ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ପ୍ୟାରିସ୍ ଅଲମ୍ପିକ୍ 2024 ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମିତିର ପ୍ରଥମ ବୈଠକ ; ଆଇଓଏ ଏବଂ ଏମୱାଇଏଏସ୍ ର ପ୍ରତିନିଧିମାନେ ଭାଗ ନେଇଛନ୍ତି

Posted On: 06 MAR 2023 5:07PM by PIB Bhubaneshwar

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ତଥା ଯୁବ ବ୍ୟାପାର ଏବଂ କ୍ରୀଡ଼ା କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଯୁବ କାର୍ଯ୍ୟକ୍ରମ ଏବଂ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ଏମଓଏସ୍) ଶ୍ରୀ ନିଶିଥ ପ୍ରାମାଣିକଙ୍କ ସହିତ ସୋମବାର, 6 ମାର୍ଚ୍ଚରେ ପ୍ୟାରିସ ଅଲମ୍ପିକ 2024 ପାଇଁ ଉଚ୍ଚ ସ୍ତରୀୟ ସମିତିର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଛନ୍ତି। 

ଏହି ବୈଠକରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ (ଏମୱାଇଏଏସ୍), ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ଏସଏଆଇ) ଏବଂ ଭାରତୀୟ ଅଲମ୍ପିକ ସଂଘ (ଆଇଓଏ) ଙ୍କ ପ୍ରତିନିଧିମାନେ ଭାଗ ନେଇଛନ୍ତି। ଏଥିରେ ଆଗାମୀ ବର୍ଷରେ ହେବାକୁ ଥିବା ପ୍ୟାରିସ ଅଲମ୍ପିକର ରୋଡ୍ ମ୍ୟାପ ବିଷୟରେ ବ୍ୟାପକ ଭାବରେ ଆଲୋଚନା ହୋଇଛି। ଏହା ସହିତ ଚଳିତ ବର୍ଷ ହାଙ୍ଗଜୋ ରେ ହେବାକୁ ଥିବା ଏସିଆ କ୍ରୀଡ଼ାର ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରାଗଲା। 

ବୈଠକ ବିଷୟରେ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ, ‘‘ଏସିଆ କ୍ରୀଡ଼ାରେ ଆମର ଖେଳାଳୀମାନଙ୍କର ଉତ୍ତମ ପ୍ରଦର୍ଶନ ଏବଂ ଭାରତ ଦ୍ବାରା ଏହି ବର୍ଷ ହାଙ୍ଗଜୋରେ 

ଏହି ବୈଠକ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, “ଆମର ଖେଳାଳୀମାନେ ଏସୀୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିବେ ଏବଂ ଚଳିତ ବର୍ଷ ହାଙ୍ଗଜୋରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ନିଶ୍ଚିତ କରିବାକୁ ଚେଷ୍ଟା କରାଯାଉଛି। ଆମର ଏମଓସି (ମିଶନ୍ ଅଲିମ୍ପିକ୍ ସେଲ୍) ସଦସ୍ୟମାନେ ଦ୍ୱି-ସାପ୍ତାହିକ ବୈଠକ କରୁଛନ୍ତି ଏବଂ ଦଳଗୁଡିକ ନିୟମିତ ବ୍ୟବଧାନରେ କ୍ରୀଡ଼ାବିତଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଅଗ୍ରଗତି ଯାଞ୍ଚ କରିବା ଏବଂ ସବୁକିଛି ସଠିକ୍ ରହିଥିବା ନିଶ୍ଚିତ କରାଯାଉଛି। ଆଜିର ମୂଲ୍ୟାଙ୍କନ ବୈଠକ ଏହା ଉପରେ ଥିଲା ଏବଂ ଆଜି ଉପସ୍ଥିତ ଥିବା ସମସ୍ତ ହିତାଧିକାରୀ ଏକମତ ହୋଇଥିଲେ ଯେ ଏହି ଏସୀୟ ଗେମ୍ସରେ, ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେବ। ସରକାର ହେଉ କିମ୍ବା କ୍ରୀଡ଼ାବିତ୍ ସମସ୍ତେ ଏସିଆନ୍ ଗେମ୍ସ ପାଇଁ ପ୍ରସ୍ତୁତ ହେବାରେ ସମ୍ପୂର୍ଣ୍ଣ ପ୍ରଚେଷ୍ଟା ଜାରି ରଖିଛନ୍ତି। 

ଚଳିତ ବର୍ଷ ସେପ୍ଟେମ୍ବର 23 ରୁ ଅକ୍ଟୋବର 8 ପର୍ଯ୍ୟନ୍ତ ଚୀନ୍‌ର ହାଙ୍ଗଜୋରେ ଏସିଆନ୍ ଗେମ୍ସ ଅନୁଷ୍ଠିତ ହେବାକୁ ଥିବାବେଳେ ଅଲିମ୍ପିକ୍ ଗେମ୍ସ 26 ଜୁଲାଇ 2024 ରୁ 11 ଅଗଷ୍ଟ 2024 ପର୍ଯ୍ୟନ୍ତ ଆସନ୍ତା ବର୍ଷ ଫ୍ରାନ୍ସର ପ୍ୟାରିସରେ ଅନୁଷ୍ଠିତ ହେବାକୁ ଯାଉଛି।

BS



(Release ID: 1904739) Visitor Counter : 86