ଅର୍ଥ ମନ୍ତ୍ରଣାଳୟ

୧୦ମାର୍ଚ୍ଚ ୨୦୨୩ ସୁଦ୍ଧା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସ ସଂଗ୍ରହ


୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପରିମାଣ ୧୬.୬୮ଲକ୍ଷ କୋଟି ଟଙ୍କା: ପୂର୍ବବର୍ଷ ତୁଳନାରେ ଏହା ୨୨.୫୮% ଅଧିକ

ନିଟ୍ ଟିକସ ସଂଗ୍ରହ ପରିମାଣ ୧୩.୭୩ ଲକ୍ଷ କୋଟି ଟଙ୍କା ; ପୂର୍ବ ବର୍ଷ ତୁଳନାରେ ଏହା ୧୬. ୭୮% ଅଧିକ

ଟିକସଦାତାଙ୍କୁ ୨. ୯୫ ଲକ୍ଷ କୋଟି ଟଙ୍କାର ଅର୍ଥ ଫେରସ୍ତ (ରିଫଣ୍ଡ) ଦିଆଯାଇଛି; ଏହି ରିଫଣ୍ଡ ହାର ତା’ ପୂର୍ବ ବର୍ଷ ତୁଳନାରେ ୫୯.୪୪% ଅଧିକ

Posted On: 11 MAR 2023 12:14PM by PIB Bhubaneshwar

୨୦୨୩ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ଦେଶରେ ସଂଗୃହୀତ ହୋଇଥିବା ପ୍ରତ୍ୟକ୍ଷ ଟିକସ ପରିମାଣରେ ନିରନ୍ତର ଅଭିବୃଦ୍ଧି ଘଟିଛି । ଚଳିତ ବର୍ଷ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପରିମାଣ ୧୬.୬୮ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ପୂର୍ବ ବର୍ଷର ଏହି ସମୟରେ ସଂଗୃହୀତ ପ୍ରତ୍ୟକ୍ଷ ଟିକସ ଠାରୁ ଏହା ୨୨.୫୮% ଅଧିକ । ପ୍ରତ୍ୟକ୍ଷ ଟିକସ ସଂଗ୍ରହ, ନିଟ୍ ରିଫଣ୍ଡ ପରିମାଣ ବାଦଯିବା ପରେ ୧୩. ୭୩ ଲକ୍ଷ କୋଟି ଟଙ୍କା ହୋଇଛି ଏବଂ ଏହା ଗତବର୍ଷର ଏହି ସମୟରେ ନିଟ ସଂଗ୍ରହ ଠାରୁ ୧୬.୭୮ଶତାଂଶ ଅଧିକ । ଏହି ସଂଗ୍ରହ ମୋଟ ବଜେଟ୍ ଆକଳନର ୯୬.୬୭% ଏବଂ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ପ୍ରତ୍ୟକ୍ଷ ଟିକସ ଆକଳନର ୮୩.୧୯% । 

ଏଯାବତ୍ କର୍ପୋରେଟ ଓ ବ୍ୟକ୍ତିଗତ ଆୟକରର ଅଭିବୃଦ୍ଧି ମୋଟ ରାଜସ୍ୱ ସଂଗ୍ରହ ହିସାବରେ ଯଥାକ୍ରମେ ୧୮.୦୮% ଓ ୨୭.୫୭% ବଢିଛି । ରିଫଣ୍ଡକୁ ହିସାବରେ ମଡାଣ କରିବା ପରେ କର୍ପୋରେଟ ଆୟକରର ନିଟ୍ ଅଭିବୃଦ୍ଧି ୧୩. ୬୨% ଓ ବ୍ୟକ୍ତିଗତ ଆୟକରର ଅଭିବୃଦ୍ଧି ୨୦.୭୩% ହୋଇଛି ।

ଅଗ୍ରିମ ଟିକସ ଆକାରରେ ଟିକସଦାତାଙ୍କ ଠାରୁ ଯେଉଁ ଅଧିକ ଟିକସ ଆଦାୟ କରାଯାଇଥିଲା ରିଫଣ୍ଡ ଆକାରରେ ତାହା ଫେରାଯାଇଛି । ୨୦୨୨ ଏପ୍ରିଲ ପହିଲାରୁ ୨୦୨୩ ମାର୍ଚ୍ଚ ୧୦ତାରିଖ ମଧ୍ୟରେ ୨. ୯୫ ଲକ୍ଷ କୋଟି ଟଙ୍କା ରିଫଣ୍ଡ ଆକାରରେ ଟିକସଦାତାଙ୍କୁ ଦିଆଯାଇଛି । ପୂର୍ବବର୍ଷ ତୁଳନାରେ ଏହି ରିଫଣ୍ଡ ପରିମାଣ ୫୯.୪୪% ଅଧିକ ।

 

*****

TKM/SLP



(Release ID: 1905974) Visitor Counter : 93