ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନିର୍ମାଣାଧୀନ ବିମାନବନ୍ଦର ପାଇଁ ମଧ୍ୟପ୍ରଦେଶର ରେୱାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 16 FEB 2023 9:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିର୍ମାଣାଧୀନ ବିମାନ ବନ୍ଦର ପାଇଁ ମଧ୍ୟପ୍ରଦେଶର ରେୱାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିମାନବନ୍ଦର ନିର୍ମାଣ ଦ୍ୱାରା ରେୱାବାସୀ ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ଜୀବନ ସହଜ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ରେୱା ସାଂସଦ ଜନାର୍ଦ୍ଦନ ମିଶ୍ରଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବହୁତ-ବହୁତ ଅଭିନନ୍ଦନ । ଏହି ବିମାନ ବନ୍ଦର ନିର୍ମିତ ହେଲେ ରେୱା ଓ ଆଖପାଖର ବାସିନ୍ଦାଙ୍କ ଜୀବନ ସହଜ ହେବ ଓ ସେମାନେ ବିକାଶର ଦ୍ରୁତ ଗତିରେ ସାମିଲ ହୋଇପାରିବେ ।”

 

SR



(Release ID: 1899977) Visitor Counter : 94