ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭଏସ ଅଫ ଗ୍ଲୋବାଲ ସାଉଥ ଶିଖର ସମ୍ମେଳନରେ ଲିଡର୍ସ ଅଧିବେଶନ ଉଦଯାପନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଯାପନୀ ଭାଷଣ

Posted On: 13 JAN 2023 9:16PM by PIB Bhubaneshwar

ଆପଣଙ୍କ ପ୍ରେରଣାଦାୟୀ ବାର୍ତ୍ତା ପାଇଁ ଧନ୍ୟବାଦ ! ବାସ୍ତବରେ ଏହା ବିଚାର ଓ ଚିନ୍ତାଧାରାର ଉପଯୋଗୀ ଆଦାନ ପ୍ରଦାନ ଥିଲା । ଏଥିରେ ଗ୍ଲୋବାଲ ସାଉଥର ସାଧାରଣ ଆକାଂକ୍ଷା ପ୍ରତିଫଳିତ ହୋଇଥିଲା ।

ଏହା ସ୍ପଷ୍ଟ ଯେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ୱ ସହ ବିକାଶଶୀଳ ଦେଶଗୁଡିକର ମତ ସମାନ ରହିଛି ।

ଏହା କେବଳ ଆଜି ରାତିରେ ହୋଇଥିବା ଆଲୋଚନାରେ ନୁହେଁ, ବରଂ ଗତ ଦୁଇ ଦିନ ଧରି ଭଏସ ଅଫ ଦ ଗ୍ଲୋବାଲ ସାଉଥ ସମ୍ମେଳନରେ ପରିଲକ୍ଷିତ ହୋଇଥିଲା ।

ଏହି ଚିନ୍ତାଧାରାଗୁଡିକ ମଧ୍ୟରୁ କିଛିର ସାରାଂଶ ବାହାର କରିବା ପାଇଁ ଚେଷ୍ଟା କରିବି, ଯାହା ଗ୍ଲୋବାଲ ସାଉଥର ସମସ୍ତ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଆମେ ସମସ୍ତେ ଦକ୍ଷିଣ-ଦକ୍ଷିଣ ସହଯୋଗର ଗୁରୁତ୍ୱ ଓ ସାମୂହିକ ଭାବେ ବୈଶିକ ଏଜେଣ୍ଡା ପ୍ରସ୍ତୁତ ପାଇଁ ସହମତ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ, ପାରମ୍ପରିକ ଚିକିତ୍ସାକୁ ପ୍ରୋତ୍ସାହନ, ସ୍ୱାସ୍ଥ୍ୟ ସେବା ପାଇଁ ଆଞ୍ଚଳିକ ହବ ବିକଶିତ କରିବା ଓ ସ୍ୱାସ୍ଥ୍ୟ ପେଶାଦାରଙ୍କ ଗତିଶୀଳତାକୁ ଉନ୍ନତ କରିବା ପାଇଁ ଗୁରତ୍ୱ ପ୍ରଦାନ କରୁଛି । ଆମେ ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନ ତ୍ୱରିତ ଲାଗୁ କରିବାର ଦକ୍ଷତା ପ୍ରତି ମଧ୍ୟ ସଚେତନ ରହିଛୁ ।

ଶିକ୍ଷା କ୍ଷେତ୍ରରେ ଆମେ ଧନ୍ଦାମୂଳକ ତାଲିମର ସର୍ବୋତ୍ତମ ପ୍ରଥା ସମସ୍ତଙ୍କ ସହ ବାଣ୍ଟି ଏବଂ ଦୂରନିରନ୍ତର ଶିକ୍ଷା ବିଶେଷ କରି ଦୁର୍ଗମ ଅଞ୍ଚଳରେ ପ୍ରଯୁକ୍ତି ବ୍ୟବହାର ଦ୍ୱାରା ଲାଭାନ୍ୱିତ ହୋଇପାରିବା ।

ବ୍ୟାଙ୍କିଂ ଓ ଆର୍ଥିକ କ୍ଷେତ୍ରରେ ଡିଜିଟାଲ ଜନସାମଗ୍ରୀର ମୁତୟନ ଦ୍ୱାରା ବିକାଶଶୀଳ ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତି ବୃଦ୍ଧି ବ୍ୟାପକ ଓ ତୀବ୍ର ହୋଇପାରିବ । ଭାରତର ନିଜସ୍ୱ ଅଭିଜ୍ଞତା ଏହା ପ୍ରଦର୍ଶନ କରିଛି ।

ଆମେ ସମସ୍ତେ ଯୋଗାଯୋଗ ଭିତ୍ତିଭୂମିରେ ନିବେଶର ଗୁରୁତ୍ୱ ସମ୍ପର୍କରେ ଏକମତ । ବିଶ୍ୱ ଯୋଗାଣ ଶୃଙ୍ଖଳରେ ବିବିଧତା ଆଣିବା ଓ ବିକାଶଶୀଳ ଦେଶଗୁଡିକୁ ଏହି ମୂଲ୍ୟ ଶୃଙ୍ଖଳରେ ଯୋଡିବାର ଉପାୟ ସନ୍ଧାନର ଆବଶ୍ୟକତା ରହିଛି ।

ବିକାଶଶୀଳ ଦେଶଗୁଡିକ ସହମତ ଯେ, ବିକଶିତ ବିଶ୍ୱ ଜଳବାୟୁ, ବିତ୍ତ ଓ ପ୍ରଯୁକ୍ତି ସମ୍ପର୍କରେ ନିଜ ଦାୟିତ୍ୱ ପୂରଣ କରିନାହାନ୍ତି ।

ଉତ୍ପାଦନ କ୍ଷେତ୍ରରେ ଉତ୍ସର୍ଜନ ନିୟନ୍ତ୍ରଣ ବ୍ୟତୀତ ୟୁଜ ଆଣ୍ଡ ଥ୍ରୋ ଉପଯୋଗ ଠାରୁ ଦୂରେଇ ଅଧିକ ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଜୀବନଶୈଳୀ ଆଡକୁ ଆଗେଇବା ପାଇଁ ଆମେ ସମସ୍ତେ ସହମତ ।

ଭାରତର ପରିବେଶ ପାଇଁ ଜୀବନଶୈଳୀ ବା ଲାଇଫ ଉପକ୍ରମର ସାରାଂଶ- ବିବେକାନୁମୋଦିତ ଉପଯୋଗ ଓ ବୃତ୍ତାକାର ଅର୍ଥନୀତି ଉପରେ ପର୍ଯ୍ୟବେସିତ ।  

ମହାମହିମ,

ବିଶାଳ ଗ୍ଲୋବାଲ ସାଉଥ ଦ୍ୱାରା ବଣ୍ଟା ଯାଇଥିବା ସମସ୍ତ ବିଚାର ଭାରତକୁ ଜି ୨୦ ଏଜେଣ୍ଡାର ରୂପରେଖ ପ୍ରସ୍ତୁତ କରିବା ସହ ଆପଣମାନଙ୍କ ଦେଶ ସହିତ ନିଜସ୍ୱ ବିକାଶ ଭାଗିଦାରୀ ପାଇଁ ପ୍ରେରିତ କରିବ ।

ପୁଣିଥରେ, ମୁଁ ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମେଳନର ଆଜିର ଉଦଯାପନୀ ଅଧିବେଶନରେ ଆପଣମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ପ୍ରଦାନ କରୁଛି ।

ଧନ୍ୟବାଦ, ଧନ୍ୟବାଦ ।

 

SR



(Release ID: 1891243) Visitor Counter : 191