ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କଶ୍ମୀରର ସମୃଦ୍ଧ ସଂସ୍କୃତି, କଳା ଓ କାରିଗରୀକୁ ପ୍ରଦର୍ଶିତ କରିଥିବା ବିତସ୍ତା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 29 JAN 2023 8:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଶ୍ମୀରର ସମୃଦ୍ଧ ସଂସ୍କୃତି, କଳା ଓ କାରିଗରୀକୁ ପ୍ରଦର୍ଶିତ କରିଥିବା ସଂସ୍କୃତି ମନ୍ତ୍ରଣାଳୟଙ୍କ ବିତସ୍ତା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।  

କଶ୍ମରୀର ସମୃଦ୍ଧ ସଂସ୍କୃତି, କଳା ଓ କାରିଗରୀକୁ ପ୍ରଦର୍ଶିତ କରିବା ପାଇଁ ସଂସ୍କୃତି ମନ୍ତ୍ରଣାଳୟ ଜାନୁୟାରୀ ୨୭ରୁ ୩୦, ୨୦୨୩ ପର୍ଯ୍ୟନ୍ତ ବିତସ୍ତା କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଏହି କାର୍ଯ୍ୟକ୍ରମ କଶ୍ମୀରର ଐତିହାସିକ ପରିଚିତିକୁ ଅନ୍ୟ ରାଜ୍ୟଗୁଡିକ ସହିତ ପରିଚିତ କରାଇବ ଓ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାର ପ୍ରତୀକ ।

ଅମୃତ ମହୋତ୍ସବ ଦ୍ୱାରା ହୋଇଥିବା ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“କଶ୍ମୀରର ସମୃଦ୍ଧ ଐତିହ୍ୟ, ବିବିଧତା ଓ ବୈଶିଷ୍ଟ୍ୟ ଅନୁଭବ କରାଇବା ପାଇଁ ନିଆରା ଉପକ୍ରମ ।”   

 

SR


(रिलीज़ आईडी: 1894833) आगंतुक पटल : 175
इस विज्ञप्ति को इन भाषाओं में पढ़ें: Urdu , English , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam