ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାମାଜିକ କ୍ଷେତ୍ରରେ ସରକାରୀ ବ୍ୟୟରେ ଉଲ୍ଲେଖନୀୟ ବୃଦ୍ଧି


ସାମାଜିକ କ୍ଷେତ୍ରର ବ୍ୟୟ ଆର୍ଥିକ ବର୍ଷ ୧୬ରେ ହୋଇଥିବା ବ୍ୟୟ ୯.୧ ଲକ୍ଷ କୋଟିରୁ ବୃଦ୍ଧି ହୋଇ ଆର୍ଥିକ ବର୍ଷ ୨୩ (ବିଇ) ରେ ୨୧.୦୩ ଲକ୍ଷ କୋଟି ଟଙ୍କା ହୋଇଛି

୨୦୦୫ - ୦୬ ଏବଂ ୨୦୧୯ - ୨୦ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର‌୍ୟ ସୀମାରୁ ବାହାରକୁ ବାହାରିଛନ୍ତି

Posted On: 31 JAN 2023 7:49PM by PIB Bhubaneshwar

ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ଆଜି ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ୨୦୨୨ - ୨୩ ରେ ଏହା କୁହାଯାଇଛି ଯେ ସମଗ୍ର ବିଶ୍ୱ ଏବେ ଏକ ବିଶ୍ୱ ସ୍ତରୀୟ ମହାମାରୀ ପ୍ରଭାବରୁ ବାହାରକୁ ବାହାରୁ ଥିବା ବେଳେ  ଜାରି ରହିଥିବା ଯୁଦ୍ଧ ସମୟରେ ଭାରତ ଏହାର ଅମୃତ କାଳରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ଏହି ଯୁଗ ଏମିତି ହେବ ବୋଲି ପ୍ରତିଶ୍ରୁତି ପ୍ରଦାନ କରେ,  ଯେଉଁଠାରେ ଅର୍ଥନୈତିକ ବିକାଶ ସାମାଜିକ କଲ୍ୟାଣ ଦ୍ୱାରା ସମର୍ଥିତ, ଯେଉଁଠାରେ ଭାରତ କାହାକୁ ପଛରେ ନଛାଡ଼ିବାକୁ ଏବେ ପ୍ରତିଶ୍ରୁତିବଦ୍ଧ, ଏବଂ ଏହାର ଅଭିବୃଦ୍ଧି ଏବଂ ପ୍ରଗତିର ପ୍ରଭାବ ଏବଂ ଲାଭ ଏହାର ବିବିଧ ତଥା ବିସ୍ତାରିତ ଜନସଂଖ୍ୟା ନିକଟରେ ଅସଂଖ୍ୟ ସଂସ୍କୃତି ପାଖରେ ପହଞ୍ଚିବା ସୁନିଶ୍ଚିତ କରେ କି ଭାଷା, ଏବଂ ଭୌଗୋଳିକ କ୍ଷେତ୍ର ଦେଶର ବାସ୍ତବିକ ସମ୍ପତ୍ତି ନିର୍ମାଣ ହୋଇଥାଏ ।

ଅର୍ଥନୈତିକ ସର୍ବେକ୍ଷଣରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ସମସାମୟିକ ପରିଦୃଶ୍ୟରେ ସାମାଜିକ କଲ୍ୟାଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଅଧିକ ପ୍ରାସଙ୍ଗିକ ଅଟେ,  କାରଣ ଭାରତ ଜାତିସଂଘର ପରିପୋଷଣୀୟ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ୨୦୩୦ କୁ ଗ୍ରହଣ କରିଛି, ଯାହାକି ବ୍ୟାପକ, ସୁଦୂରପ୍ରସାରୀ ଏବଂ ଲୋକ - କେନ୍ଦ୍ରିକ ସାର୍ବଭୌମିକ ତଥା ପରିବର୍ତ୍ତନଶୀଳ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଗୁଡିକର ଏକ ସମାହାର ଅଟେ । ଏହି ୧୭ ଟି ଲକ୍ଷ୍ୟ ମଧ୍ୟରୁ ଅନେକ ବ୍ୟକ୍ତି ମାନଙ୍କର ସାମାଜିକ କଲ୍ୟାଣ ସହିତ ସମ୍ବନ୍ଧିତ ଅଟେ, ଯାହାର ସମାଧାନ ଏହିଭଳି :  "ଆମେ ବର୍ତ୍ତମାନ ଏବଂ ୨୦୩୦ ମଧ୍ୟରେ ଦାରିଦ୍ର‌୍ୟ ଏବଂ କ୍ଷୁଧାକୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରିବା ପାଇଁ ସ୍ଥିର କରୁଛୁ ; ଦେଶ ଭିତରେ ଏବଂ ଦେଶ ଦେଶ ମଧ୍ୟରେ ରହିଥିବା ଅସମାନତାକୁ ମୁକାବିଲା କରିବା ପାଇଁ ; ଶାନ୍ତିପୂର୍ଣ୍ଣ, ନ୍ୟାୟସଙ୍ଗତ ଏବଂ ସମାବେଶୀ ସମାଜ ଗଠନ କରିବା ନିମନ୍ତେ ; ମାନବିକ ଅଧିକାର ଗୁଡିକର ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଏବଂ ମହିଳା ଏବଂ ବାଳିକା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ; ଏବଂ ଗ୍ରହ ଏବଂ ଏହାର ପ୍ରାକୃତିକ ସମ୍ପଦର ସ୍ଥାୟୀ ସୁରକ୍ଷା ନିଶ୍ଚିତ କରିବାକୁ ନିଷ୍ପତ୍ତି ନେଉଛୁ । ଆମେ ମଧ୍ୟ ବିଭିନ୍ନ ସ୍ତରର ଜାତୀୟ ବିକାଶ ଏବଂ ଦକ୍ଷତାକୁ ଧ୍ୟାନରେ ରଖି ନିରନ୍ତର, ସମାବେଶୀ ତଥା ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି, ଆବଂଟିତ ସମୃଦ୍ଧି ଏବଂ ସମସ୍ତଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟ ପାଇଁ ପରିସ୍ଥିତି ସୃଷ୍ଟି କରିବାକୁ ଆମେ ସ୍ଥିର କରିଛୁ ।”

ସାମାଜିକ କ୍ଷେତ୍ର ପାଇଁ ଖର୍ଚ୍ଚ

ଆର୍ଥିକ ବର୍ଷ ୧୬ ପରଠାରୁ ସାମାଜିକ ସେବା ଗୁଡିକ ପାଇଁ ସରକାରଙ୍କ ଖର୍ଚ୍ଚରେ ଦେଶର ନାଗରିକଙ୍କ ସାମାଜିକ କଲ୍ୟାଣର ଅନେକ ଦିଗ ଉପରେ ଧ୍ୟାନ ଦିଆ ଯିବା ସହିତ ଏଥିରେ ଅଭିବୃଦ୍ଧି ଦେଖା ଦେଇଛି । ସରକାରଙ୍କ ମୋଟ ଖର୍ଚ୍ଚରେ ସାମାଜିକ ସେବା ନିମନ୍ତେ ହେଉଥିବା ଖର୍ଚ୍ଚର ଭାଗ ଆର୍ଥିକ ବର୍ଷ ୧୮ ରୁ ଆର୍ଥିକ ବର୍ଷ  ୨୦ ପର୍ଯ୍ୟନ୍ତ ପ୍ରାୟ ୨୫ ପ୍ରତିଶତ ରହିଛି । ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ସାମାଜିକ ସେବା ବ୍ୟୟରେ ଆର୍ଥିକ ବର୍ଷ ୨୦୨୦ ତୁଳନାରେ ଆର୍ଥିକ ବର୍ଷ  ୨୦୨୧ରେ ୮.୪% ବୃଦ୍ଧି ଘଟିଛି ଏବଂ ଆର୍ଥିକ ବର୍ଷ ୨୦୨୧ ତୁଳନାରେ  ଆର୍ଥିକ ବର୍ଷ ୨୦୨୨ ରେ ୩୧.୪% ବୃଦ୍ଧି ଘଟିଛି, ଯାହା ମହାମାରୀ ବର୍ଷ ଅଟେ, ଯେତେବେଳେ କି ବିଶେଷ ଭାବରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟୟ ବୃଦ୍ଧି ପାଇବାର ଆବଶ୍ୟକତା ରହିଥିଲା । ଅପର ପକ୍ଷରେ ଆର୍ଥିକ ବର୍ଷ ୨୩ (ବିଇ) ରେ ଏହା ୨୬.୬  ପ୍ରତିଶତ ବୃଦ୍ଧି ପାଇଛି ।  ୨୦୧୫ - ୧୬ ମସିହାରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମାନଙ୍କର ସାମାଜିକ କ୍ଷେତ୍ରର ବ୍ୟୟ ୯.୧୫ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଏହା ଆର୍ଥିକ ବର୍ଷ ୨୩ (ବିଇ) ରେ ଧୀରେ ଧୀରେ ଲଗାତର ଭାବରେ ବୃଦ୍ଧି ଘଟି ୨୧.୩  ଲକ୍ଷ କୋଟି ଟଙ୍କା ହୋଇ ଯାଇଛି ।

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ସାମାଜିକ ସେବା କ୍ଷେତ୍ରରେ ମୋଟ ଖର୍ଚ୍ଚରେ ସ୍ୱାସ୍ଥ୍ୟ ନିମନ୍ତେ ଖର୍ଚ୍ଚର ଅଂଶ, ଆର୍ଥିକ ବର୍ଷ ୧୯ ରେ ରହିଥିବା ୨୧ ପ୍ରତିଶତରୁ ଆର୍ଥିକ ବର୍ଷ ୨୩ (ବିଇ) ରେ ୨୬ ପ୍ରତିଶତକୁ ବୃଦ୍ଧି ପାଇଛି । ପଞ୍ଚଦଶ ଅର୍ଥ ଆୟୋଗ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ୨୦୨୫ ସୁଦ୍ଧା ଜିଡିପିର ୨.୫ ପ୍ରତିଶତରେ ପହଞ୍ଚିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ଜନସ୍ୱାସ୍ଥ୍ୟ ଖର୍ଚ୍ଚକୁ ପ୍ରଗତିଶୀଳ ଢଙ୍ଗରେ ବୃଦ୍ଧି କରାଯିବା ଉଚିତ (ଏଫ୍‌ଏଫ୍‌ସି ରିପୋର୍ଟ, ପାରା ୯.୪୧, iii ) । ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଜେଟ୍ ଖର୍ଚ୍ଚ  ଆର୍ଥିକ ବର୍ଷ ୨୩ (ବିଇ) ରେ ଜିଡିପିର ୨.୧ ପ୍ରତିଶତ ଏବଂ ଆର୍ଥିକ ବର୍ଷ ୨୨ (ବିଇ) ରେ ୨.୨ ପ୍ରତିଶତରେ ପହଂଚିଛି, ଯାହା  ଆର୍ଥିକ ବର୍ଷ ୨୧ ରେ ୧.୬ ପ୍ରତିଶତ ଥିଲା ।

ଦାରିଦ୍ର‌୍ୟ

ଏକ ଉପଯୁକ୍ତ ଜୀବନଯାପନ ପାଇଁ ଅର୍ଥର ଅଭାବ ଦୃଷ୍ଟିରୁ ଦାରିଦ୍ର‌୍ୟକୁ ମାପ କରାଯାଏ । ତଥାପି, ଏହାର ପରିଭାଷା  ଅନୁଯାୟୀ  ‘ଦାରିଦ୍ର‌୍ୟ' ର ବ୍ୟାପକ ନିହିତାର୍ଥ ରହିଛି ଏବଂ ଏହା ଏକ ସମୟରେ ଅନେକ ପ୍ରକାରର ଅସୁବିଧାକୁ ବିଚାରକୁ ନେଇଥାଏ - ଯେପରିକି ଖରାପ ସ୍ୱାସ୍ଥ୍ୟ କିମ୍ବା ପୁଷ୍ଟିହୀନତା, ପରିମଳ ବ୍ୟବସ୍ଥାର ଅଭାବ, ବିଶୁଦ୍ଧ ପାନୀୟ ଜଳ କିମ୍ବା ବିଦ୍ୟୁତ୍‌, ଶିକ୍ଷାର ଖରାପ ଗୁଣାତ୍ମକ ମାନ ଇତ୍ୟାଦି । ଏକ ବିସ୍ତୃତ ଚିତ୍ର ସୃଷ୍ଟି କରିବାକୁ ଏଥିପାଇଁ ବହୁମୁଖୀ ଦାରିଦ୍ର‌୍ୟ ପଦକ୍ଷେପର  ବ୍ୟବହାର କରା ଯାଇଥାଏ ।

ଏମପିଆଇ ଉପରେ ୟୁଏନଡିପିର ୨୦୨୨ ରିପୋର୍ଟ ଅକ୍ଟୋବର ୨୦୨୨ ରେ ପ୍ରକାଶ ପାଇଥିଲା ଏବଂ ୧୧୧ ବିକାଶଶୀଳ ଦେଶକୁ ଏଥିରେ ଅନ୍ତର୍ଭୁକ୍ତ କରା ଯାଇଥିଲା । ଯଦି ଭାରତ ବିଷୟରେ ଦେଖାଯାଏ , ୨୦୧୯ - ୨୧ ମସିହାର ସର୍ବେକ୍ଷଣ ତଥ୍ୟ ଏଥିରେ ବ୍ୟବହାର କରାଯାଇଛି । ଏହି ଆକଳନକୁ ଭିତ୍ତି କରି  ଭାରତରେ ୧୬. ୪ ପ୍ରତିଶତ ଜନସଂଖ୍ୟା (୨୦୨୦ ରେ ୨୨୮.୯  ମିଲିୟନ୍ ଲୋକ) ବହୁମୁଖୀ ଗରିବ ଥିଲେ, ଯେତେବେଳେ କି ଅତିରିକ୍ତ ୧୮.୭ ପ୍ରତିଶତ ଅସୁରକ୍ଷିତ ବହୁମୁଖୀ ଦାରିଦ୍ର‌୍ୟ (୨୦୨୦ ରେ ୨୬୦.୯ ନିୟୁତ ଲୋକ) ପାଇଁ ଶ୍ରେଣୀଭୁକ୍ତ ହୋଇଛନ୍ତି ।

ରିପୋର୍ଟର ନିଷ୍କର୍ଷରୁ ଏହା ଜଣାପଡ଼ିଛି ଯେ ୨୦୦୫ - ୦୬   ଏବଂ  ୨୦୧୯ - ୨୧ ମଧ୍ୟରେ ଭାରତରେ ୪୧.୫ କୋଟି ଲୋକ ଦାରିଦ୍ର‌୍ୟରୁ ବାହାରକୁ ବାହାରିଛନ୍ତି । ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ୨୦୩୦ ସୁଦ୍ଧା ଜାତୀୟ ପରିଭାଷା ଅନୁଯାୟୀ ଦାରିଦ୍ର‌୍ୟ ଭିତରେ ଜୀବନ ବିତାଉଥିବା ସମସ୍ତ ବୟସର ପୁରୁଷ, ମହିଳା ଏବଂ ପିଲା ମାନଙ୍କ ଅନୁପାତକୁ ସବୁ ଦିଗରେ ଅତି କମ୍‌ରେ ଅଧା ହ୍ରାସ କରିବାର ଏସ୍‌ଡିଜି ଲକ୍ଷ୍ୟ ୧.୨ ହାସଲ କରିବା ସମ୍ଭବ ଅଟେ ।

ସାମାଜିକ ସେବା ଗୁଡିକର ବିତରଣ ପାଇଁ ଆଧାର :

ରାଜ୍ୟ ଦ୍ୱାରା ସାମାଜିକ ବିତରଣ ପାଇଁ ଆଧାର ଏକ ଅତ୍ୟାବଶ୍ୟକ ଉପକରଣ ଅଟେ । ୩୧୮ କେନ୍ଦ୍ରୀୟ ଯୋଜନା ଗୁଡିକ ଏବଂ ୭୨୦ ରୁ ଅଧିକ ରାଜ୍ୟ ଡିବିଟି ଯୋଜନାକୁ ଆଧାର ଅଧିନିୟମ, ୨୦୧୬ ର ଧାରା ୭ ଅନୁଯାୟୀ ସୂଚିତ କରାଯାଇଛି ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ଆଧାର ସକ୍ଷମ ଦେୟ ବ୍ୟବସ୍ଥା, ଜେଏଏମ୍ (ଜନ - ଧନ, ଆଧାର, ଏବଂ ମୋବାଇଲ) ଟ୍ରିନିଟି, ୱାନ ନେସନ ୱାନ ରେସନ କାର୍ଡ , କୋୱିନ୍ ଆର୍ଥିକ ସେବା ସବସିଡି ଏବଂ ଲାଭର ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ପରିମାଣର ବିତରଣ ପାଇଁ ଆଧାର ବ୍ୟବହାର କରନ୍ତି ।

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ୧୩୫.୨ କୋଟି ଆଧାର ପଞ୍ଜୀକରଣ କରାଯାଇଛି,  ୭୫.୩ କୋଟି ବାସିନ୍ଦା ରାସନ ବ୍ୟବସ୍ଥାର ଲାଭ ପାଇବା ପାଇଁ ନିଜର ଆଧାରକୁ ରେସନ କାର୍ଡ ସହିତ ଯୋଡିଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ ୨୭.୯ କୋଟି ବାସିନ୍ଦା ଆଧାରକୁ ଏଲପିଜି ରିହାତି ପାଇଁ ରନ୍ଧନ ଗ୍ୟାସ ସଂଯୋଗ ଏବଂ ୭୫.୪ କୋଟି ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଯୋଡିଛନ୍ତି ଏବଂ ଆଧାର ସକ୍ଷମ ଦେୟ ବ୍ୟବସ୍ଥା (ଏପିଏସ) ମାଧ୍ୟମରେ ୧୫୦୦ କୋଟିରୁ ଅଧିକ କାରବାର ହୋଇଛି ।

ଅର୍ଥ ବ୍ୟବସ୍ଥାର ସାମଗ୍ରିକ ବିକାଶ ସହିତ, ଜୀବନର ଗୁଣବତ୍ତାର ଅବଧାରଣା ଆୟର ପାରମ୍ପାରିକ ମେଟ୍ରିକ୍ସ (ଯାହା ଖାଦ୍ୟ ଏବଂ ଆଶ୍ରୟ ପରି ମୌଳିକ ଆବଶ୍ୟକତା ଗୁଡିକର ଉପଲବ୍ଧତା ନିର୍ଣ୍ଣୟ କରେ) ଏବଂ ଶିକ୍ଷା ସ୍ତର ଅପେକ୍ଷା ଅନେକ ଉପାଦାନ ଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ ବୃଦ୍ଧି ପାଇଛି । ଏହା ବର୍ତ୍ତମାନ ବିଶୁଦ୍ଧ ପାନୀୟ ଜଳ, ପରିମଳ, ରୋଜଗାରର ସମ୍ଭାବନା ସମୂହ, ସ୍ୱାସ୍ଥ୍ୟ ସେବା, ସାମାଜିକ ନିରାପତ୍ତା, ସଂଯୋଗ ଇତ୍ୟାଦି ପର୍ଯ୍ୟନ୍ତ ପ୍ରବେଶକୁ ଅନ୍ତର୍ଭୁକ୍ତ କରୁଛି । ଏସବୁ ମିଶି ଜୀବନର ଗୁଣବତ୍ତା ନିର୍ଦ୍ଧାରିତ କରିଥାଏ । ତେଣୁ ସାମାଜିକ ଜୀବନ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବା  "ସବ୍‌କା ସାଥ, ସବ୍‌କା ବିକାଶ ଏବଂ ସବ୍‌କା ବିଶ୍ୱ’ ର ଦୂରଦୃଷ୍ଟି ହାସଲ କରିବାର ଲକ୍ଷ୍ୟ ରଖିଛି ।

*****

SSP/BS


(Release ID: 1895136) Visitor Counter : 163