ । ଏହି ଉପଲବ୍ଧିଗୁଡିକ ଅମୃତ କାଳର ସଂକଳ୍ପ ସାକାର ପାଇଁ ଆମକୁ ଭରସା ଦେଇଛି ।

ପ୍ରଧାନମନ୍ତ୍ରୀ, ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ମହିଳା ଲୋକୋ ପାଇଲଟ ଶ୍ରୀମତୀ ସୁରେଖା ଯାଦବଙ୍କ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି ।   

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହା ନୂଆ ଭାରତର ନାରୀଶକ୍ତିର ଆତ୍ମବିଶ୍ୱାସ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜି ମହିଳାମାନେ ଯେଉଁ ଉପଲବ୍ଧି ହାସଲ କରୁଛନ୍ତି, ତାହା ଅମୃତକାଳରେ ଦେଶର ସଂକଳ୍ପଗୁଡିକୁ ସାକାର ପାଇଁ ବିଶ୍ୱାସ ପ୍ରଦାନ କରୁଛି ।

 

SR



(Release ID: 1907676) Visitor Counter : 106