ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବେଙ୍ଗଲୁରୁ ମୈସୁରୁ ଏକ୍ସପ୍ରେସ ୱେ କର୍ଣ୍ଣାଟକର ପ୍ରଗତି ପଥରେ ସହାୟକ ହେବ: ପ୍ରଧାନମନ୍ତ୍ରୀ
Posted On:
10 MAR 2023 8:21AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବେଙ୍ଗଲୁରୁ ମୈସୁରୁ ଏକ୍ସପ୍ରେସୱେ କର୍ଣ୍ଣାଟକର ପ୍ରଗତି ପଥରେ ସହାୟକ ହେବ ।
ଶ୍ରୀ ମୋଦୀ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରିଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇଛନ୍ତି, ଯେଉଁଥିରେ ମନ୍ତ୍ରୀ ବେଙ୍ଗଲୁରୁ ମୈସୁରୁ ଏକ୍ସପ୍ରେସୱେ ପ୍ରକଳ୍ପର ଲକ୍ଷ୍ୟ ଶ୍ରୀରଙ୍ଗପଟନା, କୁର୍ଗ, ଉଟି ଓ କେରଳ ଆଦିକୁ ଗମନାଗମନ ଉନ୍ନତ କରିବା ସହ ସେହି ଅଞ୍ଚଳଗୁଡିକର ପର୍ଯ୍ୟଟନ ଦକ୍ଷତା ବୃଦ୍ଧି କରିବା ବୋଲି ସୂଚନା ଦେଇଥିଲେ ।
କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଏହି ପ୍ରକଳ୍ପରେ ଜାତୀୟ ରାଜପଥ- ୨୭୫ର କିଛି ଅଂଶ ସାମିଲ ରହିବା ସହ ୪ ରେଳବାଇ ଓଭରବ୍ରିଜ, ୯ଟି ଗୁରୁତ୍ୱପୂର୍ଣ୍ଣ ପୋଲ, ୪୦ଟି ଛୋଟ ପୋଲ ଓ ୮୯ଟି ଅଣ୍ଡରପାସ ଏବଂ ଓଭରପାସ ସାମିଲ ରହିଛି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏକ ଗୁରୁତ୍ୱପୂର୍ଣ୍ଣ କନେକ୍ଟିଭିଟି ପ୍ରକଳ୍ପ ଯାହା କର୍ଣ୍ଣାଟକର ପ୍ରଗତି ପଥରେ ସହାୟକ ହେବ ।”
SR
(Release ID: 1905680)
Visitor Counter : 68
Read this release in:
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam