ଅର୍ଥ ମନ୍ତ୍ରଣାଳୟ

ରେଳବାଇ ନିମନ୍ତେ ବ୍ୟୟ ଅଟକଳ ୨.୪୦ ଲକ୍ଷ କୋଟି


ଶହେ ପ୍ରମୁଖ ପରିବହନ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ

Posted On: 01 FEB 2023 1:19PM by PIB Bhubaneshwar

କରୋନା ବୈଶ୍ୱିକ ମହାମାରୀ ପରାଭୂତ ହେବାପରେ ଘରୋଇ ନିବେଶ ପୁଣି ବୃଦ୍ଧି ପାଉଛି । ଆଜି (୦୧. ୦୨.୨୦୨୩) ସଂସଦରେ କେନ୍ଦ୍ର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୨୦୨୩-୨୪ କେନ୍ଦ୍ରୀୟ ବଜେଟ ଅଭିଭାଷଣରେ ଏହା ପ୍ରକାଶ କରିଛନ୍ତି ।

ଶେଷ ମାଇଲ ସଂଯୋଗୀକରଣ ସୁନିଶ୍ଚିତ କରିବା

-ପ୍ରମୁଖ ଭିତ୍ତିଭୂମି ତାଲିକାର ଏକ ବିଶେଷଜ୍ଞ କମିଟି ସମୀକ୍ଷା କରିବ ।

ରେଳବାଇ ପାଇଁ ସର୍ବାଧିକ ୨.୪୦ଲକ୍ଷ କୋଟିର ବ୍ୟୟ ଅଟକଳ । 

୧୦୦ଟି ପ୍ରମୁଖ ପରିବହନ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ

୫୦ ଅତିରିକ୍ତ ବିମାନବନ୍ଦର, ହେଲିପୋର୍ଟ, ୱାଟର ଏରୋଡ୍ରୋମ ଓ ଆଗୁଆ ଅବତରଣ ଗ୍ରାଉଣ୍ଡର ସମୀକ୍ଷା ହେବ ।

ପିପିପି ମୋଡରେ ତଟବର୍ତ୍ତୀ ଜାହାଜ ଚଳାଚଳର ବିକାଶ କରାଯିବ ।

ରେଳବାଇ-ଅର୍ଥମନ୍ତ୍ରୀ କହିଛନ୍ତି ଯେ ରେଳବାଇ ପାଇଁ ୨.୪୦ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୧୩-୧୪ରେ ହୋଇଥିବା ବ୍ୟୟବରାଦର ଏହା ନଅଗୁଣ ଅଧିକ ବା ଏପର୍ଯ୍ୟନ୍ତ ରେଳବାଇ କ୍ଷେତ୍ରରେ ସର୍ବାଧିକ ବ୍ୟୟବରାଦ । 

ଲଜିଷ୍ଟିକ ଓ ଆଞ୍ଚଳିକ ସଂଯୋଗୀକରଣ 

ବନ୍ଦର, କୋଇଲା, ଇସ୍ପାତ, ସାର ଓ ଖାଦ୍ୟଶସ୍ୟ କ୍ଷେତ୍ରରେ ଅମୂଳଚୂଳ ସଂଯୋଗୀକରଣ ଲକ୍ଷ୍ୟ ନେଇ ଶହେଟି ପ୍ରମୁଖ ପରିବହନ ଭିତ୍ତିଭୂମି ପ୍ରକଳ୍ପକୁ ଚିହ୍ନଟ କରାଯାଇଛି । ଘରୋଇ କ୍ଷେତ୍ରରୁ ୧୫ହଜାର କୋଟି ସମେତ ମୋଟ ୭୫ହଜାର କୋଟି ଟଙ୍କା ଏ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ନିବେଶ କରାଯିବ । ଆଂଚଳିକ କ୍ଷେତ୍ରକୁ ବିମାନ ସଂଯୋଗ ସୁବିଧା ପାଇଁ ୫୦ଟି ଅତିରିକ୍ତ ବିମାନ ବନ୍ଦର, ହେଲିପୋର୍ଟ, ୱାଟର ଏରୋଡ୍ରୋମ ଓ ଆଗୁଆ ଅବତରଣ କେନ୍ଦ୍ରର ପୁନରୁଦ୍ଧାର କରାଯିବ ବୋଲି ମଧ୍ୟ ଅର୍ଥମନ୍ତ୍ରୀ କହିଛନ୍ତି । 

-ଭିତ୍ତିଭୂମିର ସୁଲଳିତ ପ୍ରମୁଖ ତାଲିକା-

 ଶ୍ରୀମତୀ ସୀତାରମଣ ଆହୁରି କହିଛନ୍ତି ଯେ ଏକ ବିଶେଷଜ୍ଞ କମିଟି ମଧ୍ୟ ଭିତ୍ତିଭୂମିର ସୁଲଳିତ ପ୍ରମୁଖ ତାଲିକାର ସମୀକ୍ଷା କରିବ । କିମିଟି ଅମୃତ କାଳ ନିମନ୍ତେ ଏହାର ପୃଥୀକରଣ ଓ ଆର୍ଥରô୍କ ବ୍ୟବସ୍ଥା ନେଇ ମଧ୍ୟ ସୁପାରିଶ କରିବ ।

*****



(Release ID: 1895514) Visitor Counter : 192