ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିଜ ଆଗାମୀ କର୍ଣ୍ଣାଟକ ଗସ୍ତର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
14 MAR 2023 8:37AM by PIB Bhubaneshwar
ଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କର୍ଣ୍ଣାଟକରେ ରହିବେ ।
ସେ ଟ୍ୱିଟ କରିଛନ୍ତି;
“ମାଣ୍ଡ୍ୟା ଓ ହୁବଲି- ଧାରୱାଡରେ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆସନ୍ତାକାଲି, ମାର୍ଚ୍ଚ ୧୨ରେ କର୍ଣ୍ଣାଟକରେ ଉପସ୍ଥିତ ରହିବି । ୧୬ ହଜାର କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନ ହେବ ।”
https://www.pib.gov.in/PressReleseDetail.aspx?PRID=1905535
“ମାଣ୍ଡ୍ୟାରୁ ଆସନ୍ତାକାଲି, ମାର୍ଚ୍ଚ ୧୨ରେ ବେଙ୍ଗଲୁରୁ- ମୈସୁରୁ ଏକ୍ସପ୍ରେସୱେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ । ମୈସୁରୁ- କୁଶଲନଗର ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହି ପ୍ରକଳ୍ପଗୁଡିକ ଦ୍ୱାରା କନେକ୍ଟିଭିଟି ଓ ସାମାଜିକ-ଆର୍ଥିକ ପ୍ରଗତି ପ୍ରୋତ୍ସାହିତ ହେବ ।”
“ହୁବଲି- ଧାରୱାଡରେ ବିକାଶମୂଳକ କାର୍ଯ୍ୟରେ ବିଭିନ୍ନ କ୍ଷେତ୍ର ସାମିଲ ରହିଛି । ଆଇଆଇଟି ଧାରୱାଡ ଓ ବିଶ୍ୱର ଦୀର୍ଘତମ ରେଳବାଇ ପ୍ଲାଟଫର୍ମ ଶ୍ରୀ ସିଦ୍ଧରୁଦ୍ଧା ସ୍ୱାମୀଜୀ ହୁବଲି ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରାଯିବ । ଏକ ଜଳ ଯୋଗାଣ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ।”
“କର୍ଣ୍ଣାଟକରେ ବିକାଶ ପ୍ରକଳ୍ପ ସମ୍ପର୍କରେ ସାଂସଦ ପ୍ରତାପ ସିମହାଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆମ ସରକାର କନେକ୍ଟିଭିଟି ଓ ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହନ ଦେବାକୁ କାର୍ଯ୍ୟ କରୁଛି । ମୈସୁରୁ ଓ ବେଙ୍ଗଲୁରୁ ମଧ୍ୟରେ ଏକ୍ସପ୍ରେସୱେ ଏହି ଦିଗରେ ଏକ ପଦକ୍ଷେପ ।”
ସେ ଟ୍ୱିଟ କରିଛନ୍ତି;
"ನಮ್ಮ ಸರ್ಕಾರ ಸಂಪರ್ಕ ಮತ್ತು ಆರ್ಥಿಕ ಪ್ರಗತಿಗೆ ಉತ್ತೇಜನ ನೀಡುವತ್ತ ಕೆಲಸ ಮಾಡುತ್ತಿದೆ. ಮೈಸೂರು ಮತ್ತು ಬೆಂಗಳೂರು ನಡುವಿನ ಹೆದ್ದಾರಿ ಮಾರ್ಗ ಆ ದಿಕ್ಕಿನತ್ತ ಹೆಜ್ಜೆಯಾಗಿದೆ."
ପୁନଃବିକଶିତ ହୋସପେଟ ରେଳଷ୍ଟେସନ ସମ୍ପର୍କରେ ଡିଡି ନ୍ୟୁଜର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ହୋସପେଟବାସୀଙ୍କୁ ଶୁଭେଚ୍ଛା । ସାଂସ୍କୃତିକ ସମ୍ପର୍କ ସହ କନେକ୍ଟିଭିଟି ଓ ବାଣିଜ୍ୟକୁ ପ୍ରୋତ୍ସାହନ ।”
ଧାରୱାଡ ସହ ସମ୍ପର୍କିତ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆସନ୍ତାକାଲି ନୂଆ କାମ ଆରମ୍ଭ ହେବ ଯାହା ହୁବଲି- ଧାରୱାଡବାସୀଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରୋତ୍ସାହିତ କରିବ ।”
SR
(Release ID: 1906610)
Visitor Counter : 180
Read this release in:
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam