ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେନ୍ଦ୍ର ଓଏମ୍‌ଏସ୍‌ଏସ୍ (ଘ) ୨୦୨୩ ଅଧୀନରେ ୫୦ ଏଲ୍‌ଏମ୍‌ଟି ଗହମ ଖାଲି କରିବା ପାଇଁ ଘୋଷଣା କରିଛି

Posted On: 22 FEB 2023 2:07AM by PIB Bhubaneshwar

ପୂର୍ବ ବର୍ଷ ପରି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଓଏମ୍‌ଏସ୍‌ଏସ୍ (ଘ) ୨୦୨୩ ଅଧୀନରେ ଖୋଲା ବଜାରରେ ଅତିରିକ୍ତ ପରିମାଣର ୨୦ ଏଲ୍‌ଏମ୍‌ଟି ଗହମକୁ ଅଟା ମିଲ୍ / ଘରୋଇ ବ୍ୟବସାୟୀ / ଅଧିକ ପରିମାଣରେ କ୍ରୟ କରୁଥିବା କ୍ରେତା / ଗହମ ଉତ୍ପାଦ ପ୍ରସ୍ତୁତ କରୁଥିବା ଉତ୍ପାଦନକାରୀଙ୍କୁ ଇ- ନିଲାମ ମାଧ୍ୟମରେ ଖାଲି କରିବା ପାଇଁ ବିକ୍ରି କରିପାରେ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣୁ, ଏ ପର୍ଯ୍ୟନ୍ତ ୫୦ ଏଲଏମ୍‌ଟି  (୩୦ + ୨୦ ଏଲ୍‌ଏମ୍‌ଟି) ଗହମ  ଓଏମ୍‌ଏସ୍‌ଏସ୍ (ଘ) ୨୦୨୩ ଅଧୀନରେ ଖାଲି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆରକ୍ଷିତ ମୂଲ୍ୟ ହ୍ରାସ ସହିତ ୨୦ ଏଲ୍‌ଏମ୍‌ଟି ଗହମକୁ ଅତିରିକ୍ତ ଖାଲି କରାଯିବା ଗହମ ଏବଂ ଗହମ ଉତ୍ପାଦ ଗୁଡିକର ବଜାର ମୂଲ୍ୟ ହ୍ରାସ କରିବାରେ ସାମୂହିକ ଭାବରେ ଗ୍ରାହକମାନଙ୍କ ପାଇଁ ସାହାଯ୍ୟ କରିବ ।

ସଚିବ, ଡିଏଫପିଡି ୨୧.୦୩.୨୦୨୩ ରେ ଭାରତୀୟ ଖାଦ୍ୟ ନିଗମ ଏବଂ ଅଟା ମିଲର ସମୂହ / ସଂଗଠନ / ସଂଘ / ଅଟା, ସୁଜି ଉତ୍ପାଦ ପ୍ରସ୍ତୁତକାରୀଙ୍କ ପ୍ରତିନିଧି ମାନଙ୍କ ସହ ଏକ ଭିଡିଓ କନଫରେନ୍ସ ବୈଠକ କରି ଓଏମ୍‌ଏସ୍‌ଏସ୍ (ଘ) ୨୦୨୩ ଅଧୀନରେ ଚାଲିଥିବା ଦ୍ୱିତୀୟ ନିଲାମରେ ଷ୍ଟକ୍ ଉଠାଇବା ଉପରେ ସମୀକ୍ଷା କରିଥିଲେ । ଏହା ବ୍ୟତୀତ ଅଟା ମିଲଗୁଡିକ ଗହମର ବଜାର ମୂଲ୍ୟ ହ୍ରାସ ସହିତ ଅଟା ଏବଂ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବାକୁ ପରାମର୍ଶ ଦିଆ ଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ କମିଟିର ବୈଠକ ୨୫.୦୧.୨୦୨୩ରେ  ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ସମୀକ୍ଷା କରିବା ପାଇଁ ଅନୁଷ୍ଠିତ ହୋଇଥିଲା । କମିଟି ନିମ୍ନଲିଖିତ ଭାବରେ ମୁକ୍ତ ବଜାର ବିକ୍ରୟ ଯୋଜନା (ଓଏମ୍‌ଏସ୍‌ଏସ୍‌) ମାଧ୍ୟମରେ ଏଫ୍‌ସିଆଇ ଗଚ୍ଛିତ ପରିମାଣରୁ ୩୦ ଏଲ୍‌ଏମ୍‌ଟି ଗହମ ନିଷ୍କାସନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି :

କ) ଏଫ୍‌ସିଆଇ ଦ୍ୱାରା ଅନୁସରଣ କରାଯାଉଥିବା ସାଧାରଣ ପ୍ରକ୍ରିୟା ଅନୁଯାୟୀ ବ୍ୟବସାୟୀ, ଅଟା ମିଲ୍ ଇତ୍ୟାଦିଙ୍କୁ ଇ - ନିଲାମ ମାର୍ଗ ମାଧ୍ୟମରେ ୨୫ ଏଲ୍‌ଏମ୍‌ଟି ପ୍ରଦାନ କରାଯିବ ।  ନିଲାମ ନେବା ପାଇଁ ଆଗ୍ରହୀ ବ୍ୟକ୍ତି / ସଂସ୍ଥାମାନେ ନିଲାମରେ ପ୍ରତି ଅଞ୍ଚଳରେ ସର୍ବାଧିକ ୩୦୦୦ ମେଟ୍ରିକ୍ ଟନ୍ ପରିମାଣ ଗହମ ପାଇଁ ଇ -  ନିଲାମରେ ଅଂଶଗ୍ରହଣ କରି ପାରିବେ ।

ଖ) ଇ - ନିଲାମ ବିନା ରାଜ୍ୟ ସରକାର ମାନଙ୍କୁ ସେମାନଙ୍କର ଯୋଜନା ଗୁଡିକ ପାଇଁ ୧୦,୦୦୦ ମେଟ୍ରିକ୍ ଟନ୍ ହିସାବରେ / ରାଜ୍ୟ ହାରରେ ୨ ଏଲ୍‌ଏମ୍‌ଟି ଲେଖାଏଁ ପ୍ରଦାନ କରାଯିବ ।

ଗ) ଇ - ନିଲାମ ବିନା ସରକାରୀ ପିଏସ୍‌ୟୁ / ସମବାୟ ସମିତି / ସଂଘ ଯେପରିକି କେନ୍ଦ୍ରୀୟ ଭଣ୍ଡାର / ଏନ୍‌ସିସିଏଫ୍ / ନାଫେଡ୍ ଇତ୍ୟାଦିକୁ ୩ ଏଲ୍‌ଏମ୍‌ଟି ଗହମ ପ୍ରଦାନ କରାଯିବ ।

ପରବର୍ତ୍ତୀ  ସମୟରେ, ଏହି ବିଭାଗ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କେନ୍ଦ୍ରୀୟ ଭଣ୍ଡାର / ନାଫେଡ୍ / ଏନ୍‌ସିସିଏଫ୍‌କୁ ସେମାନଙ୍କର ଚାହିଦା ଅନୁସାରେ ୩ ଏଲ୍‌ଏମ୍‌ଟି  ଗହମ ଆବଣ୍ଟନ କରିଥିଲା । କେନ୍ଦ୍ରୀୟ ଭଣ୍ଡାର, ନାଫେଡ୍ ଏବଂ ଏନ୍‌ସିସିଏଫ୍‌କୁ ଯଥାକ୍ରମେ ୧.୩୨ ଏଲ୍‌ଏମ୍‌ଟି, ୧ ଏଲ୍‌ଏମ୍‌ଟି ଏବଂ ୦.୬୮ ଏଲ୍‌ଏମ୍‌ଟି ଗହମ ଆବଂଟିତ  କରା ଯାଇଥିଲା ।

ଆହୁରି ମଧ୍ୟ, ଏନ୍‌ସିସିଏଫ୍ / ନାଫେଡ୍ / କେନ୍ଦ୍ରୀୟ ଭଣ୍ଡାର / ରାଜ୍ୟ ସରକାରଙ୍କୁ ବିକ୍ରୟ ପାଇଁ  ୧୦.୦୨.୨୦୨୩ ରେ ଗହମର ଦର ୨୩.୫୦ ଟଙ୍କା ପ୍ରତି କିଲୋଗ୍ରାମରୁ ୨୧.୫୦ ଟଙ୍କାକୁ (ସର୍ବ ଭାରତୀୟ ସ୍ତରରେ) ହ୍ରାସ କରାଯାଇଛି ।  ସମବାୟ ସମିତି / ସଂଘ ଇତ୍ୟାଦି ସହିତ ସାମୁଦାୟିକ ରୋଷେଇ ଗୃହ / ଚାରିଟେବୁଲ୍ / ଏନଜିଓ ଇତ୍ୟାଦି ଏହି ସର୍ତ୍ତ ଅନୁଯାୟୀ ଗହମକୁ ଅଟାକୁ ରୂପାନ୍ତରିତ କରିବେ ଏବଂ ଏହାକୁ ଗ୍ରାହକ ମାନଙ୍କୁ କିଲୋଗ୍ରାମ୍ ପିଛା ୨୭.୫୦ ଟଙ୍କା ଦରରେ ବିକ୍ରୟ କରିବେ ।

ଆହୁରି ମଧ୍ୟ,  ଗହମ ଏବଂ ଅଟା ମୂଲ୍ୟ ହ୍ରାସ କରିବାକୁ ଖାଦ୍ୟ ଏବଂ ପିଡି ବିଭାଗ ଅର୍ଥ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ୧୦.୦୨.୨୦୨୩ରେ ନିଷ୍ପତ୍ତି ନେଇଛନ୍ତି ଯେ :

କ) ଓଏମ୍‌ଏସ୍‌ଏସ୍ ଅଧୀନରେ ଗହମ ବିକ୍ରୟ ପାଇଁ ଆରକ୍ଷିତ ମୂଲ୍ୟ ଏଫ୍‌ଏକ୍ୟୁ ପାଇଁ ୨୩୫୦ ଟଙ୍କା / କ୍ୱିଂଟାଲ୍ (ସର୍ବ ଭାରତୀୟ ସ୍ତରରେ) ଏବଂ ଆରଏମ୍‌ଏସ୍ ୨୦୨୩ - ୨୪ ସମେତ ସମସ୍ତ ଫସଲର ୟୁଆର୍‌ଏସ୍ ଗହମ ପାଇଁ ୨୩୦୦ ଟଙ୍କା / କ୍ୱିଂଟାଲ୍ (ସର୍ବ ଭାରତୀୟ ସ୍ତରରେ) ହେବ , ଯେଉଁଥିରେ କୌଣସି ପ୍ରକାରର ପରିବହନ ମୂଲ୍ୟ ଉପାଦାନ ଯୋଗ ହେବ ନାହିଁ, ଯାହା ଦେଶର ବିଭିନ୍ନ ଅଂଚଳରେ ସାଧାରଣ ଜନତାଙ୍କୁ ଗହମ ଯୋଗାଣରେ ସାହାଯ୍ୟ କରିବ ।

ଖ) ଇ - ନିଲାମରେ ଅଂଶଗ୍ରହଣ ନକରି ରାଜ୍ୟ ଗୁଡିକୁ ନିଜସ୍ୱ ଯୋଜନା ଗୁଡିକ ପାଇଁ ଏଫ୍‌ସିଆଇରୁ ଗହମ କ୍ରୟ କରିବାକୁ ଅନୁମତି ଦିଆ ଯାଇପାରେ ।

ଓଏମ୍‌ଏସ୍‌ଏସ୍ (ଘ) ନୀତି ୨୦୨୩ ଘୋଷଣା ହେବା ପରେ, ବିଭାଗ ଦେଖିଲା ଯେ ଗହମ ଏବଂ ଅଟା ମୂଲ୍ୟ ହ୍ରାସ ପାଇଛି କିନ୍ତୁ ଜାନୁୟାରୀ ୨୦୨୩ ପାଇଁ ମୁଦ୍ରାସ୍ଫୀତି ସଂଖ୍ୟା ୩ ମାସରେ ଅଧିକ ସ୍ତର ୬.୫୨% ରହିଥିଲା ।  ଖାଦ୍ୟ ଅର୍ଥନୀତିରେ ମୁଦ୍ରାସ୍ଫୀତି ଧାରାକୁ ରୋକିବା ପାଇଁ ବିଭାଗ ୧୭.୦୨.୨୦୨୩ ରେ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଗହମ (ଏଫ୍‌ଏକ୍ୟୁ) ପାଇଁ ଆରକ୍ଷିତ ମୂଲ୍ୟକୁ ୨୧୫୦ ଟଙ୍କା / କ୍ୱିଂଟାଲ ପିଛା (ସର୍ବ ଭାରତୀୟ ସ୍ତରରେ) କୁ ଆହୁରି ହ୍ରାସ କରିବାକୁ ନିଷ୍ପତ୍ତି ନେଲା ଏବଂ ଆର୍‌ଏମ୍‌ଏସ୍ ୨୦୨୩-  ୨୪ସହିତ ଘରୋଇ ପକ୍ଷ ତଥା ରାଜ୍ୟ ସରକାରଙ୍କୁ ସେମାନଙ୍କର ନିଜ ଯୋଜନା ପାଇଁ ସମସ୍ତ ଫସଲର ଗହମ (ୟୁଆର୍‌ଏସ୍‌) ପାଇଁ  ୨୧୨୫ ଟଙ୍କା କ୍ୱିଂଟାଲ୍ ପିଛା ଗହମ ବିକ୍ରୟ କରିବାକୁ ଧାର୍ଯ୍ୟ କଲା ।

***

SSP



(Release ID: 1901211) Visitor Counter : 122